fbpx

ୱିମ୍ବଲଡନରେ ଇତିହାସ ରଚିଲେ ବେରେଟ୍ଟିନି

ଲଣ୍ଡନ: ନିଜ କ୍ୟାରିୟରର ପ୍ରଥମ ଗ୍ରାଣ୍ଡସ୍ଲାମ ଫାଇନାଲରେ ପହଞ୍ଚିବା ସହିତ ଇଟାଲୀର ମାଟ୍ଟେଓ ବେରେଟ୍ଟିନି ଇତିହାସ ସୃଷ୍ଟି କରିଛନ୍ତି । ଶୁକ୍ରବାର ଅନୁଷ୍ଠିତ ପୁରୁଷ ସିଙ୍ଗଲ୍ସ ସେମିରେ ହୁବାର୍ଟ ହୁରକାଜଙ୍କୁ ପରାସ୍ତ କରି ପ୍ରଥମ ଇଟାଲୀ ଖେଳାଳି ଭାବରେ ୱିମ୍ବଲଡନ ଫାଇନାଲରେ ପ୍ରବେଶ କରିଛନ୍ତି । ବିଶ୍ୱ ମାନ୍ୟତାର ୯ ନମ୍ବର ସ୍ଥାନରେ ରହିଥିବା ବେରେଟ୍ଟିନୀ ପୋଲାଣ୍ଡର ହୁବର୍ଟ ହୁରକାଜଙ୍କୁ ୪ ସେଟ ବିଶିଷ୍ଟ ମୁକାବିଲାରେ ପରାସ୍ତ କରି ଫାଇନାଲରେ ପହଞ୍ଚିଛନ୍ତି ।

ବେରେଟ୍ଟିନୀ ୬-୩, ୬-୦, ୬-୭(୩/୭) ଓ ୬-୪ରେ ହୁରକାଜଙ୍କୁ ପରାସ୍ତ କରିଥିଲେ । ପ୍ରଥମ ଦୁଇ ରାଉଣ୍ଡରେ ବେରେଟ୍ଟିନୀ ସହଜ ବିଜୟ ହାସଲ କରିଥିଲେ । ତେବେ ତୃତୀୟ ରାଉଣ୍ଡକୁ ଟାଇବ୍ରେକରରେ ଜିତି ନେଇଥିଲେ ହୁକାଜ । ମାତ୍ର ଚତୁର୍ଥ ସେଟକୁ ୬-୪ରେ ଜିତିବା ସହିତ ପ୍ରଥମ ଇଟାଲୀ ଖେଳାଳି ଭାବରେ ୱିମ୍ବଲଡନ ଫାଇନାଲରେ ପ୍ରବେଶ କରିଥିଲେ ବେରେଟ୍ଟିନି । ରବିବାର ବେରେଟ୍ଟିନୀ ଫାଇନାଲରେ ନୋଭାକ୍ ଜୋକୋଭିଚ୍ ଏବଂ ଡେନିସ୍ ଶେପୋଭାଲୋଭଙ୍କ ମ୍ୟାଚର ବିଜେତାକୁ ଭେଟିବେ ।

Get real time updates directly on you device, subscribe now.