fbpx

‘ଶାରୀରିକ ସମ୍ପର୍କ ନଥିଲେ ବିବାହ ଏକ ଅଭିଶାପ…’: ହାଇକୋର୍ଟ ଦେଲେ ଏଭଳି ରାୟ

Advertisement

ନୂଆଦିଲ୍ଲୀ: ଜଣେ ଦମ୍ପତ୍ତିଙ୍କ ଛାଡ଼ପତ୍ର ମାମଲାକୁ ସମର୍ଥନ କରିବା ସହ ଏକ ବଡ଼ ମନ୍ତବ୍ୟ ଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ । ଜାଣି ଜାଣି ଜୀବନସାଥୀଙ୍କ ଯୌନ ସମ୍ବନ୍ଧ ରଖିବା ଇଚ୍ଛାକୁ ମନା କରିବା ଏକ ନିଷ୍ଠୁରତା ସଙ୍ଗେ ସମାନ । ପରିବାର ଅଦାଲତ ଦ୍ୱାରା ଜଣେ ଦମ୍ପତ୍ତିଙ୍କୁ ଛାଡ଼ପତ୍ର ଆଦେଶକୁ ସମର୍ଥନ କରିଛନ୍ତି । ତେବେ ଆଶ୍ଚର୍ଯ୍ୟର କଥା ହେଉଛି ଉଭୟଙ୍କ ବୈବାହିକ ସମ୍ପର୍କ ମାତ୍ର ୩୫ ଦିନ ହିଁ ତିଷ୍ଠି ପାରିଥିଲା । ତେବେ ଏହି ମାମଲାର ଶୁଣାଣି ସମୟରେ ବିଚାରପତି କହିଛନ୍ତି ଯେ, ଏକ ବୈବାହିକ ସମ୍ପର୍କ ଭିତରେ ଯୌନ ସମ୍ବନ୍ଧ ନଥିଲେ ଏହା ଅଭିଶାପ ସହ ସମାନ ।

ପରିବାର ଅଦାଲତ ପକ୍ଷରୁ ଦମ୍ପତ୍ତିଙ୍କୁ ଦିଆଯାଇଥିବା ଛାଡ଼ପତ୍ର ନିଷ୍ପତ୍ତିକୁ ଚାଲେଞ୍ଜ କରିଥିଲେ ପତ୍ନୀ । ଏହି ମାମଲାର ଶୁଣାଣୀ କରିବା ସହ ମହିଳାଙ୍କ ଅପିଲକୁ ଖାରଜ କରିଛନ୍ତି ନ୍ୟାୟମୂର୍ତ୍ତି ସୁରେଶ କୁମାର କୈତ ଏବଂ ନ୍ୟାୟମୂର୍ତ୍ତି ନୀନା ବଂଶଲ କୃଷ୍ଣଙ୍କୁ ନେଇ ଗଠିତ ଖଣ୍ଡପୀଠ । ଏହାପରେ ଖଣ୍ଡପୀଠ କହିଛନ୍ତି ଯେ, ଯୌନ ସମ୍ବନ୍ଧ ବିନା ବିବାହ ଏକ ଅଭିଶାପ ଅଟେ ଏବଂ ଯୌନ ସମ୍ବନ୍ଧରେ ନିରାଶା କୌଣସି ବିବାହରେ ଖୁବ ଘାତକ ସ୍ଥିତିରେ ରହିଛି । ତେବେ ଏହି ମାମଲାରେ ଅଦାଲତ କହିଛନ୍ତି ଯେ, ପତ୍ନୀଙ୍କ ବିରୋଧ ଯୋଗୁଁ ବୈବାହିକ ଜୀବନ ସମ୍ପୂର୍ଣ୍ଣ ହୋଇ ପାରିନାହିଁ । ଏହାସହିତ ମହିଳାଙ୍କୁ ଯୌତୁକ ପାଇଁ ନିର୍ଯାତନା ଦିଆ ଯାଉଥିବା ମଧ୍ୟ ଅଭିଯୋଗ ହୋଇଛି । ତେବେ ଏ ନେଇ କୌଣସି ପ୍ରମାଣ ନଥିବା ବେଳେ ଅଦାଲତ ଏହାକୁ ନିଷ୍ଠୁରତା ବୋଲି କହିଛନ୍ତି ।

ତେବେ ଅଦାଲତ କହିଛନ୍ତି ଯେ, କୌଣସି ମାମଲାରେ ଜାଣି ଜାଣି ଜୀବନସାଥୀଙ୍କ ଯୌନ ସମ୍ବନ୍ଧ ଇଚ୍ଛାକୁ ମନା କରିବା ଏକ ନିଷ୍ଠୁରତା । ବିଶେଷ କରି ଉଭୟ ଦମ୍ପତ୍ତି ଯେବେ ନବବିବାହିତ ହୋଇଥାନ୍ତି, ସେତେବେଳେ ଏଭଳି କାର୍ଯ୍ୟ ଏକ କ୍ରୁରତା ଭାବରେ ବିବେଚିତ ହେବ । ତେବେ ଏହି ମାମଲାରେ ବିବାହ ଶାରୀରିକ ସମ୍ପର୍କ ବିନା ବିଫଲ ହେବା ସହିତ ବହୁ କଷ୍ଟରେ ମାତ୍ର ୩୫ ଦିନ ପର୍ଯ୍ୟନ୍ତ ତିଷ୍ଠିପାରିଛି ।

Get real time updates directly on you device, subscribe now.