fbpx

News across the Earth, news close to your heart, Read Odisha Bhaskar English

ପର୍ଣ୍ଣ ଦେଖାଇ ଶୋଷଣ କଲା ପିତା, ପରେ ୨୮ ଜଣ କଲେ ଦୁଷ୍କର୍ମ- ଏପରି ଥିଲା ୧୭ ବର୍ଷୀୟ ଝିଅର ଯନ୍ତ୍ରଣାଦାୟକ କାହାଣୀ

ଲଲିତପୁର: ପିତାଙ୍କୁ ଭଗବାନଙ୍କ ରୂପ କୁହାଯାଉଥିବା ଆଜିକାଲି ଏହି ନାଁ କଳୁଷିତ ହେବାରେ ଲାଗିଛି । ସେହିପରି ଏକ ଲଜ୍ଜାଜନକ ଘଟଣା ଉତ୍ତରପ୍ରଦେଶର ଲଲିତପୁର ଜିଲ୍ଲାରୁ ସାମ୍ନାକୁ ଆସିଛି, ଯେଉଁଠାରେ ୧୭ ବର୍ଷୀୟ ଜଣେ ଯୁବତୀଙ୍କୁ ତାଙ୍କ ପିତା ଓ ସମ୍ପର୍କୀୟ ସମତେ ୨୮ ଜଣ ବଳାତ୍କାର କରିଥିବା ଅଭିଯୋଗ ହୋଇଛି । ପୋଲିସ ନିକଟରେ କରାଯାଇଥିବା ଅଭିଯୋଗରେ ସମାଜବାଦି ପାର୍ଟି ଓ ବହୁଜନ ସମାଜ ପାର୍ଟିର ନେତାଙ୍କ ନାଁ ବି ସାମିଲ ଅଛି । ନାବାଳିକାଙ୍କ କହିବା ମୁତାବକ, ଅନେକ ବର୍ଷ ହେବ ସେମାନେ ତାଙ୍କ ସହ ବଳାତ୍କାର କରି ଆସୁଛନ୍ତି । ପୋଲିସ ଏବେ ମାମଲାର ତଦନ୍ତ କରୁଛି ।

ପୀଡିତା ନାବାଳିକା ଜଣକ ଅଭିଯୋଗ କରିଛନ୍ତି ଯେ, ସେ ଷଷ୍ଠ ଶ୍ରେଣୀରେ ପଢ଼ୁଥିବା ବେଳେ ତାଙ୍କ ପିତା ପର୍ଣ୍ଣ ଭିଡିଓ ଦେଖାଇ ସମ୍ବନ୍ଧ ରଖିବାକୁ ଚେଷ୍ଟା କରିଥିଲେ । କିନ୍ତୁ ଏଥିରେ ସେ ସଫଳ ହୋଇନଥିଲେ । ଏହା ପରେ ପିତା ତାଙ୍କୁ ନୂଆ ପୋଷାକ ଦେଇ ଗାଡ଼ି ଚଳାଇବା ବାହାନାରେ ଦୂରକୁ ନେଇଯାଇଥିଲେ ଓ ଖେତକୁ ନେଇ ବଳାତ୍କାର କରିଥିଲା । କାହାକୁ କହିଲେ ମା’କୁ ମାରିଦେବାକୁ ସେ ଚେତାବନୀ ମଧ୍ୟ ଦେଇଥିଲେ ।

ଏହାର କିଛି ଦିନ ପରେ ସ୍କୁଲରୁ ଫେରୁଥିବା ବେଳେ ତାଙ୍କୁ ପିତା କିଛି ଖୁଆଇ ହୋଟେଲ ନେଇଥିଲେ । ହୋଟେଲରେ ସେ ତାଙ୍କୁ ଜଣେ ମହିଳାଙ୍କ ହାତରେ ଦେଇଥିଲେ, ଯେକି ନାବାଳିକାଙ୍କୁ ଏକ ହୋଟେଲ ରୁମରେ ଛାଡିଥିଲେ । ଖାଇବାରେ ନିଶା ଦ୍ରବ୍ୟ ଥିବାରୁ କିଛି ସମୟ ପରେ ନାବାଳିକା ବେହୋସ୍ ହୋଇଥିଲେ ଓ ସେହି ସମୟରେ ରୁମରେ ଜଣେ ବ୍ୟକ୍ତିର ପ୍ରବେଶ ହୋଇଥିଲା । ଯେବେ ପୀଡିତାଙ୍କ ହୋସ୍ ଆସିଥିଲା, ସେବେ ତାଙ୍କ ଜୋତା ଓ ୟୁନିଫର୍ମ ଠିକ୍ ଜାଗାରେ ନଥିଲା ଓ ପେଟରେ ଯନ୍ତ୍ରଣା ଅନୁଭବ ହେଉଥିଲା ।

ରିପୋର୍ଟ ମୁତାବକ, ଏହି ଘଟଣା ପରେ ବଳାତ୍କାରର ପ୍ରକ୍ରିୟା ଜାରି ରହିଲା ଓ ପ୍ରତିଥର ନୂଆ ନୂଆ ବ୍ୟକ୍ତି ନାବାଳିକା ସହିତ ବଳାତ୍କାର କରୁଥିଲେ । ଏହି ସମୟରେ ତାଙ୍କୁ ଚୁପ୍ ରହିବାକୁ ଧମକ ଦିଆଯାଉଥିଲା । ପୀଡିତାଙ୍କ ଅଭିଯୋଗ ମୁତାବକ, କିଛି ଦିନ ପରେ ତିଲକ ଯାଦବ ମଧ୍ୟ ଆସି ଏଭଳି ଅମାନବୀୟ ଭାବରେ ଦୁଷ୍କର୍ମ କରିଥିଲା, ଯେପରି ସେ କିଛି ପ୍ରତିଶୋଧ ନେଉଛି । ଏଥିରେ ମନା କରିବାକୁ ଯାଦକ କହିଥିଲେ ଯେ, ‘ତୋ ପିତା ତୋତେ ଏଠାକୁ ନେଇ ଆସିଛି, କିଛି ଦିନ ପରେ ତୋ ମା ବି ଏଠାକୁ ଆସିବ ।’ ତିଲକ ପରେ ତାର ସମ୍ପର୍କୀୟ ମାନେ ବି ନାବଳିକା ସହ ବଳାତ୍କାର କରିଥିଲେ । କିନ୍ତୁ ଅଭିଯୋଗ ପରେ ତିଲକ ସୋସିଆଲ ମିଡିଆରେ ଏହାକୁ ଖଣ୍ଡନ କରିଛନ୍ତି ।

ନାବାଳିକା ପୁଣି ଅଭିଯୋଗ କରିଛନ୍ତି ଯେ, ଯେବେ ସେ ମାମୁଁ ଘରକୁ ଯାଇଥିଲେ ସେଠାରେ ଅନେକ ସମ୍ପର୍କୀୟ ତାଙ୍କ ସହିତ ରେପ୍ କରିଥିଲେ ଓ ଏଥିରେ ତାଙ୍କ ଜେଜେମା ସାହାଯ୍ୟ କରିଥିଲେ । ପୀଡିତାଙ୍କ ମେଡିକାଲ ଯାଞ୍ଚ କରିବା ସହ ଧାରା ୧୬୧ ଅଧିନରେ ତାଙ୍କ ବୟାନ ରେକର୍ଡ କରାଯାଇଛି ।

Get real time updates directly on you device, subscribe now.