fbpx

ଯୁବରାଜଙ୍କ ଖୁଲାସା,ଟି-୨୦ ୱାଲ୍ଡକପରେ ୬ ଛକା ମାରିବା ପରେ ବ୍ୟାଟର କରାଯାଇଥିଲା ଚେକିଂ

ଭୁବନେଶ୍ୱର :୨୦ । ୪(ଓଡିଶା ଭାସ୍କର): ୨୦୦୭ ଟି-୨୦ କ୍ରିକେଟ ୱାଲ୍ଡକପ ସର୍ବଦା ଭାରତୀୟଙ୍କୁ ସ୍ମରଣ ରହିବ । ବିଶେଷ କରି ଇଂଲଣ୍ଡ ବିପକ୍ଷରେ ଯୁବରାଜ ସିଂଙ୍କ ଧମାକାଦାର ଇନିଂସ ।ଏହି ମ୍ୟାଚରେ ଯୁବରାଜ ଷ୍ଟୁଆଟ ବ୍ରଡଙ୍କ ବୋଲିଂରେ ୬ ବଲରେ ମାରିଥିଲେ ୬ ଛକା । ଯାହାକି ବିଶ୍ୱରେକର୍ଡ ଥିଲା ।ଏହା ଦୁନିଆର ସବୁ କ୍ରିକେଟ ପ୍ରେମୀଙ୍କୁ ଚମକାଇ ଦେଇଥିଲା । କିନ୍ତୁ ଆପଣ ଜାଣି ଅଶ୍ଚର୍ଯ୍ୟ ହେବେ ଯେ ଯୁବରାଜ ୬ ଛକା ମାରିଥିବା ବ୍ୟାଟକୁ ନେଇ ପ୍ରଶ୍ନଉଠିଥିଲା । ଟି-୨୦ ୱାଲ୍ଡକପରେ ୬ ଛକା ମାରିବା ପରେ ବ୍ୟାଟର କରାଯାଇଥିଲା ଚେକିଂ ।ଯାହାର ଖୁଲାସା କରିଛନ୍ତି ନିଜେ ଯୁବରାଜ । ମ୍ୟାଚ ପରେ ଅଷ୍ଟ୍ରେଲିଆ କୋଚ ଓ ଗିଲଖ୍ରିଷ୍ଟ ଯୁବରାଜଙ୍କ ବ୍ୟାଟକୁ ପରଖିଥିଲେ । ଏଥିରେ କିଛି ସ୍ୱତନ୍ତ୍ର କାଠ ଲାଗିଛି ବୋଲି ବି ସନ୍ଦେହ କରିଥିଲେ । କଥା ମ୍ୟାଚ ରେଫରୀଙ୍କ ପାଖକୁ ଯାଇଥିଲା । କିନ୍ତୁ ବ୍ୟାଟରେ ସେଭଳି କିଛି ଭିନ୍ନତା ନଥିଲା ।

Get real time updates directly on you device, subscribe now.