fbpx

ଜର୍ମାନୀରେ ଗୁଳିକାଣ୍ଡ, ୮ ମୃତ

ବର୍ଲିନ,୨୦ ।୨ : ଜର୍ମାନୀର ହନାଉ ଏବଂ ସ୍ପୁଟନିକ ସହରରେ ଆଖିବୁଜା ଗୁଳିମାଡ କରିଛନ୍ତି କେତେକ ଦୁର୍ବୃତ୍ତ । ଏହି ଗୁଳିମାଡରେ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଗୁରୁତର ଆହତ ହୋଇଛନ୍ତି । ଗୁଳିମାଡ଼ ପରେ ଦୁର୍ବୃତ୍ତ ୨ ଜଣ ଫେରାର ହୋଇଯାଇଛନ୍ତି । ପୋଲିସର କହିବା ଅନୁସାରେ ପ୍ରଥମ ଘଟଣା ହନାଉ ସହରର ମିଡ୍‌ନାଇ୍‌ଟ ବାରରେ ଏବଂ ୨ୟଟି ଅରେନା ବାରରେ ଘଟିଥିଲା । ଘଟଣାସ୍ଥଳରେ ସହରକୁ ସିଲକରି ସର୍ଚ୍ଚ ଅପରେସନ ଆରମ୍ଭ କରିଛି ପୋଲିସ । ତେବେ କେଉଁ କାରଣରୁ ଏହି ଘଟଣା ଘଟିଲା ତାହା ମଧ୍ୟ ସ୍ପଷ୍ଟ ହୋଇନାହିଁ ।

Get real time updates directly on you device, subscribe now.