fbpx

TMCର ଦୁଇ ନେତାଙ୍କୁ ଗୁଳିକରି ହତ୍ୟା: ପଞ୍ଚାୟତ ନିର୍ବାଚନ ଟିକେଟକୁ ନେଇ ଗଣ୍ଡଗୋଳ

ନୂଆଦିଲ୍ଲୀ: ଗତକାଲି ରାମନବମୀ ଅବସରରେ ପଶ୍ଚିମବଙ୍ଗରେ ଭୟଙ୍କର ଦଙ୍ଗା ଦେଖିବାକୁ ମିଳିଥିବା ବେଳେ ଆଜି ପୁଣି ଦେଖିବାକୁ ମିଳିଛି ଏକ ବଡ଼ ଅଘଟଣ । ପଞ୍ଚାୟତ ନିର୍ବାଚନ ନେଇ ଆୟୋଜିତ ବୈଠକରେ ଗୁଳିମାଡ଼ କରାଯାଇଛି । ଏହି ଘଟଣାରେ ତୃଣମୂଳ କଂଗ୍ରେସ (ଟିଏମସି)ର ୨ ଜଣ କାର୍ଯ୍ୟକର୍ତ୍ତାଙ୍କର ମୃତ୍ୟୁ ଘଟିଛି । ଦୁଇ ଜଣଙ୍କ ମୃତ୍ୟୁ ଘଟଣାକୁ ନେଇ ପୁଣି ଥରେ ରାଜ୍ୟ ରାଜନୀତି ସରଗରମ୍ ରହିଛି ।

ସୂଚନା ମୁତାବକ, ଆଗକୁ ରାଜ୍ୟରେ ପଞ୍ଚାୟତ ନିର୍ବାଚନ ହେବାର ଅଛି । ସେଥିପାଇଁ ଟିଏମସିର ପ୍ରାର୍ଥୀ ଚୟନ ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ତେବେ ଏହି ବୈଠକରେ ଦଳର ଦୁଇପକ୍ଷଙ୍କ ମଧ୍ୟରେ ଭୟଙ୍କର ବିବାଦ ଦେଖାଦେଇଥିଲା । ଫଳରେ ଗୁଳିମାଡ଼ରେ ଟିଏମସିର ଦୁଇ କାର୍ଯ୍ୟକର୍ତ୍ତା ଫୈଜୁଲ ରହମାନ ଓ ହାସୁ ମହମ୍ମଦଙ୍କୁ ଗୁଳି ମାରି ହତ୍ୟା କରାଯାଇଥିଲା । ଗୁରୁତର ଅବସ୍ଥାରେ ଦୁହିଁଙ୍କୁ ମେଡିକାଲକୁ ନିଆଯାଇଥିଲେ ହେଁ ସେଠାରେ ସେମାନଙ୍କର ମୃତ୍ୟୁ ଘଟିଥିଲା ।

ପଞ୍ଚାୟତ ନିର୍ବାଚନ ପାଇଁ ପ୍ରାର୍ଥୀ ଚୟନ ପ୍ରକ୍ରିୟା ଶାନ୍ତିପୂର୍ଣ୍ଣ ଭାବେ ଚାଲିଥିଲା । ମାତ୍ର ବୈଠକ ସମାପ୍ତ ହେବା ପରେ ଅଚାନକ ଫାୟାରିଂ ଆରମ୍ଭ ହୋଇଯାଇଥିଲା । ଫଳରେ ଘଟଣାସ୍ଥଳରେ ଦୁଇ କର୍ମୀ ମୃତ୍ୟୁବରଣ କରିଥିଲେ । ଏହି ଘଟଣାକୁ ନେଇ ସ୍ଥାନୀୟ ବିଧାୟକ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ଅନ୍ୟ ପକ୍ଷରେ ଏହି ମାମଲାରେ ବିଜେପି ଶାସକ ଦଳ ଉପରେ ଆରୋପ ଲଗାଇଛି । ଆସନ୍ତା ପଞ୍ଚାୟତ ନିର୍ବାଚନରେ ଟିଏମସି ଟିକେଟ କାହାକୁ ମିଳିବ ତାହାକୁ ନେଇ ଗଣ୍ଡଗୋଳ ସୂତ୍ରପାତ ହୋଇଥିଲା ।

Get real time updates directly on you device, subscribe now.