fbpx

T-20 ବିଶ୍ୱକପକୁ ଫେରିଲା ‘Mauka-Mauka’ ଆଡ୍: ଭାରତ-ପାକ୍ ମ୍ୟାଚ ପୂର୍ବରୁ ହେଲା ପ୍ରମୋ ରିଲିଜ୍

ନୂଆଦିଲ୍ଲୀ: ଆସନ୍ତା ୧୭ ତାରିଖରୁ ଟି-୨୦ ବିଶ୍ୱକପ୍ ଆରମ୍ଭ ହେବାକୁ ଯାଉଛି । ୟୁଏଇ ଓ ଓମାନରେ ହେବାକୁ ଥିବା ଏହି ଇଭେଣ୍ଟରେ ଭାରତ ନିଜର ଅଭିଯାନ ପାକିସ୍ତାନ ବିପକ୍ଷରେ ଆରମ୍ଭ କରିବ । ୨୪ ଅକ୍ଟୋବରରେ ହେବାକୁ ଥିବା ଏହି ମୁକାବିଲାକୁ ଉପଭୋଗ କରିବା ପାଇଁ ଫ୍ୟାନ୍ସ ବହୁଦିନରୁ ଅପେକ୍ଷା କରି ରହିଛନ୍ତି । ଏହି ଅବସରରେ ଷ୍ଟାର ସ୍ପୋର୍ଟ୍ସ ପକ୍ଷରୁ ଏହି ଖାସ୍ ମୌକା ଅବସରରେ ‘ମୌକା-ମୌକା’ ଆଡର ପ୍ରମୋ ରିଲିଜ୍ କରାଯାଇଛି ।

ଆଉ କିଛିଦିନ ପରେ ଭାରତ-ପାକ୍ ମଧ୍ୟରେ ମୁକାବିଲା ହେବ । ସମସ୍ତେ ପର୍ବପର୍ବାଣି ସମୟରେ ଏହି ମ୍ୟାଚକୁ ଦେଖିବେ । ତେବେ ଏହି ଅବସରରେ ‘ମୌକା-ମୌକା’ ଆଡକୁ ନେଇ କ୍ରୀଡ଼ାପ୍ରେମୀ ନିଶ୍ଚୟ ଉତ୍ସାହିତ ହୋଇ ଅପେକ୍ଷା କରିଥିବେ ବୋଲି ଷ୍ଟାର ସ୍ପୋର୍ଟ୍ସ ପକ୍ଷରୁ ଟ୍ୱିଟ କରାଯାଇଛି । ଗତ ୨୦୧୫ ଏକଦିବସୀୟ ବିଶ୍ୱକପରେ ‘ମୌକା-ମୌକା’ ଆଡକୁ ଦର୍ଶକ ବହୁତ ପସନ୍ଦ କରିଥିଲେ । ସେ ସମୟରେ ଭାରତ-ପାକ ମଧ୍ୟରେ ହୋଇଥିବା ମ୍ୟାଚ ପୂର୍ବରୁ ଭିଡିଓ ଜାରି କରାଯାଇଥିଲା । ଏହି ଭିଡିଓ ଦୁଇ ଦେଶର କୋଟି କୋଟି କ୍ରୀଡ଼ାପ୍ରେମୀଙ୍କ ହୃଦୟକୁ ଜୟ ପାରିଥିଲା । ସୂଚନାଯୋଗ୍ୟ ଯେ, ବର୍ତ୍ତମାନ ପର୍ଯ୍ୟନ୍ତ ଦୁଇ ଦେଶ ମଧ୍ୟରେ ହୋଇଥିବା ସମୁଦାୟ ବିଶ୍ୱକପ ମ୍ୟାଚରେ ୭-୦ ଓ ଟି-୨୦ ବିଶ୍ୱକପରେ ୫-୦ରେ ଭାରତ ଅପରାଜେୟ ରହିଛି ।

Get real time updates directly on you device, subscribe now.