fbpx

(Video)ମଲ୍‌ରେ ଭୀଷଣ ଅଗ୍ନିକାଣ୍ଡ, ବହୁ ଲୋକ ଫଶି ରହିଥିବାର ଆଶଙ୍କା

କୋଲକାତା: କୋଲକାତାର ଆକ୍ରୋପୋଲିସ ମଲ୍‌ରେ ଶୁକ୍ରବାର ଭୀଷଣ ଅଗ୍ନିକାଣ୍ଡ ଘଟଣା ସାମ୍ନାକୁ ଆସିଛି । ମଲ୍‌ରେ ବହୁ ଲୋକ ଫସି ରହିଥିବାର ଅନୁମାନ କରାଯାଉଛି । ଘଟଣା ବିଷୟରେ ସୂଚନା ମିଳିବା ପରେ ଦମକଳ ବିଭାଗ ପକ୍ଷରୁ ୧୦ ଗାଡି ଘଟଣାସ୍ଥଳରେ ପହଞ୍ଚିଛି ।

ଦମକଳ ବିଭାଗ ଅଧିକାରୀ ମଲ୍ ମଧ୍ୟରେ ଥିବା ବିଭିନ୍ନ କାର୍ଯ୍ୟାଳୟରୁ ଲୋକଙ୍କୁ ସୁରକ୍ଷିତ ବାହାର କରିବାକୁ ପ୍ରୟାସ ଜାରି ରଖିଛନ୍ତି । ତେବେ ମଲ୍‌ରେ କିପରି ନିଆଁ ଲାଗିଗଲା ତାହା ଜଣାପଡିନାହିଁ ।
ନିଆଁ ଲାଗିବା ପରେ ପୁରା ମଲ୍ ଧୂଆଁମୟ ହୋଇଯାଇଥିଲା । ଅଗ୍ନିଶମ ବିଭାଗ କର୍ମଚାରୀ ମଲ୍‌ର କାଚ ଝରକା ଭାଙ୍ଗି ଦେବା ସହ ଲୋକଙ୍କୁ ବାହାରକୁ କାଢିବାରେ ଚେଷ୍ଟା ଜାରି ରଖିଛନ୍ତି ।

Get real time updates directly on you device, subscribe now.