fbpx
BJD SKY
BJD SKY

ସେକ୍ସ କଲେ ମିଳୁଛି ପିଇବା ପାଇଁ ପାଣି

BJD

ନୂଆଦିଲ୍ଲୀ : ଆମ୍ନେଷ୍ଟି ଇଣ୍ଟରନ୍ୟାସନାଲ ପକ୍ଷରୁ ଗୁରୁବାର ଏକ ଛାତିଥରା ଖବର ସାମ୍ନାକୁ ଆସିଛି । ଲିବ୍ୟାରେ ପାଣି ପାଇଁ ମହିଳାଙ୍କୁ ଯୌନ ସମ୍ପର୍କ ରଖିବାକୁ ପଡୁଥିବା ନେଇ ଖବର ପ୍ରକାଶ ପାଇଛି । ଲିବ୍ୟାରେ ରହିଥିବା ଡିଟେନସନ୍ କ୍ୟାମ୍ପରେ ସଫା ପାଣି ଏବଂ ଭଲ ଖାଦ୍ୟ ପାଇଁ ସୁରକ୍ଷା କର୍ମୀଙ୍କ ଯୌନଲାଳସାର ଶିକାର ହେଉଛନ୍ତି ମହିଳା । ଉତ୍ତମ ଜୀବନ ଯାପନ ସହିତ ଭଲ ଖାଇବା ଏବଂ ରହିବା ଜଣଙ୍କର ଅଧିକାର । ତେବେ ଏପରି ମାନବାଧିକାର କ୍ଷୁର୍ଣ୍ଣ ହେଉଥିବା ନେଇ ଆମ୍ନେଷ୍ଟି ଇଣ୍ଟରନ୍ୟାସନାଲ ପକ୍ଷରୁ ପ୍ରକାଶ ପାଇଛି ।

୨୦୨୦ରୁ ୨୦୨୧ ମଧ୍ୟରେ ଆସିଥିବା ଶରଣାର୍ଥୀଙ୍କ ସହିତ ଏମିତି ଜଘନ୍ୟ କାଣ୍ଡ ଘଟୁଥିବା କୁହାଯାଇଛି । ଏହି କ୍ୟାମ୍ପ ଗୁଡିକ ଲିବ୍ୟାର ଅନ୍ତରୀଣ ମନ୍ତ୍ରାଳୟ ଅଧିନକୁ ଆସିଥିଲେ ହେଁ ପରସ୍ଥିତି ସମାନ ରହିଛି । କ୍ୟାମ୍ପରେ ଖାଇବା ହେଉ ଅଥବା କ୍ୟାମ୍ପରୁ ମୁକ୍ତି ପାଇବାକୁ ହେଲେ ଏକାଧିକ ଗାର୍ଡଙ୍କ ସହିତ ଶୋଇବାକୁ ବାଧ୍ୟ କରାଯାଉଛି ବୋଲି ଜଣେ ମହିଳା ଶରଣାର୍ଥୀ ନିଜ ବୟାନରେ କହିଛନ୍ତି । ୫୩ ଜଣ ଶରଣାର୍ଥୀଙ୍କ ସାକ୍ଷାତକାର ପରେ ଏହି ତଥ୍ୟ ସାମ୍ନାକୁ ଆସିଛି ।

ଏହି ୫୩ ଶରଣାର୍ଥୀ ନାଇଜେରିଆ, ସୋମାଲିଆ ଏବଂ ସିରିଆ ପରି ଯୁଦ୍ଧ ପ୍ରପୀଡିତ ଅଞ୍ଚଳରୁ ଆସିଥାନ୍ତି । ଶରଣାର୍ଥୀଙ୍କ ବୟସ ୧୪ରୁ ୫୦ ମଧ୍ୟରେ ରହିଥିବା ଜଣାପଡିଛି । ଏହା ସହିତ ଗର୍ଭବତୀ ମହିଳାଙ୍କୁ ନିୟମିତ ଭାବରେ ଦୁଷ୍କର୍ମ କରାଯିବା ସହିତ ପୁରୁଷଙ୍କୁ କେବଳ ଅନ୍ତବସ୍ତ୍ର ପିନ୍ଧିବା ପାଇଁ ବାଧ୍ୟ କରାଯାଇଥାଏ । ଏହା ସହିତ ଶିଶୁ ମାନେ ମଧ୍ୟ ସୁରକ୍ଷାକର୍ମୀଙ୍କ ଯୌନଲାଳସାରୁ ବର୍ତ୍ତି ପାରିନାହାନ୍ତି । ୨୦୨୦ରେ ଲିବ୍ୟାକୁ ୧୫ ହଜାର ଶରଣାର୍ଥୀ ଆସିଥିବା ବେଳେ ୨୦୨୧ରେ ବର୍ତ୍ତମାନ ସୁଦ୍ଧା ୬୧୦୦ ଜଣ ଶରଣାର୍ଥୀ ଆସିଛନ୍ତି ।

Get real time updates directly on you device, subscribe now.