fbpx

କୁକୁଡ଼ା ନାଁରେ ଅଭିଯୋଗ ଧରି ଥାନାରେ ପହଞ୍ଚିଲେ ଡାକ୍ତର: ବିରକ୍ତ ହୋଇ କଲେ ଏପରି

ନୂଆଦିଲ୍ଲୀ:ଆମେ ପିଲାଦିନରୁ ଶୁଣି ଆସିଛୁ ଯେ ଗାଁର ଲୋକମାନେ କୁକୁଡ଼ା ଶବ୍ଦ କରିବା ପୂର୍ବରୁ ସକାଳେ ଉଠି ଯାଉଥିଲେ । ପ୍ରଥମେ କୁକୁଡ଼ା ଶବ୍ଦ କରୁଥିଲେ ଏହାକୁ ଏକ ପ୍ରାକୃତିକ ଆଲାର୍ମ ବୋଲି କୁହା ଯାଉଥିଲା । ଯେଉଁଥିପାଇଁ ଲୋକମାନେ ଅଧିକ ସମୟ ପର୍ଯ୍ୟନ୍ତ ଶୋଇବାକୁ ଏଡ଼ାଉଥିଲେ ଏବଂ ସର୍ବଦା ସମୟ ଅନୁସାରେ ଉଠୁଥିଲେ । କିନ୍ତୁ ବର୍ତ୍ତମାନ ସମସ୍ତେ ସେହି କୁକୁଡ଼ାର ଶବ୍ଦକୁ ଆଉ ପସନ୍ଦ କରୁ ନାହାନ୍ତି । ସେହିପରି ଲୋକମାନେ କୁକୁଡ଼ାର ସମୟ ଅନୁସାରେ ଉଠିବାକୁ ମଧ୍ୟ ପସନ୍ଦ କରୁ ନାହାନ୍ତି । ବର୍ତ୍ତମାନ ସମୟରେ ଲୋକମାନେ ମୋବାଇଲରେ ଚାର୍ଯ ଥିବା ଯାଏଁ ରାତିରେ ଚେଇଁ ରହୁଛନ୍ତି । ଏବଂ ମୋବାଇଲରେ ଆର୍ଲାମ ବାଜିବା ପରେ ହିଁ ଉଠୁଛନ୍ତି । ଏପରି ପରିସ୍ଥିତିରେ ନୀରିହ କୁକୁଡ଼ା ପ୍ରତିଦିନ ସକାଳେ ଶବ୍ଦ କରିବା ମହଙ୍ଗା ପଡିଛି ।

ତେବେ ମଧ୍ୟପ୍ରଦେଶର ଇନ୍ଦୋରରେ ଏଭଳି ଏକ ମାମଲା ସାମ୍ନାକୁ ଆସିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଜଣେ ବ୍ୟକ୍ତି ପ୍ରତିଦିନ ସକାଳେ କୁକୁଡ଼ା ଶବ୍ଦରେ ଏପରି ଅସୁବିଧାରେ ପଡିଥିଲେ ଯେ ଶେଷରେ କୁକୁଡ଼ା ନାଁରେ ଏକ ଅଭିଯୋଗ ନେଇ ପୋଲିସ ଥାନାରେ ପହଞ୍ଚିଥିଲେ ।

ଇନ୍ଦୋରରେ ରହୁଥିବା ଜଣେ ଡାକ୍ତର ପଡ଼ୋଶୀଙ୍କ କୁକୁଡ଼ା ଶବ୍ଦରେ ବିରକ୍ତ ହୋଇ ଥାନାରେ ଏକ ଅଭିଯୋଗ କରିଛନ୍ତି । ଡାକ୍ତର କୁକୁଡ଼ା ଶବ୍ଦରେ ଏତେ ବିରକ୍ତ ହୋଇଥିଲେ ଯେ ସେ ଏହି ଘଟଣାକୁ ନେଇ ସିଧାସଳଖ ପୋଲିସ ଥାନାରେ ପହଞ୍ଚିଥିଲେ । ଏହି ମାମଲାରେ ପଡୋଶୀଙ୍କ ବିରୋଧରେ ଅଭିଯୋଗ ମଧ୍ୟ ହୋଇଥିଲା । ଅଭିଯୋଗ କରିଥିବା ଡାକ୍ତର ଜଣଙ୍କ ସହରର ପଲାସିଆ ଅଞ୍ଚଳରେ ରୁହନ୍ତି । ଏଥି ସହିତ ପୋଲିସ କହିଛି ଯେ ପୋଲିସ ପ୍ରଥମେ ଉଭୟ ପକ୍ଷଙ୍କ ସହ କଥାବାର୍ତ୍ତା କରିବାକୁ ଚେଷ୍ଟା କରିବ ଏବଂ ଯଦି ଏହାର ସମାଧାନ ନହୁଏ ତେବେ ଏହି ମାମଲାରେ କିଛି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଅଭିଯୋଗ ଆଣିଥିବା ଡାକ୍ତର ପାଲାସିଆର ଗ୍ରେଟର କୈଲାଶ ହସ୍ପିଟାଲରେ କାର୍ଯ୍ୟ କରୁଛନ୍ତି । ତେବେ ଡାକ୍ତରଙ୍କ ନାମ ଆଲୋକ ମୋଦୀ ବୋଲି ଜଣା ପଡ଼ିଛି ।

ପୋଲିସର କହିବାନୁସାରେ, ଯଦି ଉଭୟ ପକ୍ଷ ନିଜ ନିଜ ମଧ୍ୟରେ କଥାବାର୍ତ୍ତା କରି ସମସ୍ୟାର ସମାଧାନ କରିବାକୁ ପ୍ରସ୍ତୁତ ନୁହଁନ୍ତି, ତେବେ ସିଆରପିସି ଧାରା ୧୩୩ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନେବା ସମ୍ଭବ ହେବ । ଡାକ୍ତରଙ୍କ କହିବାନୁସାରେ, ସେ ପ୍ରତିଦିନ ବିଳମ୍ବିତ ରାତିରେ କାମ ସାରି ଘରକୁ ଫେରିଥାନ୍ତି । ଏପରି ପରିସ୍ଥିତିରେ, ସକାଳେ କୁକୁଡ଼ାର ଶବ୍ଦ ତାଙ୍କ ନିଦରେ ବାଧା ସୃଷ୍ଟି କରିଥାଏ, ଯେଉଁଥିପାଇଁ ସେ ଅସୁବିଧାର ସମ୍ମୁଖୀନ ହୁଅନ୍ତି ।

 

Get real time updates directly on you device, subscribe now.