fbpx

ଶ୍ରୀରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ଜଣେ ବି ଗରିବ ଲୋକ ଯୋଗ ଦେଇନଥିଲେ; ରାହୁଲ ଗାନ୍ଧୀ

Advertisement

ରାୟପୁର: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ‘ଭାରତ ଯୋଡୋ ନ୍ୟାୟ ଯାତ୍ରା’ ଛତିଶଗଡରେ ପହଞ୍ଚିଛି। ଛତିଶଗଡ଼ର କୋରବାରେ ସାଧାରଣ ଲୋକଙ୍କୁ ସମ୍ବୋଧିତ କରି ରାହୁଲ ଗାନ୍ଧୀ କହିଛନ୍ତି ଯେ ଶ୍ରୀରାମ ମନ୍ଦିର ନିର୍ମାଣରେ ଜଣେ ବି ଗରିବ ଲୋକଙ୍କୁ ଦେଖିବାକୁ ମିଳିନଥିଲା, ବରଂ କୋଟିପତି ‘ଅମ୍ବାନୀ ଓ ଆଦାନୀ’ଙ୍କୁ ଦେଖିବାକୁ ମିଳିଥିଲା। ରାହୁଲ ଗାନ୍ଧି କହିଛନ୍ତି, ରାମ ମନ୍ଦିରକୁ ପବିତ୍ର କରାଯାଇଛି। ଆପଣ ଏଥିରେ ଜଣେ ବି ଗରିବ ବ୍ୟକ୍ତିଙ୍କୁ ଦେଖିଛନ୍ତି କି? ମୁଁ ଅମିତାଭ ବଚ୍ଚନ, ଐଶ୍ୱର୍ଯ୍ୟା ରାୟ, ଆଦାନୀ, ଅମ୍ବାନୀଙ୍କୁ ଦେଖିଥିଲି। ସମସ୍ତ ବ୍ୟବସାୟୀଙ୍କୁ ଦେଖିବାକୁ ମିଳିଥିଲା କିନ୍ତୁ ମୁଁ ଏଥିରେ କୌଣସି ଗରିବ ଲୋକଙ୍କୁ ଦେଖିନଥିଲି।

ଜଣେ ବି ଚାଷୀଙ୍କୁ ଦେଖିବାକୁ ମିଳିନଥିଲା, କେ ଜଣେ ବି ଶ୍ରମିକଙ୍କୁ ଦେଖିବାକୁ ମିଳିନଥିଲା, ଏପରିକି ଜଣେ ବି ବେକାର ଙ୍କୁ ଦେଖିବାକୁ ମିଳିନଥିଲା, ଜଣେ ଛୋଟ ଦୋକାନୀଙ୍କୁ ଦେଖିବାକୁ ମିଳିନଥିଲା, ଚା’ ବାଲା ଦେଖିବାକୁ ମିଳିନଥିଲା ବରଂ ସମସ୍ତ କୋଟିପତିଙ୍କୁ ଦେଖିବାକୁ ମିଳିଥିଲା। ସେଠାରେ ଅମ୍ବାନୀଜୀ ଭାଷଣ ଦେଉଛନ୍ତି, ତାଙ୍କ ପତ୍ନୀ ଭାଷଣ ଦେଉଛନ୍ତି ଏବଂ ତାଙ୍କ ପିଲାମାନେ ଭାଷଣ ଦେଉଛନ୍ତି। ତେବେ ଉଭୟ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏବଂ ବ୍ୟବସାୟୀ ଗୌତମ ଆଦାନୀ ଜାନୁଆରି ୨୨ ରେ ଶ୍ରୀରାମ ମନ୍ଦିରର ପୂଜାର୍ଚ୍ଚନା ସମାରୋହରେ ଯୋଗ ଦେଇନଥିଲେ। ଏହି କାର୍ଯ୍ୟକ୍ରମରେ ମୁକେଶ ଅମ୍ବାନୀଙ୍କ ପରିବାର, ଆଲିଆ ଭଟ୍ଟ, ରଣବୀର କପୁର, କ୍ୟାଟ୍ରିନା କୈଫ୍, ଭିକି କୌଶଲ, ରଣଦୀପ ହୁଡାଙ୍କ ସହ ପତ୍ନୀ ଲିନ୍ ଲାଇଶ୍ରାମ ଓ କଙ୍ଗନା ରଣାୱତ ପ୍ରମୁଖ ଉପସ୍ଥିତ ଥିଲେ।

 

Get real time updates directly on you device, subscribe now.