fbpx

ବସକୁ ପିଟିଲା ଟ୍ରକ: ୨ ଜଣଙ୍କ ମୃତ୍ୟୁ, ୮ ଆହତ

ନୂଆଦିଲ୍ଲୀ: ଆଜିକାଲି ରାସ୍ତାଘାଟରେ ଦୁର୍ଘଟଣା ଏକ ସାଧାରଣ କଥା ହୋଇ ଗଲାଣି । ମଦ୍ୟପାନ ଓ ଅସାବଧାନତା କାରଣରୁ ଅନେକ ସମୟରେ ନିରୀହ ଜୀବନ ଚାଲିଯାଉଛି । ତେବେ ଏହା ମଧ୍ୟରେ ଏକ ବଡ଼ ସଡ଼କ ଦୁର୍ଘଟଣା ଖବର ଆସିଛି । ରାଜପଥରେ ଗୋଟିଏ ସ୍ଲିପର ବସକୁ ପଛପଟୁ ଧକ୍କା ଦେଇଛି ଗୋଟିଏ ଟ୍ରକ । ଫଳରେ ଘଟଣାସ୍ଥଳରେ ୨ ଜଣଙ୍କର ମୃତ୍ୟୁ ଘଟିବା ସହତ ୮ ଜଣ ଆହତ ହୋଇଛନ୍ତି ।

ସୂଚନା ମୁତାବକ, ଉତ୍ତରପ୍ରଦେଶର କାନପୁର- ଆଗ୍ରା ଜାତୀୟ ରାଜପଥର ଇଟାୱା ବାଇପାସର ସମୃଦ୍ଧି ହସ୍ପିଟାଲ ନିକଟରେ ଏହି ଦୁର୍ଘଟଣା ଘଟିଥିଲା । କାନପୁରରୁ ଉଦୟପୁର ଅଭିମୁଖେ ଯାଉଥିବା ବିଜୟ ସ୍ଲିପର କୋଚର ବସ ୬୦ ଯାତ୍ରୀଙ୍କୁ ନେଇ ରାସ୍ତା କଡ଼ରେ କିଛି ସମୟ ପାଇଁ ଅଟକିଥିଲା । ତେବେ ଏହି ସମୟରେ ପଛଆଡ଼ୁ ଦ୍ରୁତ ବେଗରେ ଆସୁଥିବା ଏକ ଟ୍ରକ ବସକୁ ଧକ୍କା ଦେଇଥିଲା ।

ତେବେ ଏହି ଘଟଣା ପରେ ସେଠାରେ ହଲଚଲ୍ ମଚିଯାଇଥିଲା । ବସ ପଛରେ ଛିଡ଼ା ହୋଇଥିବା ଏକ ଟେମ୍ପୋରେ ଦୁଇଜଣ ଲୋକ ବସିଥିଲେ । ତେବେ ଟ୍ରକ ଧକ୍କା ଦେବାରୁ ଉକ୍ତ ଦୁଇ ଯାତ୍ରୀଙ୍କର ମୃତ୍ୟୁ ଘଟିଥିଲା । କେବଳ ଏତିକି ନୁହେଁ, ବସ ଆଗରେ ଛିଡ଼ା ହୋଇଥିବା ବାଇକ ଓ ସ୍କୁଟି ମଧ୍ୟ କ୍ଷତିଗ୍ରସ୍ତ ହୋଇଥିଲା । ତେବେ ଟେମ୍ପୋରେ ବସିଥିବା ଦୁଇ ଜଣ ଶ୍ରମିକ ବୋଲି ଜଣାପଡ଼ିଛି । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଆହତଙ୍କୁ ଚିକିତ୍ସା ନିମନ୍ତେ ହସ୍ପିଟାଲ ପଠାଇଛି ।

Get real time updates directly on you device, subscribe now.