fbpx

ଦ୍ୱିତୀୟ ମ୍ୟାଚରେ ଚାଲିଲା ରୋହିତଙ୍କ ମାଷ୍ଟରମାଇଣ୍ଡ: ସବୁ ଆଶା ବାହାରେ କଲେ ଏମିତି କାମ

ନୂଆ ଦିଲ୍ଲୀ: ଭାରତ-ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ମ୍ୟାଚରେ ନୂଆ ପ୍ଲାନ ସହିତ ମଇଦାନକୁ ଓହ୍ଲାଇଛି ଟିମ ଇଣ୍ଡିଆ । ଏହି ମ୍ୟାଚରେ ଅଦିନାୟକ ରୋହିତ ଶର୍ମା ଖେଳିଛନ୍ତି ଆଉ ଏକ ନୂଆ ଚାଲ୍ । ସାରା ବିଶ୍ୱକୁ ଚମକାଇ ଦେଇଛି ଯେଉଁ ରଣନୀତି । ଦ୍ୱିତୀୟ ମ୍ୟାଚ ପାଇଁ ଇଶାନ କିଶାନଙ୍କ ବଦଳରେ ଦଳକୁ ଫେରିଛନ୍ତି ଉପଅଧିନାୟକ କେ.ଏଲ ରାହୁଲ । ସେ ଆସିବା ପରେ ସାରା କ୍ରିକେଟ ଜଗତ ନିଶ୍ଚିତ ଥିଲା ଯେ ରୋହିତଙ୍କ ସହିତ ସେ ଓପନ କରିବେ । କିନ୍ତୁ ରୋହିତଙ୍କ ମନରେ ଥିଲା ପ୍ଲାନ ନମ୍ବର ବି । କେ. ରାହୁଲ ନୁହେଁ ବରଂ ରୋହିତଙ୍କ ସହିତ ପାଳି ଆରମ୍ଭ କରିବାକୁ ପଡିଆକୁ ଆସିଥିଲେ ୱିକେଟ କିପର ଋଷଭ ପନ୍ତ ।

IND vs WI: Here's Why Rishabh Pant Is Opening With Rohit Sharma For India  vs West In The 2nd ODI

କିଛି ସିଜନରୁ ଖରାପ ଫର୍ମକୁ ନେଇ ସଂଘର୍ଷ କରୁଥିବା ଋଷଭଙ୍କ ଦ୍ୱାରା ମ୍ୟାଚ ଓପନ କରାଇବାକୁ ନିଷ୍ପତ୍ତି ନେଇଥିଲେ ରୋହିତ । ଏହାପରେ ଏହି ନିଷ୍ପତ୍ତି କ୍ରିକେଟ ଜଗତରେ ପାଲଟିଛି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ । ଋଷଭ ପନ୍ତଙ୍କ ମଧ୍ୟରେ ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ତଥା ୱିକେଟ କିପର ବ୍ୟାଟ୍ସମ୍ୟାନ ଆଡାମ ଗିଲକ୍ରିଷ୍ଟଙ୍କ ଝଲକ ଦେଖିବାକୁ ମିଳେ । ସେଥିପାଇଁ ତାଙ୍କୁ ଟିମରେ ଆଉ ଏକ ନୂଆ ରୋଲ ମିଳିପାରେ ବୋଲି ଚର୍ଚ୍ଚା ହେଉଛି । ତେବେ ରୋହିତଙ୍କର ଏହି ମାଷ୍ଟର ଷ୍ଟ୍ରୋକ ସେତେଟୋ ଫଳପ୍ରଦ ହୋଇ ପାରିନଥିଲା । ୩୪ଟି ବଲ ଖେଳି ୩ ଚୌକା ସହ ମାତ୍ର ୧୮ ରନରେ ଆଉଟ ହୋଇ ପାଭିଲିୟନ ଫେରଛନ୍ତି ଋଷଭ ।

Former India Cricketers Critical Of Rishabh Pant's "Poor Shot Selection" In 2nd  ODI | Cricket News

ତେବେ ଓପନର ଭାବରେ ଏହି ଗୋଟିଏ ମ୍ୟାଚ ଆଧାରରେ କୌଣସି ନିଷ୍ପତ୍ତି ନିଆଯାଇ ନପାରେ । ଗିଲକ୍ରିଷ୍ଟ ୩୯୬ ମ୍ୟାଚ ଖେଳିଥିବା ବେଳେ ୯୬୧୯ ରନ ବନାଇଛନ୍ତି । ସେପଟେ ଋଷଭ ଏବେ ନିଜ କ୍ୟରିୟର ଆରମ୍ଭ କରୁଛନ୍ତି । ଆଗକୁ ଲମ୍ବା ଭବିଷ୍ୟତ ଏବଂ ଅନେକ ମ୍ୟାଚ ଖେଳିବାର ଅଛି । ତେଣୁ ତାଙ୍କୁ ସମୟ ଦିଆଯିବା ଦରକାର ।

Get real time updates directly on you device, subscribe now.