fbpx
BSKY
BJD SHG SKY
BJD YOUTH SKY

ମଶା ହୁଡେଇବାକୁ ଲଗାଇଥିଲେ କଏଲ, ଶ୍ୱାସରୁଦ୍ଧରେ ୬ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଦିଲ୍ଲୀର ଉତ୍ତର-ପୂର୍ବ ଅଞ୍ଚଳରେ ଏକ ସାଙ୍ଗରେ ୬ ଲୋକଙ୍କ ମୃତ୍ୟୁ ହୋଇଥିବା କଥା ସାମ୍ନାକୁ ଆସିଛି । ଗୁରୁବାର ରାତ୍ରୀରେ ଜଣଙ୍କ ଘରେ ମଶାବତୀ ଧୂପରେ ୬ଜଣଙ୍କ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ଘଟିଛି । ବର୍ତ୍ତମାନ ପୋଲିସ ଏହି ମାମଲାର ଜାଂଚ କରୁଛି ।

ସୂଚନା ଅନୁସାରେ, ଗୁରୁବାର ରାତ୍ରୀରେ ଗୋଟିଏ ଘରେ କବାଟ ବନ୍ଦ କରି ୮ ଜଣ ଲୋକ ଶୋଇଥିଲେ । ତକିଆରେ କଏଲଟି ଲାଗିଯାଇ ୨ ଲୋକ ପୋଡିଯାଇଥିବା ବେଳେ ୪ ଜଣଙ୍କ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ଘଟିଛି । ଭାଗ୍ୟବଶତ ଅନ୍ୟ ୨ଜଣଙ୍କ ଜୀବନ ବଞ୍ଚିଯାଇଛି । ଘଟଣାସ୍ଥଳରେ ୬ଜଣଙ୍କୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି ।

ମଶା ମାନଙ୍କୁ ହୁଡେଇବା ପାଇଁ କଏଲରେ ଡିଡିଟି ଅନ୍ୟ କାର୍ବନ ଫସଫରସ ଏବଂ ବିପଦଜନକ ତତ୍ତ୍ୱ ରହିଛି । ଯାହାର ଧୂଆଁ କବାଟ ବନ୍ଦ କରାଗଲେ ବାହାରକୁ ବାହାରିପାରିନଥାଏ । କଏଲ ଜଳିବା ମାତ୍ରେ ପୂରା ଘର କାର୍ବନ ମନୋକ୍ସସାଇଡରେ ପରିପୂର୍ଣ୍ଣ ହୋଇଯାଏ । ଯେଉଁଥିରେ ଅମ୍ଳଜାନ ପରିମାଣ କମିଯାଏ । ତେବେ ସେହି ଘରେ ଶୋଇଥିବା ବ୍ୟକ୍ତିଙ୍କ ଶରୀରରେ କାର୍ବନ ମନୋକ୍ସସାଇଡ ଧିରେଧିରେ ପ୍ରବେଶ କରିଥାଏ । ଯାହାଫଳରେ ତାଙ୍କୁ ନିଶ୍ୱାସ ନେବାରେ ଆସୁବିଧା ହୋଇ ସେ ମୃତ୍ୟୁ ବରଣ କରିଥାନ୍ତି ।

 

Get real time updates directly on you device, subscribe now.