fbpx

ଭୁବନେଶ୍ୱର AIIMSରେ ସିବିଆଇ ରେଡ୍: ଟେଣ୍ଡର ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱର ସ୍ଥିତ ଅଖିଳ ଭାରତ ମେଡିକାଲ ସାଇନ୍ସ ପ୍ରତିଷ୍ଠାନ (ଏମ୍ସ)ରେ ଆଜି ଚଢ଼ାଉ କରାଯାଇଛି । ସେଣ୍ଟ୍ରାଲ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ (ସିବିଆଇ) ପକ୍ଷରୁ ଏହି ରେଡ୍ କରାଯାଇଥିବା ଜଣାପଡ଼ିଛି । ଏମ୍ସରେ ଫାର୍ମାସିଷ୍ଟ ଟେଣ୍ଡର ପ୍ରକ୍ରିୟାରେ ଅନିୟମିତତା ନେଇ ସିବିଆଇ ରେଡ୍ କରାଯାଇଥିବା ଜଣାପଡ଼ିଛି ।

ତେବେ ସିବିଆଇ ପକ୍ଷରୁ କରାଯାଇଥିବା ଆଜିର ଏହି ରେଡରେ ୨ଟି ଟିମ ସାମିଲ ହୋଇଥିଲେ । ଏହି ଦୁଇଟି ଟିମରେ ମୋଟ ଆଠ ଜଣ ସଦସ୍ୟ ରହିଥିଲେ । ଏହି ଚଢ଼ାଉ ସମୟରେ ଏମ୍ସରୁ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରାଯାଇଛି ।

ଗତକାଲି ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଏହି ଚଢ଼ାଉ କରାଯାଇଥିଲା । ଏମ୍ସର ଫାର୍ମାସି ଷ୍ଟୋରର ଟେଣ୍ଡର ପ୍ରକ୍ରିୟାରେ ଅନିୟମିତତା ହୋଇଥିବା ଅଭିଯୋଗ ଆସିବା ପରେ ଏହି ଚଢ଼ାଉ କରାଯାଇଥିଲା । ତେବେ ଏହି ରେଡ୍ ସମୟରେ ଫାର୍ମାସୀ ଷ୍ଟୋର କର୍ତ୍ତୃପକ୍ଷଙ୍କୁ ଟେଣ୍ଡର ପ୍ରକ୍ରିୟା ନେଇ ପଚରାଉଚରା କରାଯାଇଥିଲା ।

ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ ଗତ ଫେବୃଆରୀ ମାସରେ କୋରାପୁଟ ସ୍ଥିତ ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ (ହାଲ)ର ୨ ଜଣ କର୍ମଚାରୀଙ୍କୁ ସିବିଆଇ ଗିରଫ କରିଥିଲା । ହନିଟ୍ରାପରେ ଫଶି ଦୁଇ କର୍ମଚାରୀ ଡାଟା ଲିକ୍ କରୁଥିବା ଅଭିଯୋଗ ଆସିବା ପରେ ସିବିଆଇ ଏହି ପଦକ୍ଷେପ ନେଇଥିଲା ।

Get real time updates directly on you device, subscribe now.