fbpx

ମଧୂସୂଦନ ଲ’ କଲେଜକୁ ମିଳିଲା ବିଶ୍ୱ ବିଦ୍ୟାଳୟ ମାନ୍ୟତା; ଟ୍ୱିଟ କରି ସୂଚନା ଦେଲେ ଧର୍ମେନ୍ଦ୍ର

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଓଡ଼ିଶାର ଆଉ ଏକ କଲେଜକୁ ମିଳିଛି ବିଶ୍ୱ ବିଦ୍ୟାଳୟ ମାନ୍ୟତା । କଟକରେ ରହିଥିବା ମଧୂସୂଦନ ଆଇନ କଲେଜକୁ ବୁଧବାର ମିଳିଛି ବିଶ୍ୱ ବିଦ୍ୟାଳୟ ମାନ୍ୟତା । ଏହି କଲେଜକୁ ବିଶ୍ୱ ବିଦ୍ୟାଳୟ ମାନ୍ୟତା ମିଳିଥିବା ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ।
ୟୁନିଭର୍ସିଟି ଗ୍ରାଣ୍ଟ କମିଶନ ବା ୟୁଜିସି ପକ୍ଷରୁ ଏହି କଲେଜକୁ ବିଶ୍ୱ ବିଦ୍ୟାଳୟ ମାନ୍ୟତା ପ୍ରଦାନ ନେଇ କେନ୍ଦ୍ରମନ୍ତ୍ରୀ ଟ୍ୱିଟ କରିଛନ୍ତି । ମାନ୍ୟତା ପ୍ରଦାନ କରାଯିବା ସହିତ ଏହାକୁ ବିଶ୍ୱବିଦ୍ୟାଳୟ ତାଲିକାଭୁକ୍ତ ମଧ୍ୟ କରାଯାଇଥିବା ଜଣାପଡିଛି । ୟୁଜିସି ନିୟମ ଅନୁଯାୟୀ ଖୁବଶୀଘ୍ର ମଧୂସୂଦନ ଆଇନ କଲେଜକୁ କେନ୍ଦ୍ରୀୟ ଅନୁଦାନ ପ୍ରଦାନ କରାଯିବ ।

Get real time updates directly on you device, subscribe now.