fbpx

ନୂଆ ରିସର୍ଚ୍ଚ: ବୃକ୍ଷଲତା ବି କଥା କୁହନ୍ତି, ଖୁସି ହେଲେ, ଶୋଷ ହେଲେ, ଆଘାତ ପାଇଲେ ଗଛରୁ ଶବ୍ଦ ସୃଷ୍ଟି ହୁଏ, ମଣିଷ ଶୁଣିପାରେନା, ମାତ୍ର ଜୀବଜନ୍ତୁ ଶୁଣିପାରନ୍ତି

ନୂଆଦିଲ୍ଲୀ: ମଣିଷକୁ ଯେତେବେଳେ କିଛି ଆବଶ୍ୟକତା ପଡ଼ିଥାଏ ସେ ମୁହଁ ଖୋଲି ତାହା ପରିପ୍ରକାଶ କରିଥାଏ । ଫଳରେ ଅନ୍ୟମାନେ ତା’ର କଥାକୁ ସହଜରେ ଜାଣିପାରନ୍ତି । ତେବେ ଆପଣମାନେ କେବେ ଭାବିଛନ୍ତି ବୃକ୍ଷଲତାମାନେ ଏଭଳି ସ୍ଥିତିରେ କ’ଣ କରନ୍ତି । ବୃକ୍ଷଲତାମାନେ କଥା କହିପାରନ୍ତି ନାହିଁ ବୋଲି ଯଦିଓ ଆମେ ଜାଣିଛେ ତେବେ ଏନେଇ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି । ବୃକ୍ଷଲତାମାନେ ବି ଶବ୍ଦ ସୃଷ୍ଟି କରିପାରନ୍ତି ବୋଲି ଏହି ଷ୍ଟଡିରେ କୁହାଯାଇଛି ।

ଷ୍ଟଡି ମୁତାବକ, କୌଣସି ପ୍ରକାରର ଆଘାତ ଲାଗିଲେ ବା ଶୋଷ ଲାଗିଲେ ବୃକ୍ଷଲତାମାନେ ଅଲଗା ପ୍ରକାରର ଶବ୍ଦ ସୃଷ୍ଟି କରିଥାନ୍ତି । ଯଦିଓ ଏହି ଶବ୍ଦ ଆମ କାନରେ ପହଞ୍ଚି ପାରେନାହିଁ, ତଥାପି ବୃକ୍ଷର ଆଖାପାଖରେ ରହିଥିବା ଜୀବମାନେ ଏହାକୁ ବୁଝିପାରିଥାନ୍ତି । ଏହା ଏକପ୍ରକାରର ଅଲଟ୍ରାସୋନିକ ସାଉଣ୍ଡ, ଯାହାକି ବବଲ ର୍ୟାପ ଫୁଟିବା ପରି ହୋଇଥାଏ ।

ଯଦି ଆପଣ ଗାର୍ଡନିଂର ସଉକ ରଖିଥିବେ ସେଠାରେ ଅନେକ ପ୍ରକାରର ବୃକ୍ଷ ରହିଥିବେ । ପାଣିର ଅଭାବ, ଭୀଷଣ ଗ୍ରୀଷ୍ମର ପ୍ରକୋପ ସମୟରେ ବୃକ୍ଷମାନେ ଅଲଟ୍ରାସୋନିକ ଶବ୍ଦ ସୃଷ୍ଟି କରିଥାନ୍ତି । ଏହା ଏକ ପ୍ରକାରର ବିଳାସ, ଯାହାକି ଆଘାତ ବା ଚାପଗ୍ରସ୍ତ ମଣିଷଠାରେ ଦେଖିବାକୁ ମିଳିଥାଏ । ତେବେ ଏହି ଶବ୍ଦରୁ ବୃକ୍ଷମାନେ ଖୁସିରେ ଅଛନ୍ତି କି ଦୁଃଖରେ ଅଛନ୍ତି ତାହା ଜାଣିହେବ । ବର୍ତ୍ତମାନ ସୁଦ୍ଧା ବୃକ୍ଷକୁ ସାଇଲେଣ୍ଟ ଭାବେ ଗ୍ରହଣ କରାଯାଉଥିଲା, ମାତ୍ର ଏହି ଷ୍ଟଡି ପରେ ଏକ ନୂଆ ଖୁଲାସା ହୋଇଛି ।

ଏହି ଗବେଷଣା ପାଇଁ ଟମାଟୋ ଓ ତମାଖୁର ଚାରା ଗ୍ରୀନହାଉସରେ ଲଗା ଯାଇଥିଲା । ସବୁ ବୃକ୍ଷ ପାଇଁ ଅଲଗା ଅଲଗା ଦେଖାଶୁଣା କରାଯାଇଥିଲା । ମାଟିରେ ଯେପରି କୌଣସି ଜୀବ ଲୁଚି ରହିନଥିବେ ସେନେଇ ପରୀକ୍ଷା କରାଯାଇଥିଲା । ତେବେ ଏହି ସମୟରେ ବୃକ୍ଷମାନେ ଅଲଗା ପ୍ରକାରର ଶବ୍ଦ ଛାଡ଼ୁଥିବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଦ୍ୱାରା ଜଣାପଡ଼ିଥିଲା । ଏହି ଶବ୍ଦ ମଧ୍ୟରେ ଯନ୍ତ୍ରଣା, ଖୁସି ଆଦି ଅନୁଭବର ସ୍ୱର ରହିଥିଲା ।

ଗୋଟିଏ ବୃକ୍ଷ ଘଣ୍ଟାକ ମଧ୍ୟରେ ଗୋଟିଏ ଥର ସ୍ୱର ସୃଷ୍ଟି କରୁଥିବା ବୋଳେ ଚାପରେ ଥିବା ସମୟରେ ୧୩-୧୪ ଥର ଏହି ପ୍ରତିକ୍ରିୟା ଦେଇଥାଏ । ସାଧାରଣ ଭାବେ ମଣିଷ ୨୦ କିଲୋ ହର୍ଟଜରୁ ଅଧିକ ସ୍ୱର ଶୁଣିପାରେ । ପିଲାବେଳେ ଏହି ରେଞ୍ଜ ରହିଥିବା ବେଳେ ବୟସ ବଢ଼ିଲେ ତାହା କମ୍ ହୋଇଯାଇଥାଏ । ୨୦ରୁ ଅଧିକ ସ୍ୱରକୁ ଅଲଟ୍ରାସୋନିକ ସାଉଣ୍ଡ ସ୍ତରରେ ରଖାଯାଇଥାଏ । ଡିହାଇଡ୍ରେସନର ଶିକାର ହୋଇଥିବା ବୃକ୍ଷମାନେ ୪୦ରୁ ୮୦ କିଲୋ ହର୍ଟଜର ଶବ୍ଦ ଛାଡ଼ିଥାନ୍ତି । ଏହା ଉଚ୍ଚ ଆବୃତ୍ତି ହୋଇଥିବାରୁ ମଣିଷ ଏହି ସ୍ୱରକୁ ଶୁଣିପାରେନାହିଁ ।

Get real time updates directly on you device, subscribe now.