fbpx

ଦାନ୍ତ, ଆଖି, ନାକ ଏବଂ କାନ ସମେତ ପୂରା ଶରୀରରେ ଟାଟୁ କରି ୱାର୍ଲ୍ଡ ରେକର୍ଡ କଲେ ଦମ୍ପତ୍ତି

ନୂଆଦିଲ୍ଲୀ: ଆର୍ଜେଣ୍ଟିନାର ଦମ୍ପତି ଗାବ୍ରିଏଲା ପେରାଲଟା ଏବଂ ଭିକ୍ଟର ହ୍ୟୁଗୋ ପେରାଲଟା ଶରୀରରେ ପରିବର୍ତ୍ତନ ପାଇଁ ଗିନିଜ ୱାର୍ଲ୍ଡ ରେକର୍ଡ ସୃଷ୍ଟି କରିଛନ୍ତି । ଏହି ଦମ୍ପତି ଟାଟୁ ଏବଂ ବଡି ମଡିଫିକେସନକୁ ବହୁତ ଭଲ ପାଆନ୍ତି ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ଉଭୟେ ପ୍ରାୟ ୯୮ ଟାଟୁ ଏବଂ ବଡି ମଡିଫିକେସନ କରିସାରିଛନ୍ତି । ଭିକ୍ଟର ହ୍ୟୁଗୋ ପେରାଲଟା ଗିନିଜ ୱାର୍ଲ୍ଡ ରେକର୍ଡକୁ କହିଛନ୍ତି ଯେ, ନିଜ ଜୀବନକୁ ଉପଭୋଗ କରିବା ଉଚିତ, କଳାକୁ ଉପଭୋଗ କରିବା ଉଚିତ । ଟାଟୁ ମଣିଷକୁ ଭଲ କିମ୍ବା ଖରାପ କରେ ନାହିଁ, ଏହା କେବଳ ଏକ କଳା । କିଛି ଲୋକ ଏହାକୁ ପ୍ରଶଂସା କରୁଥିବା ବେଳେ ଅନେକ ଅଛନ୍ତି ଯେଉଁମାନେ ଏହାକୁ ଆଦୌ ପସନ୍ଦ କରନ୍ତି ନାହିଁ ।

ଏହି ଦମ୍ପତି ଆଖିର ଧଳା ଅଂଶରେ ମଧ୍ୟ ମଡିଫିକେସନ କରିଛନ୍ତି, ଯେଉଁଥିପାଇଁ ସେମାନଙ୍କର ସମ୍ପୂର୍ଣ୍ଣ ଆଖି କଳା ହୋଇଯାଇଛି । ସେମାନଙ୍କର ଏହି ଅଦ୍ଭୁତ ଟାଟୁ ଦେଖି ଅନେକ ଲୋକ ଆଶ୍ଚର୍ଯ୍ୟ ହୋଇଥାନ୍ତି । ଏ ବିଷୟରେ ଅଧିକ ସୂଚନା ଦେଇ ଗିନିଜ ୱାର୍ଲ୍ଡ ରେକର୍ଡସ କହିଛିି ଯେ ପ୍ରାୟ ୨୪ ବର୍ଷ ପୂର୍ବେ ଆର୍ଜେଣ୍ଟିନାର ବୁଏନସ୍ ଆୟର୍ସରେ ଏକ ମୋଟରସାଇକେଲ କାର୍ଯକ୍ରମରେ ଗାବ୍ରିଏଲା ଏବଂ ଭିକ୍ଟର ପରସ୍ପରକୁ ଭେଟିଥିଲେ । ଯାହା ପରେ ସେମାନଙ୍କ ଜୀବନରେ ବହୁତ ପରିବର୍ତ୍ତନ ହୋଇଥିଲା । ଉଭୟ କହିଥିଲେ ଯେ ଯେତେବେଳେ ସେମାନେ ପରସ୍ପରକୁ ଦେଖିଥିଲେ, ପ୍ରଥମ ଦେଖାରେ ହିଁ ଦୁହିଁଙ୍କୁ ପ୍ରେମ ହୋଇଥିଲା । ସେହି ମସମୟରୁ ସେମାନେ ଅନୁଭବ କରିଥିଲେ ଯେ ଟାଟୁ ଏବଂ ବଡି ମଡିଫିକେସନ ପାଇଁ ତାଙ୍କର ଆଗ୍ରହକୁ ସେମାନେ ନିଶ୍ଚିତ ପୂରା କରିବେ ।

 

Get real time updates directly on you device, subscribe now.