fbpx

ରେଳ ଯାତ୍ରୀଙ୍କ ପାଇଁ ଖୁସି ଖବର, ଏହି ରୁଟରେ ଚାଲିବ ସ୍ପେଶାଲ ଟ୍ରେନ, ଦେଖନ୍ତୁ ଲିଷ୍ଟ

ନୂଆଦିଲ୍ଲୀ: ଆଗକୁ ଗ୍ରୀଷ୍ମ ଛୁଟି ହେବାକୁ ଯାଉଛି । ଏନେଇ ଦୂରରେ କାମ କରୁଥିବା ଲୋକେ ନିଜ ଘରକୁ ଅସିଥାନ୍ତି । ସେଥିପାଇଁ ଟ୍ରେନ ରିଜର୍ଭଭେସନ କାଉଁଣ୍ଟର ଠାରୁ ନେଇ ଟ୍ରେନରେ ବହୁତ ଭିଡ ହୋଇଥାଏ । ଏହି ସମ୍ଭାବନାକୁ ଦେଖି ଭାରତୀୟ ରେଳ ପ୍ରତିବର୍ଷ ସମର ସ୍ପେଶାଲ ଟ୍ରେନର ପରିଚାଳନା କରିଥାନ୍ତି । ତେଣୁ ଭାରତୀୟ ରେଲୱେ ବିହାର ଏବଂ ଝାଡଖଣ୍ଡ ଯାତ୍ରୀଙ୍କୁ ଉପହାର ଦେଇଛନ୍ତି । ରେଲୱେ ଗୟା-କୋଡରମା-ଭୋକାରୋ-ରାଂଚି-ବିଳାସପୁର-ରାୟପୂର-ନାଗପୁର ରାସ୍ତା ପଟନା ଏବଂ ସିକନ୍ଦରାବାଦ/ହାଇଦ୍ରାବାଦ ସ୍ପେଶାଲ ଟ୍ରେନର ପରିଚାଳନା କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ।

ପାଟଣା ଏବଂ ସିକନ୍ଦରାବାଦ-ହାଇଦ୍ରାବାଦ ମଧ୍ୟରେ ସ୍ପେଶାଲ ଟ୍ରେନ ଚାଲିବା ଛଡା ଯାତ୍ରୀ ମାନଙ୍କ ସୁବିଧା ପାଇଁ ଜୟପୁର ମଣ୍ଡଳର କିଶନଗଡ ରେଲୱେ ଷ୍ଟେସନରେ ଜିୟାରତ ଏକ୍ସପ୍ରେସରେ ଠିଆ ହେବା ପାଇଁ ନିଷ୍ପତ୍ତି ନିଆଯାଇଛି । ଯଦି ଆପଣ ଆଗକୁ ଦୁଇ ରୁ ତିନି ମାସରୁ ଉତ୍ତର ପ୍ରଦେଶ, ବିହାର ଏବଂ ଝାଡଖଣ୍ଡ ଯାତ୍ରା କରୁଛନ୍ତି ତେବେ ଯାତ୍ରୀଙ୍କ ଏହି ଲିଷ୍ଟକୁ ଦେଖି ନିଅନ୍ତୁ ।

ଗାଡି ସଂଖ୍ୟା ୦୩୨୫୩ ପାଟଣା-ସିକନ୍ଦରାବାଦ ସ୍ପେଶାଲ ଟ୍ରେନ ୩ ଏପ୍ରିଲରୁ ୨୮ ଜୁନ ପର୍ୟ୍ୟନ୍ତ ସପ୍ତାହରେ ଦୁଇ ଦିନ ପ୍ରତ୍ୟେକ ସୋମବାର ଏବଂ ବୁଧବାରକୁ ପଟଣା ଏବଂ ସିକନ୍ଦରାବାଦ ମଧ୍ୟରେ ଚଲାଯିବ । ଏହି ସ୍ୱତନ୍ତ୍ର ଟ୍ରେନ ସମୁଦାୟ ୨୬ଟି ଯାତ୍ରାରେ ପରିଚାଳିତ ହେବ । ଏହି ଟ୍ରେନ୍ ପାଟନା ଜଙ୍କସନରୁ ୧୫.୦୦ ଘଣ୍ଟାରେ ଛାଡି ତୃତୀୟ ଦିନରେ ୦୩.୩୦ ଘଣ୍ଟାରେ ସିକନ୍ଦରାବାଦରେ ପହଞ୍ଚିବ। ଏହାର ପ୍ରତିବଦଳରେ ହାଇଦ୍ରାବାଦରୁ ୧୩ ଥର ଏବଂ ସିକନ୍ଦରାବାଦରୁ ୧୩ ଥର ଚଳାଚଳ କରିବ।

ଟ୍ରେନ୍ ନମ୍ବର ୦୭୨୫୫ ହାଇଦ୍ରାବାଦ-ପାଟନା ସ୍ୱତନ୍ତ୍ର ଟ୍ରେନ୍ ପ୍ରତ୍ୟେକ ବୁଧବାର ଦିନ ୨୨.୫୦ ଘଣ୍ଟାରେ ଏପ୍ରିଲ୍ ୫ ରୁ ଜୁନ୍ ୨୮ ପର୍ଯ୍ୟନ୍ତ ଯାତ୍ରା କରିବ ଏବଂ ଶୁକ୍ରବାର ଦିନ ୧୧.୩୦ ଘଣ୍ଟା ମଧ୍ୟରେ ପାଟନା ଜଙ୍କସନରେ ପହଞ୍ଚିବ।  ସେହିଭଳି ଟ୍ରେନ୍ ନମ୍ବର ୦୭୨୫୬ ସିକନ୍ଦରାବାଦ-ପାଟନା ସ୍ୱତନ୍ତ୍ର ଟ୍ରେନ୍ ପ୍ରତି ଏପ୍ରିଲରୁ ୩୦ ଜୁନ୍ ପର୍ୟ୍ୟନ୍ତ ୨୧.୦୦ ଘଣ୍ଟା ମଧ୍ୟରେ ସିକନ୍ଦରାବାଦ ଛାଡି ରବିବାର ଦିନ ୦୯.୩୦ ଘଣ୍ଟା ମଧ୍ୟରେ ପାଟନା ଜଙ୍କସନରେ ପହଞ୍ଚିବ।

Get real time updates directly on you device, subscribe now.