fbpx

RCB କୁ ଝଟକା; ଖେଳି ନ ପାରନ୍ତି ମ୍ୟାକ୍ସୱେଲ-ହାଜେଲଉଡ: ଷ୍ଟାର ଖେଳାଳିଙ୍କ ଖେଳିବାକୁ ନେଇ ଚିନ୍ତାରେ ଦଳ

ନୂଆଦିଲ୍ଲୀ: ଆଇପିଏଲ ଆରମ୍ଭ ପୂର୍ବରୁ ରୋୟଲ ଚାଲେଞ୍ଜର୍ସ ବାଙ୍ଗାଲୋରକୁ ଲାଗିଛି ଏକ ଶକ୍ତ ଝଟକା । ଦଳର ଦୁଇ ଷ୍ୟାର ଖେଳାଳିଙ୍କ ଉପସ୍ତିତିକୁ ନେଇ ଦେଖାଦେଇଛି ଆଶଙ୍କା । ଅଷ୍ଟ୍ରେଲିଆ ତଥା ଆରସିବିର ଦୁଇ ପ୍ରମୁଖ ଖେଳାଳି ଗ୍ଳେନ୍ ମ୍ୟାକ୍ସୱେଲ ଓ ଜୋସ ହାଜେଲଉଡ୍ ଆହତ ସମସ୍ୟା ଦେଇ ଗତି କରୁଛନ୍ତି । ତେଣୁ ଆଇପିଏଲରେ ସେ ଖେଳିବେ କି ନାହିଁ ସେ ନେଇ ସନ୍ଦେହ ସୃଷ୍ଟି ହୋଇଛି । ଆରସିବି ପାଇଁ ଉଭୟ ଖେଳାଳିଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ହୋଇଥିବା ବେଳେ ଏହି ଘଟଣା ଟିମକୁ ଚିନ୍ତାରେ ପକାଇ ଦେଇଛି ।

ଗତ କିଛି ବର୍ଷ ଧରି ରୋୟଲ ଚାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଫ୍ରାଞ୍ଚାଇଜ ପାଇଁ ନିୟମିତ ଆଇପିଏଲ ଖେଳି ଆସୁଛନ୍ତି ମ୍ୟାକ୍ସୱେଲ ଏବଂ ହେଜେଲଉଡ । ମାତ୍ର ଆଘାତ ଜନିତ ସମସ୍ୟା ନେଇ ଦୁହେଁ ଆଇପିଏଲର ପ୍ରଥମ ପର୍ୟ୍ୟାୟର କିଛି ମ୍ୟାଚ ଖେଳି ପାରିବେ ନାହିଁ ବୋଲି ଜାଣିବାକୁ ମିଳିଛି । ତେଣୁ ଆରସିବି ପାଇଁ ସମସ୍ୟା ସୃଷ୍ଟି ହୋଇଛି । ଅଲରାଉଣ୍ଡର ମ୍ୟାକ୍ସୱେଲ ଗତବର୍ଷ ନଭେମ୍ବର ମାସରେ ଏକ ସ୍ୱତନ୍ତ୍ର କାର୍ୟ୍ୟକ୍ରମ ଅବସରରେ ଗୁରୁତର ହୋଇ ଥିବା ବେଳେ ତାଙ୍କ ଗୋଡ ଭାଙ୍ଗି ଯାଇଥିଲା । ଫଳରେ ସେ ଆଜି ପର୍ୟ୍ୟନ୍ତ କୌଣସି ଅନ୍ତର୍ଜାତୀୟ ମ୍ୟାଚ ଖେଳି ପାରୁ ନ ଥିଲେ । ମାତ୍ର ସାମାନ୍ୟ ଆରୋଗ୍ୟ ଲାଭ କରିବା ପରେ ସେ ନିକଟରେ ଅନୁଷ୍ଠିତ ଭାରତ ବିପକ୍ଷ ଦିନିକିଆ ସିରିଜ ଖେଳିବା ପାଇଁ ଦଳକୁ ଫେରିଥିଲେ । ତେବେ ସିରିଜର ପ୍ରଥମ ମ୍ୟାଚ ଖେଳିବା ପରେ ସେ ପୁଣି କଷ୍ଟ ଅନୁଭବ କରିବା ଯୋଗୁଁ ଦ୍ୱିତୀୟ ଓ ତୃତୀୟ ମ୍ୟାଚ ଖେଳି ପାରି ନ ଥିଲେ । ବର୍ତ୍ତମାନ ଆଇପିଏଲ ଖେଳିବା ପାଇଁ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ନାହାନ୍ତି । ତେଣୁ ଆରସିବିର ପ୍ରଥମ ମ୍ୟାଚ ଖେଳି ପାରିବେ ନାହିଁ ବୋଲି ସୂଚନା ମିଳିଛି । ଆଘାତ ଜନିତ ସମସ୍ୟାରୁ ମୁକୁଳି ଆଇପିଏଲ ଖେଳିବା ପାଇଁ ଚେଷ୍ଟା ଜାରି ରଖି ଥିଲେ ହେଁ ଶତ ପ୍ରତିଶତ ନିଶ୍ଚିତତା ନାହିଁ ।

ସେହିପରି ପେସ୍ ବୋଲର ଜୋସ ହାଜେଲଉଡଙ୍କ ପାଇଁ ସମାନ ପରିସ୍ଥିତି ଦେଖା ଦେଇଛି । ସେ ଆହତ ଜନିତ ସମସ୍ୟା ନେଇ ବହୁ ଦିନ ଧରି ଜାତୀୟ ଦଳ ଠାରୁ ଦୂରେଇ ରହିଛନ୍ତି । ତେଣୁ ଆରସିବି ପାଇଁ ଆଇପିଏଲର ପ୍ରଥମ ପର୍ୟ୍ୟାୟ ମ୍ୟାଚ ଖେଳିବା ସମ୍ଭାବନା ନାହିଁ । ତେବେ ସେ ଶେଷ ପର୍ୟ୍ୟାୟ ମ୍ୟାଚ ଖେଳିବା ଆଶା ରଖି ଥିଲେ ହେଁ ଏହା କେତେଦୂର ସମ୍ଭବ ହେବ, ତାହା ପରେ ଜଣା ପଡିବ । ଦଳର ଏହି ଦୁଇ ଖେଳାଳିଙ୍କ ଅନୁପସ୍ଥିତି ଆରସିବି ପାଇଁ ଚିନ୍ତାର କାରଣ ହୋଇଛି । ଏପ୍ରିଲ ୨ ତାରିଖରେ ଆରସିବି ମୁମ୍ବାଇ ବିପକ୍ଷରେ ଏହିଟୁର୍ଣ୍ଣାମେଣ୍ଟର ଅଭିଯାନ ଆରମ୍ଭ କରିବ ।

Get real time updates directly on you device, subscribe now.