fbpx

ରୀଲ୍ସ କରି ଇନଷ୍ଟାଗ୍ରାମ ମାଧ୍ୟମରେ ଭଲପାଇଲେ ବିବାହିତ ମହିଳା, କହିଲେ ସ୍ୱାମୀ ନୁହେଁ ପ୍ରେମୀ ସହ ରହିବାକୁ ଇଚ୍ଛା

Advertisement

ଜୈସଲମେର: ଆପଣ ପାକିସ୍ତାନର ସୀମା ହୈଦରଙ୍କ ଲଭ୍ ଷ୍ଟୋରୀ ବିଷୟରେ ତ ଜାଣି ଥିବେ । ନିକଟରେ ରାଜସ୍ଥାନର ଜୈସଲମେରରୁ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି । ଅନଲାଇନରେ ଜଣେ ବିବାହିତ ମହିଳା ଯୁବକଙ୍କୁ ଭଲପାଇ ବସିଛନ୍ତି । ସେ ସେହି ଯୁବକଙ୍କ ପ୍ରେମରେ ଏତେ ଅନ୍ଧ ହୋଇଯାଇଛନ୍ତି ଯେ ନିଜ ପରିବାରକୁ ଛାଡ଼ି ପ୍ରେମିକ ସହ ଲିଭ୍‌-ଇନରେ ରହିବାକୁ ଇଚ୍ଛା ପ୍ରକାଶ କରିଛନ୍ତି । ଏହି ମାମଲା ବର୍ତ୍ତମାନ ଉକ୍ତ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

ସୂଚନାରୁ ପ୍ରକାଶ ରାଜସ୍ଥାନ ଜୈସଲମେରର ଏକ ଗାଁରେ ରୁହନ୍ତି ନେମୀ ଦେବୀ । ତାଙ୍କ ବିବାହ ଝିନଝିନିଆଲି ଥାନା ଅଞ୍ଚଳର ନାରଣା ରାମ ଭୀଲଙ୍କ ସହ ହୋଇଥିଲା । ପରବର୍ତ୍ତୀ ସମୟରେ ତାଙ୍କର ୫ଟି ସନ୍ତାନ ହୋଇଥିଲା । ବିଶେଷ କଥା ହେଉଛି ୩୨ ବର୍ଷୀୟ ନେମୀ ଦେବୀ କେବେ ସ୍କୁଲ ମାଟି ମାଡ଼ି ନାହାଁନ୍ତି ।ନେମୀ ଇନଷ୍ଟାଗ୍ରାମରେ ଡାନ୍ସ ରୀଲ୍ସ କରି ପୋଷ୍ଟ କରନ୍ତି । ଧିରେ ଧିରେ ତାଙ୍କର ୪୦ ହଜାରରୁ ଅଧିକ ଫଲୋଅର୍ସ ହୋଇଯାଇଥିଲେ । ଏହି ସମୟରେ ଇନଷ୍ଟାଗ୍ରାମରେ ଜଣେ ଯୁବକ ଭୀମାରାମଙ୍କ ସହ ବନ୍ଧୁତା ହୋଇଥିଲା । ସେ ଜଣେ ଲୋକ ଗାୟକ । ସମୟର କ୍ରମେ ଦୁହେଁ ଦୁହିଁଙ୍କୁ ପସନ୍ଦ କରିବାକୁ ଲାଗିଲେ । ପାଖାପାଖି ଦେଢ଼ ବର୍ଷ ତାଙ୍କ ମଧ୍ୟରେ ଆଫେୟାର ଚାଲିଥିଲା । ଏ ବିଷୟରେ ଘର ଲୋକଙ୍କୁ କୈଣସି ଖବର ନଥିଲା । ନେମୀ ଏବଂ ତାଙ୍କ ପ୍ରେମିକ ଏକାଠି ରହିବା ପାଇଁ ନିଷ୍ପତ୍ତି ନେଇଥିଲେ । ଦିନେ ହଠାତ ନେମୀ ଦେବୀ କୌଣସି ବାହାନା କରି ଶ୍ୱଶୁର ଘରୁ ବାହାରି ପ୍ରେମିକ ସହ ଫେରାର ହୋଇଥିଲେ । ପରେ ନେମୀଙ୍କ ସ୍ୱାମୀ ଜୈସଲମେର ସଦର ଥାନାରେ ସ୍ତ୍ରୀର ନିଖୋଜ ହେବା ଖବର ଦେଇଥିଲେ । ଏହା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ସୋମବାର ବାଡ଼ମେର ଜିଲ୍ଲା ମୁଖ୍ୟାଳୟର ମହିଳା ଥାନାରେ ନେମୀ ଦେବୀ ଏବଂ ତାଙ୍କ ପ୍ରେମିକଙ୍କୁ ହାଜର କରିବା ପରେ ଜୈସଲମେର ସଦର ଥାନାକୁ ସୂଚିତ କରାଯାଇଥିଲା ।

ନେମୀଙ୍କ କହିବାନୁଯାୟୀ ସ୍ୱାମୀ ତାଙ୍କୁ ମାରପିଟ୍ କରୁଥିଲେ । ସବୁବେଳେ ସନ୍ଦେହ ଦୃଷ୍ଟିରେ ଦେଖୁଥିଲେ । ସେଥିପାଇଁ ନେମୀ ତାଙ୍କ ସ୍ୱାମୀଙ୍କ ଠାରୁ ଚିଡ଼ିଯାଇଥିଲେ । ତେଣୁ ଇନଷ୍ଟାଗ୍ରାମ ମାଧ୍ୟମରେ ଭଲପାଇଲେ ଏବଂ ନିଜ ସ୍ୱାମୀ ଓ ୫ ଜଣ ପିଲାଙ୍କୁ ଛାଡ଼ି ଗୁଜରାଟର ପାଲନପୁରରେ ଲିଭ୍ ଇନରେ ରହୁଥିଲେ । ଦୁହିଙ୍କ ପରିବାର ପକ୍ଷରୁ ନିଖୋଜ ମାମଲା ରୁଜୁ ହୋଇଥିବା ଖବର ଜାଣିବା ପରେ ଦୁହେଁ ଥାନାରେ ହାଜର ହେବ ଉଚିତ ଭାବିଲେ । ବର୍ତ୍ତମାନ ସେମାନେ ବିବାହ କରି ଏକାଠି ରହିବାକୁ ଚାହୁଁଛନ୍ତି । ପରେ ପୋଲିସ ଦୁହିଁଙ୍କ ବୟାନ ରେକର୍ଡ଼ କରି ସେମାନଙ୍କୁ ଛାଡ଼ି ଦେଇଥିଲା ।

 

Get real time updates directly on you device, subscribe now.