fbpx

ଲକ୍-ଡାଉନ୍ ଭାଙ୍ଗି ଷଣ୍ଢର ଅନ୍ତିମ ସଂସ୍କାରରେ ଏକାଠି ହେଲେ ଶତାଧିକ ଲୋକ

କରୋନାରେ ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗୁଥିବା ବେଳେ ଆଜି ବି ଚେତୁନାହାନ୍ତି ଲୋକେ । ସେହିଭଳି ତାମିଲନାଡୁର ମଦୁରୌ ଜିଲ୍ଲାରେ ଲକ୍-ଡାଉନ୍ ଭାଙ୍ଗିଥିବା ଏକ ଅଦ୍ଭୁଦ ଘଟଣା ସାମନାକୁ ଆସିଛି । ଏଠାରେ ୧୨୦୦ରୁ ଅଧିକ ଲୋକ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ଏକ ଷଣ୍ଢର ଅନ୍ତିମ ସଂସ୍କାର ପାଇଁ ଶତାଧିକ ଲୋକ ଗୋଟିଏ ଜାଗାରେ ଭିଡ ଲଗାଇଥିବା ଦେଖିବାକୁ ମିଳିଛି । ଖବର ପାଇ ପ୍ରଶାସନ ପକ୍ଷରୁ କଡା ପଦକ୍ଷେପ ନିଆଯିବା ସହ ଉପସ୍ଥିତ ଥିବା ଲୋକଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । ତେବେ ଲକ୍ ଡାଉନ ଉଲ୍ଲଙ୍ଘନର ୩୦୦୦ ମାମଲା ବର୍ତ୍ତମାନ ସୁଦ୍ଧା ରୁଜୁ ହୋଇସାରିଛି ।

Get real time updates directly on you device, subscribe now.