fbpx
BJD SKY
BJD SKY

ମାଟ୍ରିକ ପରୀକ୍ଷା: ଅଫଲାଇନ୍ ପରୀକ୍ଷା ପାଇଁ ୧୫,୧୫୬ ପିଲାଙ୍କ ଆବେଦନ

BJD

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କରୋନା ସଂକ୍ରମଣ ଯୋଗୁଁ ଚଳିତବର୍ଷ ପ୍ରଥମଥର ପାଇଁ ବିନା ପରୀକ୍ଷାରେ ମାଟ୍ରିକ ଫଳ ପ୍ରକାଶ। ମୂଲ୍ୟାୟନ ହୋଇଥିଲା ଭିନ୍ନ ଉପାୟରେ ଓ ଏହି ବିକଳ୍ପ ଉପାୟରେ ଫଳ ପ୍ରକାଶ ପାଇବାରେ ବିଭିନ୍ନ ସ୍ଥାନରେ ଅସନ୍ତୋଷ ଦେଖାଦେଇଥିଲା । ମାର୍କକୁ ନେଇ ଅନେକ ଛାତ୍ରଛାତ୍ରୀ ଓ ଅଭିଭାବକ ଥିଲେ ଅସନ୍ତୋଷ । ପ୍ରତିବାଦ ଓ ଆନ୍ଦୋଳନ କରାଯିବା ପରେ ଅସନ୍ତୁଷ୍ଟ ଛାତ୍ରଛାତ୍ରୀ ଅଫଲାଇନ୍ ପରୀକ୍ଷା ଦେଇପାରିବେ ବୋଲି ଘୋଷଣା କରାଯାଇଥିଲା ।

ମାଟ୍ରିକରେ ଅଫଲାଇନ୍ ପରୀକ୍ଷା ଦେବା ପାଇଁ ଆବେଦନ ତାରିଖ ଶେଷ ହୋଇଛି । ଆବେଦନ ତାରିଖ ଶେଷ ସୁଦ୍ଧା ମୋଟ ୧୫,୧୫୫ ପିଲା ଆବେଦନ କରିଛନ୍ତି । ଏଚଏସସି ଅଫଲାଇନ ପରୀକ୍ଷା ଦେବାକୁ ୬୫୯୬ ପିଲାଙ୍କ ଆବେଦନ । ଅଫଲାଇନରେ ରାଜ୍ୟ ମୁକ୍ତ ବିଦ୍ୟାଳୟ ପାଇଁ ୮୪୯୩ ପିଲାଙ୍କ ଆବେଦନ । ଅଫଲାଇନରେ ମଧ୍ୟମା ପରୀକ୍ଷା ଦେବାକୁ ୬୬ ପିଲାଙ୍କ ଆବେଦନ ।

ସୂଚନାଯୋଗ୍ୟ, ମାଧ୍ୟମିକ ଶିକ୍ଷା ପରିଷଦ ଅଫଲାଇନ୍ ପରୀକ୍ଷା ଜୁଲାଇ ୩୦ରୁ ପରୀକ୍ଷା ଆରମ୍ଭ କରିବାକୁ ଯାଉଛି। ଅଫଲାଇନରେ ଫର୍ମ ପୂରଣ ପାଇଁ ଆବେଦନ କରିବାର ଗୁରୁବାର ଶେଷ ତାରିଖ ରହିଥିଲା। ସେହିପରି ୨୮ ତାରିଖ ସୁଦ୍ଧା ସେଣ୍ଟରଗୁଡ଼ିକରେ ପ୍ରଶ୍ନପତ୍ର ଏବଂ ଓଏମଆର୍ ସିଟ୍ ପହଞ୍ଚିବ । କରୋନା ମହାମାରୀ ପାଇଁ ଶିକ୍ଷା ବ୍ୟବସ୍ଥା ଗୁରୁତ୍ୱର ଭାବେ ପ୍ରଭାବିତ ହୋଇଛି । ତେଣୁ ଏଭଳି ଅନେକ ଅସନ୍ତୋଷ ସୃଷ୍ଟି ହେଉଛି । ତେବେ ସରକାର ଏସବୁ ସମସ୍ୟାର ସମାଧାନ ଦିଗରେ ତତ୍ପରତା ପ୍ରକାଶ କରିଛନ୍ତି । ପରୀକ୍ଷାର୍ଥୀଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ପରୀକ୍ଷା କେନ୍ଦ୍ର ସ୍ଥିର କରାଯିବ ବୋଲି ଜଣାପଡ଼ିଛି । ଗୋଟିଏ ସେଣ୍ଟରରେ ଅତି ବେଶୀରେ ଶହେ ଜଣ ଛାତ୍ରଛାତ୍ରୀଙ୍କ ପାଇଁ ବ୍ୟବସ୍ଥା କରାଯାଉଛି । ଅଫଲାଇନ୍ ପରୀକ୍ଷା ପାଇଁ ବୁଧବାର ଫର୍ମପୂରଣର ଅନ୍ତିମ ଦିବସ । ପରୀକ୍ଷା ଜୁଲାଇ ୩୦ରୁ ଆରମ୍ଭ ହୋଇ ଅଗଷ୍ଟ ୫ରେ ସରିବ ।

Get real time updates directly on you device, subscribe now.