fbpx

ମାଟ୍ରିକ ପରୀକ୍ଷା କେନ୍ଦ୍ରରେ କ’ଣ ଉଲ୍ଲଙ୍ଘନ କଲେ ଠାବ କରିବ AI? ଜାଣନ୍ତୁ…

ଓଡ଼ିଶା ଭାସ୍କର: ୨୦ ତାରିଖରୁ ଅର୍ଥାତ ଆସନ୍ତାକାଲିଠୁ ଆରମ୍ଭ ହେବାକୁ ଯାଉଛି ମାଟ୍ରିକ ପିଲାଙ୍କ ବୋର୍ଡ ପରୀକ୍ଷା। ତେଣୁ ଏହାକୁ ନେଇ ମାଧ୍ୟମିକ ଶିକ୍ଷା ପରିଷଦ ନିଜର ସମସ୍ତ ପ୍ରସ୍ତୁତି ଶେଷ କରିଥିବା ଜଣାପଡିଛି। ତେବେ ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ହେଉଥିବା କପି ଏବଂ ପରିଚାଳନାରେ ତ୍ରୁଟିଗୁଡ଼ିକୁ ରୋକିବା ପାଇଁ ସେଣ୍ଟରଗୁଡ଼ିକରେ ଏଆଇ ଆଧାରିତ ସିସିଟିଭି ଲଗାଯିବ । ଶିକ୍ଷା ପରିଷଦର ଏହି ପଦକ୍ଷେପ ଦ୍ୱାରା ପରୀକ୍ଷା ପରିଚାଳନାରେ ସୁଦାର ଏବଂ ସଂସ୍କାର ଆସିପାରିବ ବୋଲି ଆଶା କରାଯାଉଛି । ଏଥିପାଇଁ ବୋର୍ଡ ପକ୍ଷରୁ ପରୀକ୍ଷା କେନ୍ଦ୍ର ଏବଂ ନୋଡାଲ ସେଣ୍ଟରରେ ତ୍ରିସ୍ତରୀୟ ସିସିଟିଭି କ୍ୟାମେରା ଲଗାଯାଇଛି । ତେବେ ଦେଶର ପ୍ରଥମ ବୋର୍ଡ ଭାବେ BSE ବ୍ୟବହାର କରିବ AI।

ସୂଚନା ଅନୁଯାୟୀ, ପରୀକ୍ଷା କେନ୍ଦ୍ରରେ ପରୀକ୍ଷାର୍ଥୀଙ୍କ ସମେତ ଇନଭିଜିଲେଟର ଓ ନିୟୋଜିତ ହୋଇଥିବା ସମସ୍ତ କର୍ମଚାରୀଙ୍କ ଉପରେ AI ସହାୟତାରେ ନଜର ରଖିବ ବୋର୍ଡ । ତେବେ AI ପାଇଁ ଧାର୍ଯ୍ୟ ହୋଇଛି ୮ଟି ପାରାମିଟର । ଏହି ୮ ପାରାମିଟର ମଧ୍ୟରୁ କିଛି ଯଦି କୌଣସି କେନ୍ଦ୍ରରେ ଉଲ୍ଲଙ୍ଘନ ହୁଏ, ତେବେ ବୋର୍ଡ ଜାଣି ପାରିବ । AI ଏହାର ସୂଚନା ତୁରନ୍ତ ବୋର୍ଡ ନିକଟରେ ପହଞ୍ଚାଇବ । କୌଣସି ପରୀକ୍ଷା କେନ୍ଦ୍ରରେ କୌଣସି ବ୍ୟତିକ୍ରମ ଦେଖାଗଲେ ଏହାକୁ ଚିହ୍ନଟ କରି କଣ୍ଟ୍ରୋଲ ରୁମକୁ ଆଲର୍ଟ ଦେବ AI । ଏହା ସାଇରନ ମଧ୍ୟ ବଜାଇବ । ଯାହା ଫଳରେ ବୋର୍ଡ କର୍ତ୍ତୃପକ୍ଷ ବୋର୍ଡ କାର୍ୟ୍ୟାଳୟରେ ବସି ସୂଚନା ପାଇ ପାରିବେ।

କ’ଣ ଉଲ୍ଲଙ୍ଘନ କଲେ ଠାବ କରିବ AI? ଜାଣନ୍ତୁ…

  • ପ୍ରଶ୍ନପତ୍ର ଖୋଲିବା ସମୟରେ ରୁମରେ ଧାର୍ଯ୍ୟ ଲୋକଙ୍କ ଠାରୁ ଅଧିକ ଲୋକ ରହିଲେ ଧରିବ AI
  • ଯଦି ଇନଭିଜିଲେଟର ନିର୍ଦ୍ଧାରିତ ସମୟ ପର୍ୟ୍ୟନ୍ତ ପରୀକ୍ଷା ହଲରେ ନବୁଲନ୍ତି, ଅର୍ଥାତ ଗୋଟିଏ ସ୍ଥାନରେ ବସି ରୁହନ୍ତି, ତେବେ ଠାବ କରିବ AI
  • ପରୀକ୍ଷା କେନ୍ଦ୍ରଗୁଡିକର ଫାଟକ ଉଭୟ ପ୍ରବେଶ ଏବଂ ପ୍ରସ୍ଥାନରେ ବାରମ୍ବାର ଚଳପ୍ରଚଳ ହେଲେ ଠାବ କରିବ AI
  • ପରୀକ୍ଷା ହଲ ଭିତରେ ବିଶୃଙ୍ଖଳା ହେଲେ ଅର୍ଥାତ ଗଣ୍ଡଗୋଳ, ଭିଡ଼ ଆଦି ହେଲେ ଧରିବ AI
  • କେନ୍ଦ୍ରରେ ଲାଗିଥିବା ସିସିଟିଭି ଟାମ୍ପର ଓ ଅଫ୍‌ଲାଇନ ହେଲେ ଧରିବ AI
  • ପରୀକ୍ଷା କେନ୍ଦ୍ର ଭିତରେ ଡେସ୍କ ଓ ବେଞ୍ଚ ବ୍ୟବସ୍ଥିତ ନଥିଲେ ବି ଧରିବ AI
  • ପରୀକ୍ଷା କେନ୍ଦ୍ରରେ ଅନଧିକାର ପ୍ରବେଶକାରୀଙ୍କୁ ମଧ୍ୟ ଧରିବ AI
  • ଦୀର୍ଘ ସମୟ ଧରି ସିସିଟିଭି ଅକାମୀ ରହିଲେ ଠାବ କରିବ AI

Get real time updates directly on you device, subscribe now.