fbpx

ମିଳିବନି ବେବି ପାଉଡର, ବିଶ୍ୱ ସ୍ତରରେ ବିକ୍ରି ବନ୍ଦ କରିବାକୁ ଘୋଷଣା କଲା Johnson and Johnson

ନୂଆଦିଲ୍ଲୀ: ଅନେକ ଥର ନିଜର ଉତ୍ପାଦକୁ ନେଇ ବିବାଦରେ ରହିଆସିଥିବା ଜନସନ ଆଣ୍ଡ୍ ଜନସନ ଏହାର ବେବି ପାଉଡରକୁ ବନ୍ଦ କରିବାକୁ ଯାଉଛି । ଜନସନ ଆଣ୍ଡ୍ ଜନସନର ବେବି ପାଉଡର ଆସନ୍ତା ବର୍ଷ ଅର୍ଥାତ୍ ୨୦୨୩ ରୁ ବଜାରରେ ମିଳିବ ନାହିଁ ।

ଜନସନ ଆଣ୍ଡ୍ ଜନସନ ୨୦୨୩ ରେ ଅନ୍ତର୍ଜାତୀୟ ସ୍ତରରେ ଏହାର ବେବି ପାଉଡର ବିକ୍ରି ବନ୍ଦ ପାଇଁ ନିଷ୍ପତ୍ତି ନେଇଛି । ଏନେଇ କମ୍ପାନୀ ତରଫରୁ ଗୁରୁବାର କୁହାଯାଇଛି ଯେ ପୂର୍ବରୁ ବେବି ପାଉଡର ଅନ୍ତର୍ଜାତୀୟ ସ୍ତରରେ ବିକ୍ରି କରାଯାଉଥିଲା । ଅବଶ୍ୟ ଦୁଇ ବର୍ଷ ପୂର୍ବେ ଆମେରିକା ଏହି ପାଉଡରର ବିକ୍ରି ଉପରେ ରୋକ୍ ଲଗାଇଥିଲା । ଆଉ ଏବେ ସମଗ୍ର ବିଶ୍ୱରେ ଏହି ପାଉଡରର ବିକ୍ରି ବନ୍ଦ ହେବାକୁଯାଉଛି ।

ପ୍ରକୃତରେ ଆମେରିକାରେ ହଜାର ହଜାର ଗ୍ରାହକଙ୍କ ଦ୍ୱାରା ମକଦ୍ଦମା ଦାୟର କରିବା ପରେ କମ୍ପାନୀର ବିକ୍ରି ଲଗାତାର କମିବାରେ ଲାଗିଥିଲା, ଏହି କାରଣରୁ ଏହି ନିଷ୍ପତ୍ତି ନିଆଯାଇଛି । ପ୍ରାୟ ୩୮,୦୦୦ ଗ୍ରାହକ ଏହି ଉତ୍ପାଦକୁ ନେଇ ଅଭିଯୋଗ କରିଥିଲେ ।

ଅଭିଯୋଗ କରାଯାଇଥିଲା ଯେ ଏହି ପାଉଡରରେ ମିଳିଥିବା ହାନିକାରକ ଫାଇବର ଆଜବେଷ୍ଟସ କାରଣରୁ କ୍ୟାନ୍ସର ହେବାର ଆଶଙ୍କା ଅଧିକ ରହିଥିଲା । ଅନେକ ଗ୍ରାହକଙ୍କ କ୍ଷେତ୍ରରେ ତ’ କମ୍ପାନୀକୁ କୋଟି କୋଟି ଟଙ୍କା ଜରିମାନା ଦେବାକୁ ପଡ଼ିଥିଲା । ଆଉ କମ୍ପାନୀ ସବୁବେଳେ ଏହି ଅଭିଯୋଗକୁ ଖଣ୍ଡନ କରିଆସିଛି । କିନ୍ତୁ ଏବେ କମ୍ପାନୀ ନିଜ ବୟାନରେ ଏହି ଉତ୍ପାଦକୁ ବିକ୍ରି ବନ୍ଦ କରିବାକୁ ଘୋଷଣା କରିଛି ।

Get real time updates directly on you device, subscribe now.