fbpx

OAS ସ୍ତରରେ ବଡ଼ ଧରଣର ଅଦଳବଦଳ କଲେ ରାଜ୍ୟ ସରକାର, ୪୬ ଜଣ BDOଙ୍କୁ ମିଳିଲା ନୂଆ ଦାୟିତ୍ୱ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ପ୍ରଶାସନିକ ସେବା (ଓଏଏସ) ଅଧିକାରୀ ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରାଯାଇଛି । ଏନେଇ ରାଜ୍ୟ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ଗୋପବନ୍ଧୁ ନଗର ବିଡିଓ ସଂଗ୍ରାମ କେଶରୀ ଭଳଙ୍କୁ ପରଜଙ୍ଗ ବିଡିଓ, ମାନେସ୍ୱର ବିଡିଓ ନିଳାମ୍ବର ମହାନନ୍ଦାଙ୍କୁ ଜୁଜୁମରା ବିଡିଓ, ଗାଇସିଲେଟ ବିଡିଓ ପ୍ରବୀଣ ବନୁଆଙ୍କୁ ଫୁଲବାଣୀ ବିଡିଓ, ଖଜୁରୀପଡ଼ା ବିଡିଓ ରବିନ୍ଦ୍ରନାଥ କହଁରଙ୍କୁ ହରଭଙ୍ଗା ବିଡିଓ, ଆମ୍ବଭୋନା ବିଡିଓ ଅନୁପମା ଘୋଷଙ୍କୁ ଖଜୁରିଆପଡ଼ା ବିଡିଓ, ଧର୍ମଶାଳା ବିଡିଓ ଅରବିନ୍ଦ ବେହେରାଙ୍କୁ ଅନୁଗୁଳ ବିଡିଓ, ସିମୁଳିଆ ବିଡିଓ ସୁଧୀର କୁମାର ସିଂହଙ୍କୁ ଔପଦା ବିଡିଓ ଭାବେ ଦାୟିତ୍ୱ ଦିଆଯାଇଛି ।

ସେହିପରି ଔପଦା ବିଡିଓ ଅଭିଶେକ ଦାଶଙ୍କୁ ସିମୁଳିଆ ବିଡିଓ, ଭବାନିପାଟଣା ବିଡିଓ ବିନୟ ଭୋଇଙ୍କୁ କୋକସରା ବିଡିଓ, ମୁରିବାହାଲ ବିଡିଓ ପ୍ରିୟ ରଞ୍ଜନ କୁମାରଙ୍କୁ ବୋଡେନ ବିଡିଓ, ସିନାପାଲି ବିଡିଓ ସଦାଶିବ ନାୟକଙ୍କୁ ବିଷମ କଟକ ବିଡିଓ, ବାମ୍ରା ବିଡିଓ ଅଶ୍ୱନୀ ପଣ୍ଡାଙ୍କୁ କୋଲାବିରା ବିଡିଓ, ନିଶ୍ଚିନ୍ତକୋଇଲି ବିଡିଓ କର୍ଣ୍ଣଦେବ ସମଦରଙ୍କୁ ଲମତାପୁଟ ବିଡିଓ, ଲମତାପୁଟ ବିଡିଓ ସନ୍ଧ୍ୟା ସମର୍ଥଙ୍କୁ କୁନ୍ଦ୍ରା ବିଡିଓ ଭାବେ ଦାୟିତ୍ୱ ଦିଆଯାଇଛି ।

ବାରକୋଟେ ବିଡିଓ ଆକାଶ ରଞ୍ଜନ ସାହୁଙ୍କୁ ଲୋଇସିଂହା ବିଡିଓ, ଗୋଲାମୁଣ୍ଡା ବିଡିଓ ସ୍ନିଗ୍ଧାରାଣୀ ପ୍ରଧାନଙ୍କୁ ଜୟପାଟଣା ବିଡିଓ, ଏମ.ରାମପୁର ବିଡିଓ ଉତ୍ତମ କୁମାର ବାଗଙ୍କୁ କର୍ଲାମୁଣ୍ଡା ବିଡିଓ, ସାଲେପୁର ବିଡିଓ ରାଜୀବ ଦାସଙ୍କୁ ମାଥିଲି ବିଡିଓ, ଜୟପାଟଣା ବିଡିଓ ପ୍ରଣବ କୁମାର ଚାନ୍ଦଙ୍କୁ ଆମ୍ବଭୋନା ବିଡିଓ, କର୍ଲାମୁଣ୍ଡା ବିଡିଓ ପ୍ରିୟଦର୍ସାନୀ ମିର୍ଦ୍ଧାଙ୍କୁ ତିଲେଇବଣି ବିଡିଓ, ବାଣପୁର ବିଡିଓ ପ୍ରଦ୍ୟୁମ୍ନ କୁମାର ନାୟକଙ୍କୁ ବ୍ରହ୍ମଗିରି ବିଡିଓ ଭାବେ ଦାୟିତ୍ୱ ଦିଆଯାଇଛି ।

ସେହିପରି ଯଶୀପୁର, ବେତନଟୀ, ରେମୁଣା, ଝୁମ୍ପୁରା, ଫୁଲବାଣୀ, କେଉଁଝର ସଦର, କୁଆଁରମୁଣ୍ଡା, ବିଷମ କଟକ, ବିସ୍ରା, ଢେଙ୍କାନାଳ ସଦର, କୋଲାବିରା, ଘଷିପୁରା, ଲେଫ୍ରିପଡ଼ା, କୋକସରା, ନୟାଗଡ଼, ଅନୁଗୁଳ, ବାଲିଆପାଳ, ମାଥିଲି, ହରଭଙ୍ଗା, ନୀଳଗିରି, ଆଠମଲ୍ଲିକ, ରେଢ଼ାଖୋଲ, ଖଇରପୁଟ, ଔପଦା ବିଡିଓ ବଦଳିଛନ୍ତି ।

Get real time updates directly on you device, subscribe now.