fbpx

ଶକ୍ତିଶାଳୀ ହେବ ଭାରତ, ଶତ୍ରୁକୁ ମିଳିବ ଉଚିତ ଜବାବ: କିଣାଯିବ ୧ ଲକ୍ଷ କୋଟିର ହତିଆର, ପ୍ରତିରକ୍ଷା ମନ୍ତ୍ରଣାଳୟ ଦେଲା ମଞ୍ଜୁରୀ

ନୂଆଦିଲ୍ଲୀ: ପଡ଼ୋଶୀ ରାଷ୍ଟ୍ରମାନେ ବର୍ଡର ଅଞ୍ଚଳରେ ଆତଙ୍କବାଦୀ ତଥା ବେଆଇନ କାର୍ଯ୍ୟକଳାପରେ ଲିପ୍ତ ରହୁଛନ୍ତି । ଏହାକୁ ଦୃଷ୍ଟିରେ ଭାରତ ସରକାର ନୂଆ ପଦକ୍ଷେପ ଗ୍ରହଣ କରିଛନ୍ତି । ପ୍ରତିରକ୍ଷା ବାହିନୀକୁ ଅଧିକ ମଜବୁତ କରିବା ନେଇ ଭାରତ ପ୍ରୟାସ ଆରମ୍ଭ କରିଦେଇଛି । ଜଳ, ସ୍ଥଳ ଓ ଆକାଶ ପଥରେ ଭାରତ ଯେପରି ଶତ୍ରୁପକ୍ଷକୁ ସହଜରେ ମାତ ଦେଇ ପାରିବ ସେନେଇ ନୂଆ ପ୍ଲାନିଂ କରାଯାଉଛି । ଭାରତୀୟ ସେନାକୁ ଶକ୍ତିଶାଳୀ କରିବା ପାଇଁ ୧ ଲକ୍ଷ କୋଟି ଟଙ୍କାର ହତିଆର କିଣିବା ନେଇ ପ୍ରତିରକ୍ଷା ମନ୍ତ୍ରଣାଳୟ ମଞ୍ଜୁରୀ ପ୍ରଦାନ କରିଛି ।

ଏଥିସହିତ ଏକାଧିକ ସ୍ୱଦେଶୀ କମ୍ପାନୀ ସହିତ ୩୦ ହଜାର କୋଟି ଟଙ୍କାର ପ୍ରତିରକ୍ଷା ବୁଝାମଣା କରାଯାଇଛି । ସେଥିମଧ୍ୟରେ ୬ ହଜାର କୋଟିର ଏୟାର ଡିଫେନ୍ସ ସିଷ୍ଟମ ଡିଲ୍ ରହିଛି । ଏହା ପୂର୍ବରୁ ମାର୍ଚ୍ଚ ୧୭ରେ ମଧ୍ୟ ୭୦ ହଜାର କୋଟି ଟଙ୍କାର ପ୍ରତିରକ୍ଷା କାରବାରକୁ ଅନୁମୋଦନ ମିଳିଥିଲା । ଆତ୍ମନିର୍ଭର ଭାରତ ଅଭିଯାନ ଅଧିନରେ ମେକ ଇନ୍ ଇଣ୍ଡିଆକୁ ଅଧିକ ଶକ୍ତି ପ୍ରଦାନ କରାଯିବ । ସେନା ପାଇଁ ହତିଆର, ସାମୁଦ୍ରିକ ଜାହାଜ, ମିସାଇଲ ସିଷ୍ଟମ ଓ ଅନ୍ୟ ଉପକରଣ କ୍ରୟ କରାଯିବ ।

ତେବେ ନୌସେନା ପାଇଁ ସବୁଠାରୁ ଅଧିକ ୧୯,୬୦୦ କୋଟିର ପ୍ରତିରକ୍ଷା କାରବାର କରାଯିବ । ସେଥିମଧ୍ୟରେ ୧୧ଟି ପାଟ୍ରୋଲିଂ ଜାହାଜ ଓ ଆଗାମୀ ପୀଢ଼ିର ୬ଟି ମିସାଇଲ ଯୁକ୍ତ ଜାହାଜକୁ ସାମିଲ କରାଯାଯାଇଛି । ସ୍ଥଳ ସେନା ପାଇଁ ଭାରତ ଡାୟନେମିକ୍ସ ଲିମିଟେଡ ସହିତ ୬ ହଜାର କୋଟିର ଆକାଶ ଏୟାର ଡିଫେନ୍ସ ସିଷ୍ଟମର ଦୁଇଟି ରେଜିମେଣ୍ଟ କିଣାଯିବ । ଏଥିସହିତ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେହ ସହିତ ୧୩ଟି ଲାଇନେକ୍ସ-ୟୁ ୨ ଫାୟାର କଣ୍ଟ୍ରୋଲ ସିଷ୍ଟମ ପାଇଁ ୧୭୦୦ କୋଟିର ଡିଲ୍ କରାଯାଇଛି । ଭାରତର ଏହି ପ୍ରତିରକ୍ଷା ପ୍ରସ୍ତୁତି ଆଗାମୀ ଦିନରେ ଶତ୍ରୁର ନିଦ ହଜାଇଦେବ ।

Get real time updates directly on you device, subscribe now.