fbpx

ମେ ୨୦ରୁ ମାଟ୍ରିକ ଖାତା ଦେଖା ଆରମ୍ଭ

ଭୁବନେଶ୍ୱର, ୯ା୫(ଓଡ଼ିଶା ଭାସ୍କର): ମେ ୨୦ରୁ ମାଟ୍ରିକ ଖାତା ଦେଖା ଆରମ୍ଭ ହେବ । ମେ ୧୯ ସୁଦ୍ଧା କେନ୍ଦ୍ରରେ ପରୀକ୍ଷା ନିରୀକ୍ଷକ ପହଞ୍ଚିବେ । ଏନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଚନ ଦାସ । ଆଜି ମାଟ୍ରିକ ପରୀକ୍ଷା ଖାତା ମୂଲ୍ୟାୟନ ନେଇ ବୈଠକ ହୋଇଥିଲା । ସେହି ବୈଠକରେ ଏହିପରି ନିଷ୍ପତ୍ତି ନିଆଯାଇଛି । କରୋନା ସତର୍କତା ନେଇ ହୋଇଥିବା ଲକ୍ ଡାଉନ ପାଇଁ ଖାତା ଦେଖା ଅଧାରୁ ବନ୍ଦ ଥିଲା । ଏହାସହ ଖାତା ଦେଖା ବେଳେ ସାମାଜିକ ଦୂରତା ବଜାୟ ରହିବ । ରାଜ୍ୟର ୬୦ଟି ସେଣ୍ଟରରେ ଖାତା ଦେଖାଯିବ । ଖାତାଦେଖାରେ ନିୟୋଜିତ ଶିକ୍ଷକ ସ୍ୱତନ୍ତ୍ର ପ୍ରୋତ୍ସାହନ ରାଶି ଦେବାକୁ ବିଚାର ହୋଇଛି । ଜୁଲାଇ ଶେଷ ଆଡ଼କୁ ରେଜଲ୍ଟ ବାହାରିବାକୁ ଚେଷ୍ଟା କରାଯିବ । କଣ୍ଟେନମେଣ୍ଟ ଜୋନରେ ଖାତାଦେଖା ନେଇ ଜିଲ୍ଲା ପ୍ରଶାସନଙ୍କ ସହ ଆଲୋଚନା ପରେ ନିଷ୍ପତ୍ତି ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି ।

Get real time updates directly on you device, subscribe now.