fbpx
BSKY
BJD SHG SKY
BJD YOUTH SKY

(Video) ବାହା ହେଲେ ମୋତେ, ଚତୁର୍ଥୀ ରାତି କିନ୍ତୁ ଭାଉଜ ସହ: ମୋ ସ୍ୱାମୀ ମୋତେ ଠକିଦେଲେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପୁଣି ସାମ୍ନାକୁ ଆସିଲା ଲଭ-ସେକ୍ସ-ଧୋକ୍କା । ଆଜିକାଲି ପ୍ରେମ କରିବା ଆଉ ମନ ଭରିଗଲେ ଛାଡ଼ିଦେବା ଏକ ସାଧାରଣ କଥା ହୋଇଗଲାଣି । ଉଭୟ ପୁଅ ଓ ଝିଅ ଏ କ୍ଷେତ୍ରରେ କେହି କାହାଠାରୁ କମ୍ ନୁହନ୍ତି । ତେବେ ଏପରି ଏକ ଘଟଣା ପୁଣି ଥରେ ଦେଖିବାକୁ ମିଳିଛି ରାଜଧାନୀ ଭୁବନେଶ୍ୱରରେ । ସ୍ୱାମୀଙ୍କ ଦ୍ୱାରା ପ୍ରତାରଣାର ଶିକାର ହୋଇଥିବା ନେଇ ଅଭିଯୋଗ ଆଣିଛନ୍ତି ଜଣେ ମହିଳା ।

ମହିଳା ଜଣଙ୍କ କହିଛନ୍ତି, ମୋ ସ୍ୱାମୀଙ୍କର ତାଙ୍କ ଭାଉଜଙ୍କ ସହିତ ୫ ବର୍ଷର ପ୍ରେମ ସମ୍ପର୍କ ରହିଥିଲା । ଏକଥା ସେ ଆମ ପରିବାରକୁ ବିବାହ ପୂର୍ବରୁ ଜଣାଇ ନଥିଲେ । ଏହାପରେ ଗ୍ରାମବାସୀ ଏ ବିଷୟରେ ଜାଣିବା ପରେ ମୋ ସ୍ୱାମୀଙ୍କ ଭାଇ ତାଙ୍କ ସ୍ତ୍ରୀଙ୍କୁ ନେଇ କଟକ ପଳାଇ ଯାଇଥିଲେ । ଏହାକୁ ସହ୍ୟ କରି ନପାରି ମୋ ସ୍ୱାମୀ ସେ ସମୟରେ ବିଷପାନ କରିଦେଇଥିଲେ ।

ବାହାଘରେ ପରେ ମୋ ସ୍ୱାମୀ ତାଙ୍କର ପୂର୍ବ ପ୍ରେମ ସମ୍ପର୍କ ବିଷୟରେ ମୋତେ କହିଥିଲେ । ବାହା ହେଲେ ମନ ପରିବର୍ତ୍ତନ ହେବ ଆଉ ସେ ସୁଧୁରିଯିବେ ବୋଲି ପରିବାର ଲୋକେ ମୋ ସ୍ୱାମୀଙ୍କୁ କରିଥିଲେ । ତେଣୁ ବାଧ୍ୟବାଧକତାରେ ମୋ ସ୍ୱାମୀ ମୋତେ ବିବାହ କରିବାକୁ ରାଜି ହୋଇଥିଲେ ବୋଲି ମୋତେ କହିଥିଲେ । ଚତୁର୍ଥୀ ରାତିରେ ମୋ ସ୍ୱାମୀଙ୍କ ଭାଉଜ ଆସି ଆମ ଖଟ ଉପରେ ବସିଥିଲେ ।

ଏହାପରେ ମୋ ସ୍ୱାମୀ ମୋ ସାଥୀରେ ଯେଉଁ କାମ କରିବା କଥା, ତାଙ୍କ ଭାଉଜଙ୍କ ସହ ସେଇ କାମ କଲେ । ମୁଁ ଏହାକୁ ବିରୋଧ କରିବାରୁ ମୋ ସ୍ୱାମୀ କହିଥିଲେ ତୁ କ’ଣ ମୋର ପାଞ୍ଚ ବର୍ଷର ସମ୍ପର୍କ ଭାଙ୍ଗିଦେବୁ । ଏହାପରଠାରୁ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା । ପରେ ମୋର ଏକ ପୁତ୍ର ସନ୍ତାନ ଜନ୍ମ ହୋଇଥିବା ବେଳେ ମୋ ସ୍ୱାମୀ ମୋର କୌଣସି ଦେଖାଶୁଣା କରୁନାହାନ୍ତି ।

Get real time updates directly on you device, subscribe now.