fbpx

ଏହି ୪ଟି ଜିନିଷ ଦଶହରାରେ ଆପଣଙ୍କ ଭାଗ୍ୟ ବଦଳାଇଦେବ

ଶାରଦୀୟ ନବରାତ୍ରୀ ଶେଷ ହେବାର ପରଦିନ ଦଶହରା ବା ବିଜୟ ଦଶମୀ ପର୍ବ ପାଳନ ହେବ । ହିନ୍ଦୁ ଧର୍ମର ବିଶ୍ୱାସ ଅନୁଯାୟୀ, ଦଶହରା ଦିନ ଭଗବାନ ରାମ ରାମଣକୁ ହତ୍ୟା କରି ବିଜୟ ପ୍ରାପ୍ତି କରିଥିଲେ । ଅଧର୍ମ ଉପରେ ଧର୍ମର ଜୟ ବୋଲି ଏହି ଉତ୍ସବକୁ କୁହାଯାଏ । ଚଳିତବର୍ଷ ୨୫ ଅକ୍ଟୋବର ରବିବାର ଦିନ ବିଜୟ ଦଶମୀ ପାଳନ କରାଯିବ । ଜ୍ୟୋତିଷବିଦ୍ୟା ଅନୁସାରେ ଏହି ଦିନ କିଛି ଖାସ୍ ଜିନିଷର ଦର୍ଶନ ଅତ୍ୟନ୍ତ ଶୁଭ ବୋଲି ମନାଯାଏ ।

୧-ଭାସମାନ ମାଛ
ଦଶହରାରେ ପାଣିରେ ଭାସୁଥିବା ମାଛକୁ ଦେଖିବା ଦ୍ୱାରା ଅତ୍ୟନ୍ତ ଶୁଭ ବୋଲି କୁହାଯାଏ । ଯଦି ଆପଣ ନଦୀ ବା ପୋଖରୀରେ ମାଛ ପହଁରୁଥିବାର ଦେଖିବେ, ତେବେ ଅତ୍ୟନ୍ତ ଶୁଭ ହେବ । ଏହା ଆପଣଙ୍କ ଜୀବନର ସମସ୍ତ ସମସ୍ୟାରୁ ମୁକ୍ତି ପାଇବାର ଏକ ସଙ୍କେତ ।

 

୨-ମନ୍ଦିରରେ ଦେବ ଦର୍ଶନ
ବିଜୟ ଦଶମୀ ଦିନ ଆପଣ ଗାଁ କିମ୍ବା ସହରଠାରୁ ବହୂ ଦୂର ଯାତ୍ରା କରି ଦେବ ଦର୍ଶନ କରନ୍ତୁ । ଏହି ଦିନ ଭଗବାନଙ୍କ ଦର୍ଶନ କରିବା ଅତ୍ୟନ୍ତ ଶୁଭ ହୋଇଥାଏ । ଆପଣ ଯେକୌଣସି ମନ୍ଦିରରେ ଭଗବାନ ରାମ ଓ ଶିବଙ୍କୁ ଦର୍ଶନ କରିପାରିବେ ।

୩-ନୀଳକଣ୍ଠ ପକ୍ଷୀର ଦର୍ଶନ
ଜ୍ୟୋତିଷଶାସ୍ତ୍ର ଅନୁସାରେ, ଦଶହରାରେ ନୀଳକଣ୍ଠ ପକ୍ଷୀକୁ ଦେଖିବା ଶୁଭ ହୋଇଥାଏ । ଏହା ଆପଣଙ୍କର ଭଲ ସମୟର ଆରମ୍ଭ ବୋଲି ସଙ୍କେତ ଦେଇଥାଏ । ନୀଳକଣ୍ଠ ପକ୍ଷୀ ଭଗବାନ ଶିବଙ୍କ ରୂପ ବୋଲି କୁହାଯାଏ ।

୪-ପାନ ଖାଇବାର ପ୍ରଥା
ଦଶହରାରେ ପାନ ଖାଇବାର ବିଶେଷ ମହତ୍ତ୍ୱ ରହିଛି । ଏହି ଦିନ ଶ୍ରୀ ରାମ ଭକ୍ତ ହନୁମାନଙ୍କୁ ପାନ ଚଢାଇବା ଦ୍ୱାରା ମନର ସମସ୍ତ ଇଚ୍ଛା ପୂରଣ ହୋଇଥାଏ । ବାସ୍ତବରେ ପାନ ବିଜୟର ସଙ୍କେତ ଭାବରେ ବିବେଚନା କରାଯାଏ ।

Get real time updates directly on you device, subscribe now.