fbpx

୫ ବର୍ଷ ପରେ ମଣିଷକୁ ଛୁଇଁ ପାରିବନି ମୃତ୍ୟୁ: ସତ ଭବିଷ୍ୟବାଣୀ କରୁଥିବା ବିଶିଷ୍ଟ ବୈଜ୍ଞାନିକଙ୍କ ଦାବି

ନୂଆଦିଲ୍ଲୀ: ସବୁଦିନ ପାଇଁ ଅମର ହୋଇଯିବ ମଣିଷ । କଥାଟା ଅସତ୍ୟ ଏବଂ ଅଦ୍ଭୁତ ଲାଗୁଥିଲେ ବି ଏ ନେଇ ସନ୍ଧାନ ଏବଂ ଏକ୍ସପେରିମେଣ୍ଟ ଆରମ୍ଭ କରିଛନ୍ତି ଅନେକ ବୈଜ୍ଞାନିକ । ଯାହା ଖୁବଶୀଘ୍ର ସତରେ ପରିଣତ ହେବ ବୋଲି ଆଶା କରାଯାଉଛି । କାରଣ ଆଜିକାଲି ବିଜ୍ଞାନ ଖୁବ ଆଗକୁ ବଢିଲାଣି । ଅନେକ ଦିଗରେ ବିଭିନ୍ନ କ୍ଷେତ୍ରରେ ସଫଳତା ହାସଲ କରିସାରିଛି ବିଜ୍ଞାନ । ଏହାପରେ ବର୍ତ୍ତମାନ ବିଜ୍ଞାନ ମଣିଷକୁ ଅମର କରିବାକୁ ଯାଉଛି ବୋଲି ଦାବି ହୋଇଛି । ବିଶିଷ୍ଟ ବୈଜ୍ଞାନିକ ରେ. କୁର୍ଜିୱିଲ ଏ ନେଇ ଭବିଷ୍ୟବାଣୀ କରିଛନ୍ତି ।

5 Ways Ray Kurzweil Is Inspiring Future of Tech and Innovation

ରେ କୁର୍ଜିୱିଲ ହେଉଛନ୍ତି ଜଣେ ବିଶିଷ୍ଟ କମ୍ପ୍ୟୁଟର ବୈଜ୍ଞାନିକ । କିନ୍ତୁ ତାଙ୍କ ମୁହଁରୁ ବାହାରିଥିବା ଭବିଷ୍ୟବାଣୀ ପ୍ରାୟତଃ ସତ ହୋଇଥାଏ । ସେ କରିଥିବା ୧୪୭ଟି ଭବିଷ୍ୟବାଣୀରୁ ୮୫ ପ୍ରତିଶତରୁ ଅଧିକ କଥା ସତ ହୋଇଛି । ତେବେ ଏହି ଭବିଷ୍ୟବାଣୀଗୁଡିକ ମଧ୍ୟରେ ଗୋଟିଏ ହେଉଛି ମନୁଷ୍ୟର ଅମର ହେବା କଥା । ୨୦୦୫ ମସିହାରେ ଏକ ପୁସ୍ତକରେ ମଣିଷ ସମାଜ ନିଜ ବିଜ୍ଞାନ ବଳରେ ୨୦୨୯ ମସିହା ସୁଦ୍ଧା ଅମର ପ୍ରାପ୍ତି କରିପାରିବ ସେ ଦାବି କରିଛନ୍ତି । ସେ କହିଛନ୍ତି ଯେ, ୨୦୨୯ ହେଉଛି ସେହି ସମୟ ଯେଉଁଥିପାଇଁ ମୁଁ ଭବିଷ୍ୟବାଣୀ କରୁଛି । ଏହି ସମୟରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ(ଏଆଇ) ଏକ ବୈଧ ଟ୍ୟୁରିଙ୍ଗ ଟେଷ୍ଟ ପାସ କରିବ ଏବଂ ମାନବ ସ୍ତରର ବୁଦ୍ଧିମତା ହାସଲ କରିବ ।

Futurist Predicts Humans Will Achieve Immortality By 2030 | IFLScience

ନିକଯରେ କୁର୍ଜିୱିଲ କହିଛନ୍ତି ଯେ ନେନୋ ଟେକନିକ ଏବଂ ରୋବୋଟିକ୍ସ ମିଶି ‘ନେନୋବୋଟ୍ସ’କୁ ଜନ୍ମ ଦେବେ । ଏହା କ୍ଷତିଗ୍ରସ୍ତ କୋଶିକା ଏବଂ ଟିସୁଗୁଡିକର ମରାମତି ଜାରି ରଖିବ । ତେବେ ଏହି କାରଣରୁ ମଣିଷ ବିଭିନ୍ନ ମାରାତ୍ମକ ରୋଗର ପ୍ରତିରୋଧକ ପାଇପାରିବ । ତେବେ ରୋଗକୁ ହରାଇବାର ଅର୍ଥ ମଣିଷ ମୃତ୍ୟୁକୁ ମଧ୍ୟ ଜୟ କରିପାରିବ ।

ତେବେ ପୂର୍ବରୁ କେର୍ଜୱିଲ କରିତିବା ଅନେକେ ଭବିଷ୍ୟବାଣୀ ସତ ହୋଇସାରିଛି । ସେ ପୂର୍ବରୁ କହିଥିଲେ ଯେ, ପୃଥିବୀର ସର୍ବଶ୍ରେଷ୍ଠ ଚେସ୍ ଖେଳାଳି ୨୦୦୦ ମସିହା ଭିତରେ କମ୍ପ୍ୟୁଟର ପାଖରୁ ପରାସ୍ତ ହେବ । ତାଙ୍କ କହିବା ଅନୁସାରେ, ୧୯୯୭ ମସିହାରେ କ୍ରୋଏଶିୟା କେ ଗେରୀ କାସ୍ପରୋବ କମ୍ପ୍ୟୁଟର ଡିପ୍ ବ୍ଲୁ ଦ୍ୱାରା ପରାସ୍ତ ହୋଇଥିଲେ । ଏହା ବ୍ୟତୀତ ତାଙ୍କର ଆହୁରି ଅନେକ ଭବିଷ୍ୟବାଣୀ ସତ ହେବାର ପ୍ରମାଣ ରହିଛି ।

Get real time updates directly on you device, subscribe now.