fbpx

୭୩ ବର୍ଷର ରେକର୍ଡ ଭାଙ୍ଗିଛି ଖରା ଦିନିଆ ବର୍ଷା, ଏହି କାରଣରୁ ଖରା ଦିନେ ଲାଗୁଛି ଥଣ୍ଡା, କାହିଁକି ଓଲଟା ହେଲା IMD ର ପୂର୍ବାନୁମାନ

ନୂଆଦିଲ୍ଲୀ : ପାଣିପାଗର ଆକଳନ ବଦଳିଛି । ଖରା ଦିନରେ ଥଣ୍ଡା ଅନୁଭବ ହୋଇଛି । ତେବେ ଏହି ଖରା ଦିନିଆ ବର୍ଷା ୭୩ ବର୍ଷର ରେକର୍ଡ ଭାଙ୍ଗିଛି । ମାର୍ଚ୍ଚରେ ଏଭଳି ଥଣ୍ଡା ପାଗ ଦିଲ୍ଲୀରେ ୩୪ ତମ ଥର ପାଇଁ ହୋଇଛି ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।

ପାଣିପାଗ ବିଭାଗ ଅନୁଯାୟୀ, ମାର୍ଚ୍ଚ ୨୯ ପର‌୍ୟ୍ୟନ୍ତ ଦେଶର ହାରାହାରି ସର୍ବାଧିକ ତାପମାତ୍ରା ୩୦.୫ ଡିଗ୍ରୀ ଥିଲା। ଏହିପରି, ୧୯୫୧ ବର୍ଷ ପରେ ଏହା ପ୍ରଥମ ଥର ଯେତେବେଳେ ମାର୍ଚ୍ଚର ତାପମାତ୍ରା ଏତେ କମ୍ ଥିଲା।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ମାର୍ଚ୍ଚର ପ୍ରଥମ ଦୁଇ ସପ୍ତାହ ସ୍ୱାଭାବିକ ଠାରୁ ୨.୧ ଡିଗ୍ରୀ ଏବଂ ୧.୯ ଡିଗ୍ରୀ ଗରମ ଥିବାବେଳେ ଶେଷ ଦୁଇ ସପ୍ତାହରେ ତାପମାତ୍ରା ୨.୮ ଡିଗ୍ରୀ ଏବଂ ସ୍ୱାଭାବିକ ଠାରୁ ୨.୫ ଡିଗ୍ରୀ ସେଲସିୟସ୍ କମ୍ ଥିଲା।

ଅନୁମାନର ବିପରୀତ, ମାର୍ଚ୍ଚ ଏତେ ଥଣ୍ଡା କିପରି ହେଲା

ତେବେ ଏଠାରେ ପ୍ରଶ୍ନ ଉଠେ ଯେ ପାଣିପାଗ ବିଭାଗର ପୂର୍ବାନୁମାନ ବିପରୀତ କେମିତି ହେଲା, ମାର୍ଚ୍ଚ ମାସ ଏତେ ଥଣ୍ଡା କିପରି ଥିଲା । ଏହା ପଛର କାଣର ହେଲା ଦୁଇଟି ପଶ୍ଚିମାଝଡ ସକ୍ରିୟ ହେବାରୁ ତାପମାତ୍ରା ହ୍ରାସ ହୋଇଥିଲା । ଏହି ସମୟ ମଧ୍ୟରେ ରାଜସ୍ଥାନର ଉପକୂଳବର୍ତ୍ତୀ ଅଞ୍ଚଳରେ ସଂଚାଳନ ସ୍ତର ଅଧିକ ରହିଥିଲାବେଳେ ଉପର ଟ୍ରପୋସଫିସରରେ ଘଣ୍ଟା ପ୍ରତି ୧୨୦ ରୁ ୨୦୦ କିଲୋମିଟର ବେଗରେ ପବନ ବହିବା ଦ୍ୱାରା ବଙ୍ଗୋପସାଗର ଏବଂ ଆରବ ସାଗରରେ ଆର୍ଦ୍ରତା ସ୍ତରକୁ ବୃଦ୍ଧି ହୋଇଥିଲା। ଏହି କାରଣଗୁଡିକ ହେତୁ ମାର୍ଚ୍ଚରେ ଦେଶର ଅନେକ ଅଞ୍ଚଳରେ ଅଦିନିଆ ବର୍ଷା ହୋଇଥିଲା ।

ବର୍ତ୍ତମାନ ରାଜସ୍ଥାନରୁ ଆଉ ଏକ ପଶ୍ଚିମା ଝଡ ସକ୍ରିୟ ରହିଛି । ଏହି କାରଣରୁ ଶନିବାର ଦିନ ଜାତୀୟ ରାଜଧାନୀ ସମେତ ଉତ୍ତରପ୍ରଦେଶର ଅନେକ ସ୍ଥାନରେ ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି। ଅନ୍ୟପକ୍ଷରେ, ଭାରତୀୟ କୃଷି ଅନୁସନ୍ଧାନ ପରିଷଦ ଅନୁଯାୟୀ ଏହି ଅଦିନିଆ ବର୍ଷା, କୁଆପଥର ମାଡ ଏବଂ ପ୍ରବଳ ପବନ ଯୋଗୁଁ ଫସଲରେ ବହୁ କ୍ଷତି ଘଟିଛି।

Get real time updates directly on you device, subscribe now.