fbpx

ଫେବୃୟାରୀ ତୃତୀୟ ସପ୍ତାହରେ ମାଟ୍ରିକ୍ ପରୀକ୍ଷା !

ଭୁବନେଶ୍ୱର,୧୭ ।୧୨(ଓଡିଶା ଭାସ୍କର): ଆସନ୍ତା ଫେବୃୟାରୀ ତୃତୀୟ ସପ୍ତାହରେ ହୋଇପାରେ ମାଟ୍ରିକ୍ ପରୀକ୍ଷା । ଖୁବଶୀଘ୍ର ତାରିଖ ଘୋଷଣା କରିବ ମାଧ୍ୟମିକ ଶିକ୍ଷା ବୋର୍ଡ । ପରୀକ୍ଷା କେନ୍ଦ୍ରର ସ୍ୱଚ୍ଛତା ଦୃଷ୍ଟିରୁ ଏଭଳି ପଦକ୍ଷେପ ନିଆଯାଉଛି । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି ।

ଏହା ସହ ମନ୍ତ୍ରୀ କହିଛନ୍ତି ଯେ, ସୁରକ୍ଷା ଦୃଷ୍ଟିରୁ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲାଗିପାରେ । ଗତବର୍ଷ ବିବାଦୀୟ ପରୀକ୍ଷା ସେଣ୍ଟରକୁ ନେଇ ସମୀକ୍ଷା କରାଯିବ । ଆବଶ୍ୟକ ପଡିଲେ ସେଣ୍ଟରକୁ ବାଦ୍ ଦିଆଯାଇ ପାଖ ସେଣ୍ଟରରେ ପରୀକ୍ଷା କରାଯିବ ।’ ’

Get real time updates directly on you device, subscribe now.