fbpx

ଖୁସି ଖବର: ଓଡ଼ିଶାରୁ ଆଜି ୨ ହଜାର ୫୬୩ ସୁସ୍ଥ, ଜାଣନ୍ତୁ କେଉଁଠୁ କେତେ ?

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ପ୍ରକୋପ ଜାରି ରହିଥିବା ବେଳେ ଆସିଛି ଏକ ଖୁସି ଖବର । ରାଜ୍ୟରେ ଆଉ ୨ ହଜାର ୫୬୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୯ ଲକ୍ଷ ୨୩ ହଜାର ୨୦୯ କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ତେବେ ଆଜି କଟକରୁ ସର୍ବାଧିକ ୪୧୮ ଜଣ ସୁସ୍ଥ ହୋଇଥିବାବେଳେ ଖୋର୍ଦ୍ଧାରୁ ୩୯୨, ଯାଜପୁରରୁ ୨୫୧, ପୁରୀରୁ ୧୬୯, କେନ୍ଦ୍ରାପଡ଼ାରୁ ୧୬୭, ମୟୁରଭଞ୍ଜରୁ ୧୪୮, ବାଲେଶ୍ୱରରୁ ୧୪୭, ଭଦ୍ରକରୁ ୧୧୮, ଜଗତସିଂହପୁରରୁ୧୦୮, କେନ୍ଦୁଝରରୁ ୯୪, ଢେଙ୍କାନାଳରୁ ୮୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

Get real time updates directly on you device, subscribe now.