fbpx
BSKY
BJD SHG SKY
BJD MC SKY

ମା’ ମାଣିକେଶ୍ବରୀଙ୍କ ଛତର ଯାତ୍ରା ଶେଷ

କଳାହାଣ୍ଡି,୨୪ ।୧୦(ଓଡିଶା ଭାସ୍କର): କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ବରୀଙ୍କ ଛତର ଯାତ୍ରା ଶେଷ ହୋଇଛି । କୋରୋନା କଟକଣା ଭିତରେ ବିନା ଭକ୍ତରେ ସରିଲା ଛତର ଯାତ୍ରା । ଜେନାଖାଲରୁ ଗୁପ୍ତ ପୂଜା ପରେ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଛି ମା’ଙ୍କ ଛତର । ପୂର୍ବ ବର୍ଷପରି ଚଳିତ ବର୍ଷ କୌଣସି ପଶୁ ପକ୍ଷୀଙ୍କ ବିନା ରକ୍ତରେ ଭବାନୀପାଟଣା ସହରର ୪ କି.ମି ମୁଖ୍ୟ ରାଜରାସ୍ତା ଉପରେ ମାଁ ମାଣିକେଶ୍ୱରୀ ବିନା ଭକ୍ତଙ୍କ ଗହଣରେ କଡା ସୁରକ୍ଷା ବଳୟ ଭିତରେ ମୁଖ୍ୟ ମନ୍ଦିରକୁ ୨୪ ତାରିଖ ଶନିବାର ଭୋର୍‍ ୫ଟା ୩୦ରେ ପ୍ରବେଶ କରିଥିଲେ।

ତେବେ ମହାମାରୀ କରୋନାର ଆତଙ୍କ ହିଁ ଦାୟୀ ବୋଲି ବହୁ ଭକ୍ତ ଅଭିଯୋଗ କରୁଥିବା ଦେଖବାକୁ ମିଳିଥିଲା । ସରକାର ବଳି ପ୍ରଥା ଉପରେ ଅଙ୍କୁଶ ଲଗାଇ ଥିଲାବେଳେ ମାନ୍ୟବର ସୁପ୍ରିମକୋର୍ଟ ବଳିପ୍ରଥା ସମ୍ପର୍କରେ ମଧ୍ୟବର୍ତ୍ତୀ ଆଦେଶ ଦେଇଥିଲେ । ଫଳରେ ମାଆଙ୍କ ଶ୍ରଦ୍ଧାଳୁ ମାନଙ୍କ ମଧ୍ୟରେ ଅଧିକ ଉତ୍ସାହ ଦେଖା ଦେଇ ଥିଲା । ମାତ୍ର କୋଭିଡ୍ କଟକଣା ହିଁ ସମସ୍ତଙ୍କୁ ନିରାଶ କରିଥିଲା । ବହୁ ଭକ୍ତ ନିଜର ମାନସିକ ଯୋଗୁଁ ଗାଁ ଗହଳରେ ଓ ସହରର ନିଜ ଘର ସାମ୍ନାରେ ମଧ୍ୟ ବଳି ପକାଇ ଥିଲେ। କଳାହାଣ୍ଡି ଜିଲ୍ଲାପାଳ ଓ ଏସ୍ ପି ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆଇନ ଶୃଙ୍ଖଳା ରକ୍ଷା କରାଯାଇଥିଲା ।

Get real time updates directly on you device, subscribe now.