fbpx

ବଡ଼ ସାଇବର ଠକେଇ: ନିଜକୁ ପୋଲିସ କହି ଡାକ୍ତରଙ୍କ ଠାରୁ ନେଇଗଲା ୪.୫ କୋଟି

ନୂଆଦିଲ୍ଲୀ: ଜଣେ ୩୪ ବର୍ଷୀୟ ମହିଳା ଡାକ୍ତରଙ୍କ ଠାରୁ ‘ଫେଡଏକ୍ସ ପ୍ୟାକେଜର ସିଜ’ ସହ ଜଡିତ କଲ ଦ୍ୱାରା ହୋଇଛି । ନିଜକୁ ମହାରାଷ୍ଟ୍ର ନାର୍କୋଟେକ୍ସ ଡିପାର୍ଟମେଣ୍ଟର ଅଦିକାରୀ କହି ଏହି ଡାକ୍ତରଙ୍କ ଠାରୁ ୪.୪୭ କୋଟି ଠକି ନେଇଛନ୍ତି । ତାଙ୍କ ଉପରେ ଅଭିଯୋଗ ଲଗାଯାଇଥିଲା ଯେ, ସେ ଡ୍ରକ୍ସ କାରବାର କରୁଛନ୍ତି । ତାଙ୍କ ଏପରି ଜାଲରେ ଫସାଯାଇଥିଲା ଯେ, ସେ କିଛି ସମୟ ମଧ୍ୟରେ ଅନ୍ୟକୁ ନିଜ ଟଙ୍କା ଦେଇଦେଲେ । ପୋଲିସ ବର୍ତ୍ତମାନ ଏହି ମାମଲାର ତଦନ୍ତ ଚଳାଇଛି ।

ସୂଚନା ଅନୁଯାୟୀ, ମହିଳା ଡାକ୍ତରଙ୍କ କଲ ଆସିଥିଲା ଯେ, ଏକ ପ୍ୟାକେଟ ଧରାଯାଇଛି । ଯେଉଁଥିରେ ୧୪୦ ଗ୍ରାମର ଏମଡିଏମଏ ସହିତ ତାଙ୍କ ପାସପୋର୍ଟ ଏବଂ ବ୍ୟାଙ୍କିଙ୍ଗ ଡକ୍ୟୁମେଣ୍ଟ ରହିଛି । ସେହି ବ୍ୟକ୍ତି ଜଣକ କହିଲେ ଆମେ ଏହି କେସକୁ ଇନସ୍ପେକ୍ଟର ଇପ୍ସିତାଙ୍କୁ ଦେଇ ଦଉଛୁ । ତାର କିଛି ସମୟ ପରେ ଇନସ୍ପେକ୍ଟ ଫୋନ କରି ମହିଳା ଡାକ୍ତରଙ୍କୁ ପରାମର୍ଶ ଦେଇଥିଲେ ଯେ, ଆପଣ ଏଥିପାଇଁ ସ୍କାଇପ୍ ଅପ ଡାଉନ ଲୋଡ କରି ଏଥିରେ ଏହି ଅଭିଯୋଗ କରିପାରିବେ ।

ମହିଳା ଡାକ୍ତରଙ୍କୁ ଧିରେ ଧିରେ ତାଙ୍କ ବ୍ୟାଙ୍କ ଆକାଉଣ୍ଟ ଆଡକୁ କଥା ନିଆଗଲା । କୁହାଗଲା ଆପଣଙ୍କ ବ୍ୟାଙ୍କ ଡିଟେଲ୍ସ ଅମକୁ ଦିଅନ୍ତୁ । ଏହାପରେ ସେ ସମସ୍ତ ଡକ୍ୟୁମେଣ୍ଟ ଦେଇଥିଲେ । ଡାକ୍ତର ତାଙ୍କୁ ୧.୧୫ କୋଟିର ଏଫଡି ଭାଙ୍ଗିଥିଲେ ଏବଂ ତାଙ୍କ ପାଖରେ ଥିବା ବ୍ରାଞ୍ଚକୁ ଯିବା ପାଇଁ କହିଥିଲେ । ଏହାପରେ ପିଡିତାଙ୍କୁ କୁହାଯାଇଥିଲା ଯେ, ଆପଣ ଏହି କଥା କାହାକୁ ନ କହିବା ପାଇଁ । ଏହାପରେ ସେ ତାଙ୍କ ଏଫଡି ଭାଙ୍ଗି ସ୍କ୍ରାଇପ ଆପକୁ ଚାଲିଗଲେ ଏବଂ ସେଠାରେ ତାଙ୍କର ୪.୪୭ କୋଟି ଟଙ୍କା ଠକି ନିଆଯାଇଥିଲା ।

ମେ ୯ ତାରିଖ ପର୍ଯ୍ୟନ୍ତ ‘ମୁମ୍ବାଇ ନାର୍କୋଟିକ୍ସ ଡିଭିଜନ’, ‘ଆରବିଆଇ’ ଏବଂ ‘ଆଣ୍ଡେରି ପୋଲିସ ଷ୍ଟେସନ’ରୁ କୌଣସି ପ୍ରତିକ୍ରିୟା ମିଳି ନଥିଲା। ଶେଷରେ ମହିଳାଙ୍କୁ ଦୁଇଟି ‘କ୍ଲିୟରାନ୍ସ ସାର୍ଟିଫିକେଟ୍’ ପଠାଗଲା।ଏଥିରେ ଲେଖାଯାଇଥିଲା ଯେ, ତାଙ୍କ ଆକାଉଣ୍ଟଗୁଡିକ ଠିକ ଅଛି ଏବଂ ସେମାନଙ୍କଠାରୁ କୌଣସି ବେଆଇନ କାରବାର ଧରାଯାଇ ନାହିଁ।

Get real time updates directly on you device, subscribe now.