fbpx

ପୁଣିଥରେ ତୁର୍କୀର ରାଷ୍ଟ୍ରପତି ହେଲେ Erdogan, ଲଗାତାର ୧୧ଥର ପିନ୍ଧିବେ ପାଇଁ ମୁକୁଟ

ନୂଆଦିଲ୍ଲୀ: ତୁର୍କୀ ରାଷ୍ଟ୍ରପତି ନିର୍ବାଚନରେ ରିସେପ୍ ତାଇପ ଏର୍ଦୋଗନ୍ ବାଜି ମାରିଛନ୍ତି । ସେ ବର୍ତ୍ତମାନ ସୁଦ୍ଧା ଲଗାତାର ୧୧ ଥର ନିର୍ବାଚନ ଜିତିଛନ୍ତି । ଦୀର୍ଘ ଦିନ ଧରି କ୍ଷମତାରେ ଥିବା ରିସେପ୍ ତାଇପ ଏର୍ଦୋଗନ୍ ବିରୋଧୀଦଳ ନେତା କମାଲ କେଲିକଦାରୋଗ୍ଲୁଙ୍କ ସହ କଡ଼ା ମୁକାବିଲା କରିଥିଲେ । ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ଭୋଟ୍ ୧୪ ମେ’ରେ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ କୌଣସି ପ୍ରାର୍ଥୀ ୫୦ ପ୍ରତିଶତରୁ ଅଧିକ ଭୋଟ୍ ପାଇ ନଥିଲେ । ଏହି କାରଣରୁ ରନ୍ ଅଫ୍ ରାଉଣ୍ଡ କରିବାକୁ ପଡିଥିଲା ।

ଏବେ୨୮ ମେ’ରେ ଅନୁଷ୍ଠିତ ରନ୍ ଅଫ୍ ରାଉଣ୍ଡରେ ଏର୍ଦୋଗନ୍ ଜିତିଛନ୍ତି । ଏର୍ଦୋଗନଙ୍କୁ ମୋଟ ୯୭ ପ୍ରତିଶତ ଭୋଟରେ ୫୨.୧ ପ୍ରତିଶତ ମିଳିଥିବା ବେଳେ କମାଲ ୪୭.୯ ପ୍ରତିଶତ ଭୋଟ ହାସଲ କରିଛନ୍ତି । ଏହାର ପଅ୍ରଥମ ଚରଣ ମତଦାନରେ ଏର୍ଦୋଗନଙ୍କୁ ୪୯.୫% ଓ କମାଲଙ୍କୁ ୪୩.୫ % ଭୋଟ ମିଳିଥିଲା ।

ତେବେ ଫେବୃଆରୀରେ ହୋଇଥିବା ଭୂକମ୍ପ ପରେ ଏର୍ଦୋଗନଙ୍କ ପାଇଁ ଅସୁବିଧା ବଢ଼ିଯାଇଥିଲା ଏବଂ ତାଙ୍କୁ ଏଥର ଜିତିବା ପାଇଁ କଠିନ ପରିଶ୍ରମ କରିବାକୁ ପଡିଥିଲା । ଏର୍ଦୋଗନଙ୍କ ବିଜୟ ଉପରେ କତରର ତମିମ ବିନ୍ ହମଦ୍ ଟ୍ୱିଟ୍ କରି ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ସେ କହିଛନ୍ତି, ‘ବିଜୟ ପାଇଁ ଅଭିନନ୍ଦନ, କାର୍ଯ୍ୟକାଳରେ ସଫଳତା କାମନା କରୁଛି ।’

Get real time updates directly on you device, subscribe now.