fbpx

ବାହାଘର ପଛରେ ହେବ, ଆଗ ମୁଁ ଗୁପଚୁପ ଖାଇବି: ଦେଖନ୍ତୁ Viral Video

ନୂଆଦିଲ୍ଲୀ: ଫେସବୁକ ହେଉ ବା ହ୍ୱାଟସଆପ । ଆଜିକାଲି ସୋସିଆଲ ମିଡିଆ ଖୋଲୁ ଖୋଲୁ ଅନେକ ନିଜ ନିଜ ବିବାହ ଫଟୋ ପୋଷ୍ଟ କରିଥିବାର ଦେଖିବାକୁ ମିଳିଥାଏ । ଯଦିଓ ବିବାହ ସିଜନ ଶେଷ ହୋଇଛି କିନ୍ତୁ ଅନେକ ନିଜ ନିଜ ବିବାହ ଫଟୋ ସେୟାର କରୁଛନ୍ତି । କାରଣ ବିବାହ ହେଉଛି ସମସ୍ତଙ୍କ ପାଇଁ ସ୍ପେସିିଆଲ । କିନ୍ତୁ ବର କନିଆଙ୍କ ପାଇଁ ଏହା ବହୁତ ଖାସ ହୋଇଥାଏ ।

ଏହି ଦିନଟିକୁ ସେମାନେ ଖୁବ୍ ଏନଜୟ କରିଥାନ୍ତି । କାରଣ ଏହି ଦିନଟି ଜୀବନରେ ଥରୁଟିଏ ଆସିଥାଏ । କିନ୍ତୁ ଆମେ ଆଜି ଆପଣଙ୍କୁ ଏକ ନିଆରା ଦମ୍ପତ୍ତିଙ୍କ ବିଷୟରେ ଦେଖାଇବୁ ଯାହା ଆପଣ ଦେଖିଲେ ଖୁବ ହସିବେ । ଆଉ ଏଭଳି ଘଟଣା ଏକ ବିବାହ ବେଳେ ଘଟିଛି । ଭିଡିଓଟିରେ ବିବାହ ଦିନ ଜଣେ କନିଆ ଗୁପଚୁପ୍ ଖାଇବାକୁ ପହଂଚିଗଲେ ଷ୍ଟଲ ପାଖରେ । ଆଉ ତାପରେ ସେଠାକାର ମାହୋଲ କିଛି ଅଲଗା ହୋଇଯାଇଥିଲା । କନିଆଙ୍କର ଏପରି ପାନି ପୁରି ଖାଇବାର ଲୋଭ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଥିଲେ ଏବଂ ଖୁବ୍ ମଜା ନେଇଥିଲେ । ଏହି ଭିଡିଓରେ ଆପଣ ସ୍ପଷ୍ଟ ଭାବେ ଦେଖିପାରୁଥିବେ । ଏହି ଭିଡିଓଟିକୁ ଇମାହିମା ଅଗ୍ରୱ୍ୱାଲ ନାମକ ଜଣେ ୟୁଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି ।

Get real time updates directly on you device, subscribe now.