CHARIDHAM

ସର୍ଭର ଡାଉନ୍ କାରଣରୁ ବନ୍ଦ ହେଲା ବିମାନ ସେବା, ମୁମ୍ବାଇର ବିମାନବନ୍ଦରରେ ଜମିଲା ଯାତ୍ରୀଙ୍କ ଭିଡ଼

ମୁମ୍ବାଇ: ମୁମ୍ବାଇ ବିମାନ ବନ୍ଦରରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । ସର୍ଭର ଡାଉନ୍ ହୋଇଯିବା କାରଣରୁ ବିମାନ ଚଲାଚଳ ଠପ୍ ହୋଇଯାଇଛି । ଯେଉଁ କାରଣରୁ ମୁମ୍ବାଇ ବିମାନ ବନ୍ଦରର ଦୁଇ ନମ୍ବର ଟର୍ମିନାଲରେ ଯାତ୍ରୀଙ୍କ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳିଛି । ତେବେ ଭିଡକୁ ସଠିକ ଭାବେ ନିୟନ୍ତ୍ରଣ କରାଯାଇଛି ଏବଂ ବିମାନ ଗୁଡିକୁ ପରିଚାଳନା କରିବା ପାଇଁ ମାନୁଆଲ ପାସ୍ ଦିଆଯାଉଥିବାରୁ କୌଣସି ବିଶୃଙ୍ଖଳା ଭଳି ସ୍ଥିତି ନାହିଁ ବୋଲି ସିଏସଆଇଏଫ କହିଛି।

ତେବେ ସର୍ଭର ଡାଉନ୍ କାରଣରୁ କିଛି ବିମାନ ଉଡ଼ାଣ କାର୍ଯ୍ୟସୂଚୀକୁ ମଧ୍ୟ ପରିବର୍ତନ କରିପାରେ ବୋଲି ସୂଚନା ମିଳିଛି। ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନବନ୍ଦରର ଦୁଇଟି ଟର୍ମିନାଲ୍ ମଧ୍ୟରୁ ଦୁଇ ନମ୍ବର ଟର୍ମିନାଲରେ ମୁଖ୍ୟତ ଆନ୍ତର୍ଜାତୀୟ ବିମାନ ଚଳାଚଳ ଏବଂ ଘରୋଇ ସମ୍ବଧୀୟ କାରବାର କରିଥାଏ।