fbpx

ବିବାହ ଭୋଜିରୁ ଫେରିବା ବେଳେ JEଙ୍କୁ ସଂଘବଦ୍ଧ ଆକ୍ରମଣ: ବିଦ୍ୟୁତକାଟକୁ ନେଇ ପିଟିଲେ ଲୋକେ

ନୀଳଗିରି: ବିଦ୍ୟୁତକାଟ ଘଟଣାକୁ ନେଇ ଜେଇଙ୍କ ଉପରେ ହୋଇଛି ଆକ୍ରମଣ । ଏକ ବିବାହ ଭୋଜିରୁ ଫେରିବା ବେଳେ ବିଦ୍ୟୁତକାଟ ସମସ୍ୟାକୁ କେନ୍ଦ୍ର କରି କିଛି ଲୋକ ତାଙ୍କୁ ଅଟକାଇବା ସହ ଆକ୍ରମଣ କରିଥିବା ସୂଚନା ମିଳିଛି । ବୋରିସାହି ନିକଟରେ ପ୍ରାୟ ୧୦ ଜଣ ଲୋକ ତାଙ୍କୁ ଅଟକାଇଥିଲେ । ଏହାପରେ ସେମାନେ ଅଚାନକ ଜେଇଙ୍କ ଉପରେ ଆକ୍ରମଣ କରିଥିଲେ । ତେବେ ଏହି ଆକ୍ରମଣରେ ଜେଇ ଆହତ ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । କିନ୍ତୁ ଘଟଣାକୁ ନେଇ ସବୁଆଡେର ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।

Get real time updates directly on you device, subscribe now.