fbpx

ଜନ୍ମଦିନରେ ସହିଦ ହେଲେ ଆର୍ମି ଯବାନ, କାନ୍ଦି କାନ୍ଦି ବିଦାୟ ଦେଲେ ନବବିବାହିତା ପତ୍ନୀ

ରାଜସ୍ଥାନ,୨୬ ।୧୨: ରାଜସ୍ଥାନର ଭରତପୁରରେ ଏକ ଛାତିଥରା ଦୃଶ୍ୟ ଦେଖିବାକୁ ମିଳିଛି । ନିଜର ଜନ୍ମଦିନରେ ସହିଦ ହୋଇଥିବା ଆର୍ମି ଯବାନ ସୌରଭ କଟାରାଙ୍କୁ କାନ୍ଦି କାନ୍ଦି ଶ୍ମସାନରେ ବିଦାୟ ଦେଇଛନ୍ତି ନବବିବାହିତା ପତ୍ନୀ । ତେବେ ସୌରଭଙ୍କୁ ମାତ୍ର ୨୨ ବର୍ଷ ହୋଇଥିବା ବେଳେ ଜମ୍ମୁ-କାଶ୍ମୀରର କୁପୱାଡାରେ ତାଙ୍କର ଡ୍ୟୁଟି ପଡିଥିଲା, ଯେଉଁଠାରେ ଗତ ମଙ୍ଗବାର ବୋମା ବିସ୍ଫୋରଣ ହୋଇଥିଲା । ଏହି ବିସ୍ଫୋରଣରେ ସୌରଭ ସହିଦ ହୋଇଥିଲେ ।

ଅନ୍ୟପଟେ ସୌରଭଙ୍କ ବିବାହ ଚଳିତ ବର୍ଷ ୮ ଡିସେମ୍ବରକୁ ହୋଇଥିଲା । ବିବାହ ପରେ ୧୬ ଡିସେମ୍ବରକୁ ସେ ଡ୍ୟୁଟି ପାଇଁ କୁପୱାଡାକୁ ଫେରିଯାଇଥିଲେ । ଜନ୍ମଦିନରେ ନବବିବାହିତ ପତ୍ନୀ ଶୁଭେଚ୍ଛା ଜଣାଇବାକୁ ଫୋନ୍ କରିବାକୁ ଚାହୁଁଥିବା ବେଳେ ତାଙ୍କ ସହିଦ ଖବର ଆସିଥିଲା ।

ସହିଦ ସୌରଭଙ୍କ ଗତ ବୁଧବାର ଦିନ ଜନ୍ମଦିନ ଥିଲା । ପରିବାର ଲୋକେ ଜନ୍ମଦିନ ପାଳନ କରିବାକୁ ପ୍ରସ୍ତୁତି ଆରମ୍ଭ କରୁଥିବା ବେଳେ ବୋମା ବିସ୍ଫୋରଣରେ ସୌରଭ ସହିଦ ହୋଇଥିବା ଖବର ମିଳିଥିଲା । ଏହା ପରେ ପରିବାର ଉପରେ ଯେପରି ଦୁଃଖର ପାହାଡ ଖସିପଡିଲା । ହଜାର ହଜାର ଲୋକେ ସୌରଭଙ୍କୁ ଅନ୍ତିମ ବିଦାୟ ଦେଇଥିବା ବେଳେ ତାଙ୍କ ପତ୍ନୀ ପୁନମ ଦେବୀ ମଧ୍ୟ କାନ୍ଦି କାନ୍ଦି ଶ୍ମସାନରେ ପହଞ୍ଚିଥିଲେ । କାନ୍ଦି କାନ୍ଦି ବହୁ ଥର ବେହୋସ୍ ହେବା ପରେ ମଧ୍ୟ ପୁନମ୍ ଶ୍ମସାନରେ ପହଞ୍ଚି ପତି ସୌରଭଙ୍କୁ ଅନ୍ତିମ ବିଦାୟ ଦେଇଥିଲେ ।

ତେବେ ସୌରଭଙ୍କୁ ପିତା ନରେଶ କଟାରା ୨୦୦୨ ମସିହା ପର୍ଯ୍ୟନ୍ତ ଆର୍ମିରେ ଥିଲେ । ଏହା ସହ ସେ ୧୯୯୯ ମସିହା କାରଗିଲ ଯୁଦ୍ଧରେ ମଧ୍ୟ ଭାଗ ନେଇଥିଲେ । ସୌରଭଙ୍କ ବଡ ଭାଇ ଗୌରଭ କୃଷକ ଥିବା ବେଳେ ସାନ ଭାଇ ଅନୂପ ଏମବିବିଏସ କରୁଥିବା ଜଣାପଡିଛି ।

Get real time updates directly on you device, subscribe now.