fbpx

ଅନ୍ତଃରାଜ୍ୟ ବାଇକ ରାକେଟ୍ ଠାବ

କଟକ,୨୪ ।୧୦(ଓଡିଶା ଭାସ୍କର): କଟକରେ ଅନ୍ତଃରାଜ୍ୟ ବାଇକ ଚୋରି ରାକେଟ୍ ଠାବ ହୋଇଛି । ଏନେଇ ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କଟକ ଡିସିପି ପ୍ରତୀକ ସିଂହ । ସେ କହିଛନ୍ତି ଯେ, ‘କଟକରେ ଅନ୍ତଃରାଜ୍ୟ ବାଇକ ରାକେଟ୍ ଠାବ ହୋଇଛି । ରାକେଟ ଠାରୁ ୩୫ଟି ବାଇକ୍ ଉଦ୍ଧାର ହୋଇଛି । ଚୋରି ରାକେଟରେ ସମ୍ପୃକ୍ତ ଥିବା ୩ ଜଣଙ୍କୁ ଗିରଫ କରାଯାଇଛି । ଚୋରି ପରେ କେନ୍ଦୁଝରର ଏକ ସ୍ଥାନରେ ସେମାନେ ବାଇକ୍ ରଖୁଥିଲେ । କଟକ, ଭୁବନେଶ୍ୱର, ଢେଙ୍କାନାଳ, କେନ୍ଦ୍ରାପଡାରୁ ଚୋରମାନେ ଚୋରି କରୁଥିଲେ । ଚୋରି ଗାଡି ଗୋଟିଏ ସ୍ଥାନରେ ରଖି ବିକ୍ରି ଉଦ୍ୟମ କରୁଥିଲେ ।’

Get real time updates directly on you device, subscribe now.