fbpx

ବର୍ଷା ଜଳ ସଂରକ୍ଷଣ ପାଇଁ ରାଜ୍ୟ ସରକାରଙ୍କ ‘ଛାତ’ ଯୋଜନା, ମିଳିବ ୫୫, ୦୦୦ ଟଙ୍କା ପ୍ରୋତ୍ସାହନ ରାଶି

ଭୁବନେଶ୍ୱର: ଭୂତଳ ଜଳ ଉପରେ ବଢୁଥିବା କ୍ରମବର୍ଦ୍ଧିଷ୍ଟ ନିର୍ଭରତା ତଥା ଭୂତଳ ଜଳ ସ୍ତରର କ୍ରମାଗତ ଅବନତି ଧାରାକୁ ହୃଦୟଙ୍ଗମ କରି ରାଜ୍ୟ ସରକାର ଉଦ୍ – ବୃତ ବର୍ଷା ଜଳର ସଂରକ୍ଷଣ ନିମିତ୍ତ ଛାତ ଉପର ବର୍ଷାଜଳ ଅମଳ ପଦ୍ଧତିରେ ‘ଛାତ’ ନାମରେ ଏକ ନୂତନ ଯୋଜନା ଆରମ୍ଭ କରିବାକୁ ସ୍ଥିର କରିଛନ୍ତି। ଏହି ଯୋଜନା ରାଜ୍ୟର ଜଳବିଷ୍ଟ ୫୨ଟି ବ୍ଳକ ଏବଂ ୨୨ ଟି ସହରାଞ୍ଚଳରେ ୨୭୦ କୋଟି ଟଙ୍କା ବ୍ୟୟରେ ୨୯, ୫୦୦ଟି ବ୍ୟକ୍ତିଗତ କୋଠା ଏବଂ ୧୯୨୫ଟି ସରକାରୀ କୋଠାରେ ଆଗାମୀ ପାଞ୍ଚବର୍ଷ ମଧ୍ୟରେ କାର୍ଯ୍ୟକାରୀ କରାଯିବାର ବ୍ୟବସ୍ଥା ହୋଇଅଛି। ବ୍ୟକ୍ତିଗତ କୋଠାରେ ଏହି ଯୋଜନା କାର୍ଯ୍ୟକାରୀ ନିମିତ୍ତ ସର୍ବାଧିକ ୫୫, ୦୦୦ ଟଙ୍କା ଅଥବା ବ୍ୟୟ ଅର୍ଥର ୫୦ ପ୍ରତିଶତ (ତନ୍ମଧ୍ୟରୁ ଯେଉଁଠି କମ), ପ୍ରୋସାହନ ରାଶି ପ୍ରଦାନର ବ୍ୟବସ୍ଥା ରହିଛି। ଏହି ଯୋଜନା ଓଡିଶା ଭୂତଳ ଜଳ ଉନ୍ନୟନ ନିର୍ଦ୍ଦେଶାଳୟଙ୍କ ଦ୍ବାରା କାର୍ଯ୍ୟକାରୀ କରାଯିବ।

Get real time updates directly on you device, subscribe now.