fbpx

ମାହିଙ୍କ ପାଇଁ ‘Lucky’ ହେବ ଏହି IPL ସିଜନ: ୭ ନମ୍ବର ସହ ରହିଛି ଅନେକ ସଂଯୋଗ

ନୂଆଦିଲ୍ଲୀ: ଆଜିଠୁ ଆରମ୍ଭ ହେଉଛି ଫଟାଫଟ କ୍ରିକେଟର ମହାସମର । ପ୍ରଥମ ମ୍ୟାଚ ଅହମ୍ମଦାବାଦରେ ଚେନ୍ନାଇ ସୁପର କିଙ୍ଗସ ଏବଂ ଗୁଜୁରାଟ ଟାଇଟନ୍ସ ମଧ୍ୟରେ ଖେଳାଯିବ । ତେବେ ଏହା ପୂର୍ବରୁ ଚର୍ଚ୍ଚାକୁ ଆସିଛି ଆଉ ଏକ ବିଷୟ । ଏହି ଆଇପିଏଲ ସିଜନ ଚେନ୍ନାଇର ଅଧିନାୟକ ତଥା କ୍ୟାପଟେନ କୁଲ ଧୋନୀଙ୍କ ପାଇଁ ବେଶ୍ ଖଙ୍କମଳଚ୍ଚ ବୋଲି ସାବ୍ୟସ୍ତ ହୋଇପାରେ । ଏ ନେଇ ଆଇପିଏଲ ୨୦୨୩ ପୂର୍ବରୁ ଷ୍ଟାର ସ୍ପୋର୍ଟସ ଏକ ପ୍ରୋମୋ ଭିଡିଓ ଜାରି କରିଛି । ଏହି ଭିଡିଓରେ ଧୋନୀଙ୍କ ଲକି ନମ୍ବର ‘୭’ ସହ ଟୁର୍ଣ୍ଣାମେଣ୍ଟକୁ ସଂଯୋଗ କରୁଥିବା ୪ଟି କାରଣ ଦର୍ଶାଇଛି ଷ୍ଟାର ସ୍ପୋର୍ଟସ । ତେଣୁ ଚଳିତବର୍ଷ ଆଇପିଏଲ ଟ୍ରଫି ପୁଣି ଥରେ ଧୋନୀଙ୍କ ଦଳ ହାତକୁ ଯାଇପାରେ ବୋଲି କୁହାଯାଉଛି । ଯାହାକୁ ‘ସେଭେନୋଲୋଜି’ ବୋଲି ନାମ ଦିଆଯାଇଛି ।

धोनी मतलब सत्ते पे सत्ता ❤️🏏 #sports #youtube #msdhoni #ipl #ipl2023#  jersey no 7 - YouTube

ପ୍ରଥମରେ ଏହି ‘ସେଭେନୋଲୋଜି’ ମେଥଡରେ ଚଳିତ ବର୍ଷକୁ ନେଇ ସଂଯୋଗ କରାଯାଇଛି । ୨୦୨୩ ମସିହାର ସମସ୍ତ ଅଙ୍କକୁ ମିଶାଇଲେଏମାନଙ୍କର ସମଷ୍ଟି ହୋଇଛି ‘୭’ (୨+୦+୨+୩=୭) । ସେହିପରି ଏହି ସିଜନ୍ ଆଇପିଏଲ ଲିଗର ୧୬ତମ ସିଜନ୍ ଆରମ୍ଭ ହେଉଛି । ଏହି ଦୁଇଟି ଅଙ୍କକୁ ମିଶାଇଲେ ମଧ୍ୟ ସମଷ୍ଟି ‘୭’ ମିଳିଛି (୧+୬=୭) ।

ଏହାବ୍ୟତୀତ ଚେନ୍ନାଇ ନିଜର ପ୍ରଥମ ମ୍ୟାଚ ଖେଳିବାକୁ ଯାଉଛି ମାର୍ଚ୍ଚ ୩୧ ଅର୍ଥାତ୍ ୩୧.୦୩ ତାରିଖରେ । ତେବେ ଏହି ତାରିଖର ସମସ୍ତ ସଂଖ୍ୟାର ସମଷ୍ଟି ମଧ୍ୟ ୭ରେ ହିଁ ଅଟକି ଯାଉଛି (୩+୧+୦+୩=୭) ।

MS Dhoni on his CSK future: My last T20 will hopefully be in Chennai, I  have always planned my cricket - India Today

ସେହିପରି ଧୋନୀ ନିଜର ପ୍ରିୟ ଏବଂ ହୋମ୍ ଗ୍ରାଉଣ୍ଡରେ ପ୍ରଥମ ମ୍ୟାଚ ଏପ୍ରିଲ ୩ ତାରିଖରେ ଖେଳିବ । ଏପ୍ରିଲ ମାସ ବର୍ଷର ଚତୁର୍ଥ ମାସ ହୋଇଥିବା ବେଳେ ତାରିଖ ରହିଛି ୩, ତେଣୁ ଏହି ଦୁଇଟି ଅଙ୍କର ସମସଷ୍ଟି ମଧ୍ୟ ‘୭’ (୪+୩=୭) ହୋଇଛି । ଏହିସବୁ କାରଣକୁ ଅନୁଧ୍ୟାନ କଲେ ସମସ୍ତଙ୍କର ଫଳ ୭(ଧୋନୀଙ୍କ ଲକି ନମ୍ବର)କୁ ସୂଚାଇଛି ।

ତେଣୁ ଏହି ସିଜନ ଧୋନୀଙ୍କ ପାଇଁ ଏବଂ ଚେନ୍ନାଇ ସୁପର କିଙ୍ଗସ ଦଳ ପାଇଁ ଲକି ହୋଇପାରେ ବୋଲି କୁହାଯାଉଛି । ତେବେ ଏହି ସିଜନରେ ଧୋନୀ ପଞ୍ଚମ ଟ୍ରଫି ଜିତିବା ଆଶାରେ ମଇଦାନକୁ ଓହ୍ଲାଇବେ । ପୂର୍ବରୁ ୨୦୧୦, ୨୦୧୧, ୨୦୧୮ ଏବଂ ୨୦୨୧ରେ ଚମ୍ପିଆନ ପାଲଟିଥିଲା । ତେବେ ବର୍ତ୍ତମାନ ଦେକିବାକୁ ବାକି ରହିଲା ଷ୍ଟାର ସ୍ପୋର୍ଟସ ତରଫରୁ ପ୍ରସ୍ତୁତ କରାଯାଇଥିବା ଏହି ସେଭେନୋଲୋଜି ମେଥଡ ଧୋନୀଙ୍କ ପାଇଁ ସତରେ ଲକି ହୋଇପାରୁଛି କି ନାହିଁ ।

Get real time updates directly on you device, subscribe now.