fbpx

ଅବସର ଘୋଷଣା କଲେ ୬ଥର ବିଶ୍ୱ ବକ୍ସିଂ ଚାମ୍ପିଆନ୍ ହୋଇଥିବା ମ୍ୟାରି କମ୍: କହିଲେ ଏହାର କାରଣ

ନୂଆଦିଲ୍ଲୀ: ବକ୍ସର ମ୍ୟାରି କମ୍ ଅବସର ନେବାକୁ ଘୋଷଣା କରିଛନ୍ତି । ତେବେ ଆନ୍ତର୍ଜାତୀୟ ବକ୍ସିଂ ଆସୋସିଏସନ୍ (ଆଇବିଏ) ର ନିୟମ ଅନୁଯାୟୀ ପୁରୁଷ ଏବଂ ମହିଳା ବକ୍ସରମାନଙ୍କୁ କେବଳ ୪୦ ବର୍ଷ ବୟସ ପର୍ଯ୍ୟନ୍ତ ପ୍ରତିଯୋଗିତାରେ ଲଢ଼ିବାକୁ ଅନୁମତି ଦିଆଯାଇଛି ।

ଏଭଳି ପରିସ୍ଥିତିରେ ତାଙ୍କୁ ଅବସର ଘୋଷଣା କରିବାକୁ ପଡିଛି । ଏକ ଇଭେଣ୍ଟ ସମୟରେ ୪୧ ବର୍ଷୀୟା ମ୍ୟାରି କହିଛନ୍ତି ଯେ, ଏବେ ବି ତାଙ୍କ ପାଖରେ ବଡ ମଞ୍ଚରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ କ୍ଷୁଧା ଅଛି, କିନ୍ତୁ ବୟସ ସୀମା ହେତୁ ତାଙ୍କୁ ନିଜ କ୍ୟାରିଅରରେ ରୋକ୍ ଳଗାଇବାକୁ ପଡିବ ।

ମ୍ୟାରି କମ୍ ଅବସର ନେଇ କ’ଣ କହିଥିଲେ?
ମ୍ୟାରି କମ୍ ତାଙ୍କ ଅବସର ସମୟରେ କହିଛନ୍ତି ଯେ “ମୋର ତଥାପି କ୍ଷୁଧା ଅଛି କିନ୍ତୁ ଦୁର୍ଭାଗ୍ୟବଶତଃ ବୟସ ସୀମା ହେତୁ ମୁଁ କୌଣସି ପ୍ରତିଯୋଗିତାରେ ଭାଗ ନେଇ ପାରିବି ନାହିଁ । ମୁଁ ଅଧିକ ଖେଳିବାକୁ ଚାହେଁ କିନ୍ତୁ ମୋତେ ଛାଡିବାକୁ ପଡିବ (ବୟସ ସୀମା ହେତୁ) । ମୋତେ ଅବସର ନେବାକୁ ପଡିବ ଏବଂ ମୁଁ ଏହା କରୁଛି । ” ମ୍ୟାରି ଏକ ଇଭେଣ୍ଟ ସମୟରେ କହିଥିଲେ ଯେ ମୁଁ ମୋ ଜୀବନରେ ସବୁକିଛି ହାସଲ କରିଥିଲି । ମ୍ୟାରିି ବକ୍ସିଂ ଇତିହାସରେ ପ୍ରଥମ ମହିଳା ବକ୍ସର ଯିଏକି ୬ ଟି ବିଶ୍ୱ ଟାଇଟଲ୍ ହାସଲ କରିଛନ୍ତି । ପାଞ୍ଚ ଥର ଏସୀୟ ଚାମ୍ପିଅନ୍ ପ୍ରଥମ ଭାରତୀୟ ମହିଳା ବକ୍ସର ଭାବରେ ୨୦୧୪ ଏସୀୟ ଗେମ୍ସରେ ସ୍ୱର୍ଣ୍ଣ ପଦକ ଜିତିଥିଲେ ।

Get real time updates directly on you device, subscribe now.