fbpx

ଖୁବ୍ ଶୀଘ୍ର ବଜାରକୁ ଆସିବ ମାରୁତିର ଉଡନ୍ତା କାର୍‌, ଛାତ ଉପରୁ ଭରିବ ଉଡାଣ

Advertisement

ନୂଆଦିଲ୍ଲୀ: ଦେଶର ସବୁଠାରୁ ବଡ କାର୍ ନିର୍ମାତା କମ୍ପାନୀ ଏବେ ଭୂମାର୍ଗ ସହିତ ଆକାଶରେ ଉଡିବାର ପ୍ରସ୍ତୁତି ବି କରୁଛି । ଏକ ରିପୋର୍ଟରୁ ଜଣାଯାଇଛି କି ମାରୁତି ସୁଜୁକି ଏହାର ମୂଳ କମ୍ପାନୀ ସହ ମିଶି ଏକ ଇଲେକ୍‌ଟ୍ରିକ୍ ଏୟାର କପ୍ଟର ନିର୍ମାଣ କରିବାକୁ ପ୍ରସ୍ତୁତ ହେଉଛି । ପ୍ରଥମେ କମ୍ପାନୀ ଏହାକୁ ଜାପାନ ଓ ଆମେରିକା ବଜାରରେ ପ୍ରବେଶ କରାଇବ ଓ ପରେ ଏହାକୁ ଭାରତ ବଜାରରେ ଉପଲବ୍ଧ କରାଯିବ ।

ମିଳିଥିବା ରିପୋର୍ଟରୁ ଜଣାଯାଇଛି କି ମାରୁତି ସୁଜୁକି ଏହାର ମୂଳ କମ୍ପାନୀ ସୁଜୁକୀ ମୋଟର କର୍ପୋରେସନ ସହ ଏକ ବୁଝାମଣା କରିଛି ଓ ଏହି ବୁଝାମଣା ଜରିଆରେ ଆକାଶରେ ଉଡୁଥିବା ଇଲେକ୍ଟ୍ରିକ୍ କାପ୍ଟରର ନିର୍ମାଣ କରାଯିବ । ମିଳିଥିବା ସୂତ୍ର ଅନୁଯାୟୀ ଏହି ଏୟାରକ୍ରାଫ୍ଟ ଡ୍ରୋନ ଠାରୁ ବଡ ହେବ କିନ୍ତୁ ସାଧାରଣ ହେଲିକପ୍ଟର ଠାରୁ ଛୋଟ ହେବ । ଏଥିରେ ପାଇଲଟଙ୍କୁ ମିଶାଇ ଅତି କମ୍‌ରେ ୩ ଜଣ ଲୋକ ବସିବାର ବ୍ୟବସ୍ଥା ରହିବ । ଏହା ଆପଣଙ୍କ ଘରର ଛାତ ଉପରୁ ଉଡାଣ ଭରିପାରିବ ।

କମ୍ପାନୀ ଏହି ଯୋଜନା ସହିତ ଗମନାଗମନର ନୂଆ ସମାଧାନ ମଧ୍ୟ ବାହାର କରିବାରେ ଲାଗିଛି । ଏହା କେବଳ କମ୍ପାନୀ ଭାରତ ବଜାରରେ ଲଞ୍ଚ କରିବାର ଯୋଜନାରେ ନାହିଁ ବରଂ ଏହାର ମୂଲ୍ୟ ଅତି କମ୍ ରଖିବାକୁ ସ୍ଥାନୀୟ ନିର୍ମାଣ ଉପରେ ମଧ୍ୟ ବିଚାର କରାଯାଉଛି ।

Get real time updates directly on you device, subscribe now.