୧୬ ବର୍ଷ ବୟସରେ ବିବାହ, ୧୭ ବର୍ଷରେ ମା’, ୧୮ ବର୍ଷ ବୟସରେ ବିଚ୍ଛେଦ, ଆଉ ତା’ପରେ…

ନୂଆଦିଲ୍ଲୀ:  ୧୬ ବର୍ଷ ବୟସରେ ବାହାଘର, ମାତ୍ର ଦୁଇ ବର୍ଷ ପରେ ଅର୍ଥାତ୍ ୧୮ ବର୍ଷ ବୟସରେ ବିଚ୍ଛେଦ। ଆଉ ତାପରେ ଏମିତି ଜୀବନ ବିତାଉଛନ୍ତି ଜଣାସୁଣା ଟିଭି ଅଭିନେତ୍ରୀ ଏବଂ ପ୍ରସିଦ୍ଧ ଖଳନାୟକ ଉର୍ବଶୀ ଢୋଲକିଆ।

ସେ ତାଙ୍କ ଜୀବନରେ ଅନେକ ଉତ୍ଥାନ-ପତନ ଦେଖିଛନ୍ତି, କିନ୍ତୁ ଆଜି ପର୍ଯ୍ୟନ୍ତ ସାହସ ହରାଇ ନାହାଁନ୍ତି। ୬ ବର୍ଷ ବୟସରେ ଅଭିନୟ ଜଗତରେ ପ୍ରବେଶ କରିଥିବା ଉର୍ବଶୀ ଜଣେ ଖଳନାୟକ ଭୂମିକାରେ ଅଭିନୟ କରି ବହୁତ ଲୋକପ୍ରିୟତା ହାସଲ କରିଛନ୍ତି।

କମ୍ ବୟସରେ ବିବାହ-ବିଚ୍ଛେଦ: ଏହି ଲୋକପ୍ରିୟ ଅଭିନେତ୍ରୀ ବୋହୁତ କମ୍ ବୟସରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। କେବଲ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ତାହା ନୁହେଁ ବାହାଘର ବୟସ ହେବା ପୂର୍ବରୁ ତାଙ୍କର ଛାଡ଼ପତ୍ର ମଧ୍ୟ ହୋଇସାରିଥିଲା।

ହେଲେ ବାହାଘରର ମାତ୍ର ୨ ବର୍ଷ ମଧ୍ୟରେ କିନ୍ତୁ ସେ ମାଆ ହୋଇସାରିଥିଲେ। ଏମିତି କିଛି ଉତ୍ଥାନ ପତନ ଦେଇ ଗତି କରିଥିବା ଅଭିନେତ୍ରୀଙ୍କ ସମ୍ପର୍କରେ ଆସନ୍ତୁ ଜାଣିବା।

ଏକା ପିଲାଙ୍କୁ ପାଳିଥିଲେ: ଟିଭି ଧାରାବାହିକ ବ୍ୟତୀତ, ଉର୍ବଶୀ ସଲମାନ ଖାନଙ୍କ ଶୋ’ ‘ବିଗ୍ ବସ୍’ର ମଧ୍ୟ ଏକ ଅଂଶ ଥିଲେ। ଯାହାର ସେ ବିଜେତା ମଧ୍ୟ ହୋଇଥିଲେ।

ଉର୍ବଶୀ ଢୋଲକିଆଙ୍କ ମାଆ ପଞ୍ଜାବୀ ଏବଂ ବାପା ଗୁଜୁରାଟୀ। ସେ ପିଲାଦିନରୁ ଛୋଟ ପରଦା ସହିତ ଜଡିତ। ସେ ପ୍ରଥମ ଥର ପାଇଁ ୬ ବର୍ଷ ବୟସରେ ଏକ ବିଜ୍ଞାପନରେ ଟିଭି ପରଦାକୁ ଆସିଥିଲେ।

କେବଳ ଏତିକି ନୁହେଁ ସେ ଦୂରଦର୍ଶନ ଟିଭି ଧାରାବାହିକ ‘ଶ୍ରୀକାନ୍ତ’ରେ ଶିଶୁ କଳାକାର ଭାବରେ ମଧ୍ୟ କାମ କରିଥିଲେ। ଏଥିରେ ସେ ରାଜଲକ୍ଷ୍ମୀ ଚରିତ୍ରରେ ଅଭିନୟ କରିଥିଲେ।

ସେ ପ୍ରଥମେ ଦୂରଦର୍ଶନର ‘ଦେଖ ଭାଇ ଦେଖ’ରେ ଶିଳ୍ପା ଭାବରେ ମୁଖ୍ୟ ଭୂମିକାରେ ଦେଖା ଦେଇଥିଲେ। ଉର୍ବଶୀଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ କହିବାକୁ ଗଲେ ଏହା ବହୁତ ଯନ୍ତ୍ରଣାଦାୟକ।

କାରଣ ସେ ୧୬ ବର୍ଷ ବୟସରେ ବିବାହ କରିଥିଲେ ଏବଂ ତା’ପରେ ୧୮ ବର୍ଷ ବୟସରେ ଛାଡପତ୍ର ନେଇଥିଲେ। ୧୭ ବର୍ଷ ବୟସରେ ସେ ଦୁଇଟି ପିଲାର ମାଆ ହୋଇଥିଲେ। ସେ ଏକାକୀ ମାଆ ଭାବରେ ପିଲାମାନଙ୍କୁ ପାଳନ କରିଥିଲେ।

 ସୁନ୍ଦରୀ ଖଳନାୟିକାଙ୍କ ଅବସ୍ଥା: ଉର୍ବଶୀ ଢୋଲକିଆ ହେଉଛନ୍ତି ଟିଭି ପରଦାର ଏକ ଜଣାସୁଣା ଖଳନାୟିକା। ଯିଏ ଦୀର୍ଘ ସମୟ ଧରି ଦର୍ଶକଙ୍କ ହୃଦୟରେ ରାଜ କରି ଆସୁଛନ୍ତି।

ସେ ଏକତା କପୁରଙ୍କ ଶୋ’ ‘ଘର ଏକ ମନ୍ଦିର’, ‘କଭି ସୌତନ କଭି ସହେଲି’, ‘କସୌଟି ଜିନ୍ଦେଗି କି’ ଏବଂ ‘କହିଂ ତୋ ହୋଗା’ରେ ତାଙ୍କର ଚମତ୍କାର ଅଭିନୟ ଦ୍ୱାରା ଲୋକଙ୍କ ହୃଦୟ ଜିତିଥିଲେ।

ସେ କଲର୍ସ ଟିଭିର ‘ଚନ୍ଦ୍ରକାନ୍ତା’ରେ ରାଣୀ ଇରାବତୀ ଭୂମିକାରେ ଅଭିନୟ କରିଥିଲେ। କିଛି ସମୟ ପାଇଁ ଅଭିନୟରୁ ବିରତି ନେବା ପରେ, ସେ ୨୦୨୨ ମସିହାରେ ‘ନାଗିନ୍ ୬’ ସହିତ ମନୋରଞ୍ଜନ ଜଗତକୁ ଫେରିଥିଲେ। ଏବେ ଏହି ଅଭିନେତ୍ରୀ ସୋସିଆଲ ମିଡିଆ ଏବଂ ଟିଭି ଜଗତରେ ବେଶ୍ ସକ୍ରିୟ ଅଛନ୍ତି।