fbpx

Bisleri କମ୍ପାନୀ ବିକ୍ରି ହୋଇଯିବ? ୭ ହଜାର କୋଟିରେ ଡିଲ୍ ଫାଇନାଲ, ହଠାତ୍ ବିକ୍ରି ପଛର କାରଣ କ’ଣ

ନୂଆଦିଲ୍ଲୀ: ଟାଟା ଗ୍ରୁପ କମ୍ପାନୀ ନିଜର ବ୍ୟବସାୟ ବୃଦ୍ଧିରେ ଲାଗିପଡ଼ିଛି । ଏହି ପରିପ୍ରେକ୍ଷୀରେ ଟାଟା କମ୍ପାନୀ ଏକ ବଡ଼ ଡିଲ୍ ଫାଇନାଲ କରିଥିବା ନେଇ ସୂଚନା ମିଳୁଛି । ପାଣି ବୋତଲ ବିକ୍ରି କରୁଥିବା କମ୍ପାନୀ ବିସଲେରୀକୁ ଟାଟା କିଣିବାକୁ ଯାଉଛି । ତେବେ ୬୦୦୦ରୁ ୭୦୦୦ କୋଟି ଟଙ୍କାରେ ଟାଟା ଏହି କମ୍ପାନୀକୁ କିଣିବ ବୋଲି ଚର୍ଚ୍ଚା ହେଉଛି । ଏନେଇ ବିଜିନେସ ଟୁଡେରେ ଏକ ରିପୋର୍ଟ ପ୍ରକାଶ ପାଇଛି ।

ଟାଟା ଗ୍ରୁପର କମ୍ପାନୀ ଟାଟା କଞ୍ଜ୍ୟୁମର ପ୍ରଡକ୍ଟସ ଲିମିଟେଡ (ଟିସିପିଏଲ) ବିସଲେରୀ କମ୍ପାନୀକୁ ଅଧିଗ୍ରହଣ କରିବ । ବିସଲେରୀର ନେତୃତ୍ୱ ନେଉଥିବା ରମେଶ ଚୌହାନ ପୂର୍ବରୁ ଥମ୍ପସ ଅପ, ଗୋଲ୍ଡ ସ୍ପଟ ଓ ଲିମକା ସହିତ ସଉଦା କରିଥିଲେ । ସେ ତିନି ଦଶନ୍ଧି ପୂର୍ବରୁ କୋକାକୋଲା ସହିତ ମଧ୍ୟ ଏହି କମ୍ପାନୀର ସଉଦା ପୂରା କରିଥିଲେ । ତେବେ ବର୍ତ୍ତମାନ ରମେଶ ବୋତଲ ବନ୍ଦ ପାଣି ବ୍ରାଣ୍ଡ ବିସଲେରୀକୁ ଟିସିପିଏଲକୁ ବିକ୍ରି କରିବାକୁ ଯାଉଛନ୍ତି ।

ତେବେ ମିଡ଼ିଆ ରିପୋର୍ଟ ମୁତାବକ, ବିସଲେରୀର ମ୍ୟାନେଜମେଣ୍ଟ ପ୍ରକ୍ରିୟା ଦୁଇ ବର୍ଷ ପର୍ଯ୍ୟନ୍ତ ଜାରି ରହିବ । ତେବେ ଏହି ବଡ଼ ଡିଲକୁ ନେଇ ଏକ ବଡ଼ କାରଣ ସାମ୍ନାକୁ ଆସୁଛି । ବର୍ତ୍ତମାନ ଉଦ୍ୟୋଗପତି ରମେଶ ୮୨ ବର୍ଷରେ ପାଦ ଦେଇସାରିଥିବା ବେଳେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଠିକ୍ ରହୁନାହିଁ । ବିସଲେରୀକୁ ବିସ୍ତାର କରିବା ନେଇ ତାଙ୍କର କେହି ଉତ୍ତରାଧିକାରୀ ନାହାନ୍ତି । ତାଙ୍କର କନ୍ୟା ଜୟନ୍ତୀ ଏହି ବିଜିନେସ୍ ପାଇଁ ସେତେଟା ଆଗ୍ରହ ପ୍ରକାଶ କରୁନାହାନ୍ତି । ତେଣୁ ରମେଶ ବିସଲେରୀର ସଉଦା ଟାଟା ଗ୍ରୁପ ସହିତ କରିଥିବା କୁହାଯାଉଛି ।

Get real time updates directly on you device, subscribe now.