fbpx

NHAIର ବଡ଼ ଘୋଷଣା: ଆଜି ରାତି ୧୨ଟା ପରେ ମହଙ୍ଗା ହେବ Toll Tax

ନୂଆଦିଲ୍ଲୀ: ମହଙ୍ଗା ମାଡ଼କୁ ନେଇ ଜନସାଧାରଣ ଚିନ୍ତିତ ରହିଥିବା ବେଳେ ଏହା ମଧ୍ୟରେ ପୁଣି ଲାଗିଛି ଏକ ବଡ଼ ଝଟକା । ଦେଶର କିଛି ଏକ୍ସପ୍ରେସୱେ ଓ ନ୍ୟାସନାଲ ହାଇୱେରେ ଆଜି ରାତି ୧୨ଟା ପରେ ଯାତ୍ରା କରିବା ମହଙ୍ଗା ହୋଇଯିବ । ନ୍ୟାସନାଲ ହାଇୱେ ଅର୍ଥରିଟି ଅଫ୍ ଇଣ୍ଡିଆ (ଏନଏଚଆଇ) ଟୋଲ ରେଟରେ ୩.୫-୭ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ଘୋଷଣା କରିଛନ୍ତି । ସେହିପରି କମ୍ ଦୂରତା ପାଇଁ ୧୦ ପ୍ରତିଶତ ଅତିରିକ୍ତ ଦେବାକୁ ପଡ଼ିବ ।

ମଥୁରା ଟୋଲ ଗେଟରେ ଆଜି ରାତି ୧୨ଟା ପରେ ଗାଡ଼ି ଚାଳକଙ୍କୁ ଅଧିକ ଟୋଲ ଟ୍ୟାକ୍ସ ଦେବାକୁ ପଡ଼ିବ । ରାଷ୍ଟ୍ରୀୟ ରାଜପଥ ପ୍ରାଧିକରଣ ଏପ୍ରିଲ ୧ ତାରିଖଠାରୁ ଟୋଲ ବୃଦ୍ଧି ନେଇ ଘୋଷଣା କରିଛନ୍ତି । ଆଗ୍ରା-ଦିଲ୍ଲୀ ରାଷ୍ଟ୍ରୀୟ ରାଜପଥର ମଧୁବନ ଓ ହୋଡଲ ନିକଟବର୍ତ୍ତୀ ଟୋଲ ଗେଟଗୁଡ଼ିକରେ ଯାତ୍ରା କରୁଥିବା ଚାଳକଙ୍କୁ ପୂର୍ବାପେକ୍ଷା ଏଣିକି ୫-୬ ପ୍ରତିଶତ ଅଧିକ ଟ୍ୟାକ୍ସ ଭରିବାକୁ ପଡ଼ିବ ।

ଏନଏଚ ୧୯ର ଫରିଦାବାଦ ଠାରୁ ପଲବଲ ଯିବା ରାସ୍ତାରେ ଅଧିକ ଟୋଲ ଟ୍ୟାକ୍ସ ଦେବାକୁ ପଡ଼ିବ । ଗଦପୁରୀ ଓ କରମନ ଟୋଲରେ କାର ପାଇଁ ୫ ଟଙ୍କା ଟ୍ୟାକ୍ସ ବୃଦ୍ଧି କରାଯାଇଛି । ଦିଲ୍ଲୀ ମିରଠ ଏକ୍ସପ୍ରେସୱେର ମଧ୍ୟ ୫ ଟଙ୍କା ଟ୍ୟାକ୍ସ ବଢ଼ିଛି । ଏନଏଚ ୯ର ଛିଜାରସୀ ଟୋଲରେ ବର୍ତ୍ତମାନ କାର ଚାଳକଙ୍କଠାରୁ ୧୫୫ ଟଙ୍କା ନିଆଯାଉଥିବା ବେଳେ ଏବେ ତାହା ୧୬୫ ହୋଇଯାଇଛି । କାଶୀପୁର ଟୋଲ ପ୍ଲାଜାରୁ ମଧ୍ୟ ୧୫୫ ପରିବର୍ତ୍ତେ ୧୬୦ ଟଙ୍କା ଦେବାକୁ ପଡ଼ିବ । ସମସ୍ତ ଟୋଲ ଗେଟଗୁଡ଼ିକରେ ୩୧ ତାରିଖ ରାତି ୧୨ଟା ପରେ ନୂଆ ରେଟ୍ ପ୍ରଭାବୀ ହୋଇଯିବ ।

Get real time updates directly on you device, subscribe now.