fbpx

MasterChef Indiaର ବିଜେତା ହେଲେ ନୟନଜ୍ୟୋତି ସାଇକିଆ, ମିଳିଲା ୨୫ ଲକ୍ଷ ପୁରସ୍କାର

ନୂଆଦିଲ୍ଲୀ: ଭାରତର ସବୁଠାରୁ ବଡ଼ ପପୁଲାର ରିୟଲିଟି ଶୋ’ ମାଷ୍ଟରଶେଫ ଇଣ୍ଡିଆ-୭ର ବିଜେତାଙ୍କ ନାମ ଘୋଷଣା କରାଯାଇଛି । ଅସମର ନୟନଜ୍ୟୋତି ସାଇକିଆ ଏହି ଟ୍ରଫି ନିଜ ନାମରେ କରିଦେଇଛନ୍ତି । ନୟନ ନିଜର ଶାନଦାର କୁକିଂ ଦକ୍ଷତା ସହ ସରଳତାକୁ ପାଇଁ ସମସ୍ତଙ୍କ ଦିଲ ଜିତି ନେଇଥିଲେ । ସପ୍ତାହ ବ୍ୟାପି ଚାଲି ଆସିଥିବା ମୁସ୍କିଲ ପରେ ଏନେ ନୟନ ମାଷ୍ଟରଶେଫ ଇଣ୍ଡିଆର ୱିନର ହୋଇଯାଇଛନ୍ତି ।

ମାଷ୍ଟରଶେଫ ଇଣଆର ୭ମ ସଂସ୍କରଣରେ ମୋଟ ୩୬ ଜଣ ପ୍ରତିଯୋଗୀ ଭାଗ ନେଇଥିବା ବେଳେ ପରବର୍ତ୍ତୀ ସମୟରେ ଟପ-୧୬ ଓ ଟପ-୭ ଜଣଙ୍କୁ ସିଲେକ୍ଟ କରାଯାଇଥିଲା । ତେବେ ସମସ୍ତଙ୍କୁ ପଛରେ ପକାଇ ଶେଷରେ ନୟନ ଚଳିତ ସିଜିନର ନୂଆ ବିଜେତା ହେବାର ଗୌରବ ହାସଲ କରିଥିଲେ । ଏହି କୁକିଂ ରିଅଲିଟି ଶୋ’ର ବିଜେତା ହେବା ପରେ ନୟନଙ୍କୁ ଏକ ଚମକୁଥିବା ଟ୍ରଫି ମିଳିଛି । ଏଥିସହିତ ତାଙ୍କୁ ୨୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ମଧ୍ୟ ପ୍ରଦାନ କରାଯାଇଥିଲା ।

ତେବେ ଏହି ସିଜିନର ପ୍ରଥମ ରନର-ଅପ ଅସମର ସନ୍ତା ସରମାହ ହୋଇଥିବା ବେଳେ ମୁମ୍ବାଇର ସୁବର୍ଣ୍ଣା ବାଗୁଲ ଦ୍ୱିତୀୟ ରନର-ଅପ ହୋଇଥିଲେ । ଦୁଇ ରନର-ଅପଙ୍କୁ ୫ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ବାବଦକୁ ଦିଆଯାଇଥିଲା । ଚଳିତ ବର୍ଷ ମାଷ୍ଟରଶେଫ ଇଣ୍ଡିଆକୁ ଶେଫ ରଣବୀର ବରାର, ବିକାଶ ଖନ୍ନା ଓ ଗରିବା ଅରୋଡ଼ା ଜଜ ହୋଇ ଆସିଥିଲେ ।

Get real time updates directly on you device, subscribe now.